ନୌସେନାର ଶକ୍ତି ବଢ଼ିଲା: ଆମେରିକା ଦେଲା ଦୁଇଟି ଅତ୍ୟାଧୁନିକ ହେଲିକପ୍ଟର

ନୂଆଦିଲ୍ଲୀ: ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବାକୁ ଆଜି ଆମେରିକା ପକ୍ଷରୁ ଭାରତୀୟ ନୌସେନାକୁ ପ୍ରଥମଦଫାରେ ୨ଟି ମଲ୍ଟି ରୋଲ MH-60R ହେଲିକପ୍ଟର ଦିଆଯାଇଛି। ଏହି ହେଲିକପ୍ଟର ସମୁଦ୍ର ଉପରେ ଉଡ଼ି ସର୍ଚ୍ଚ ଅପରେସନ କରିବା ସହ ଆବଶ୍ୟକ ସ୍ଥଳରେ ଯୁଦ୍ଧାସ୍ତ୍ର ପରିବହନ କରିପାରିବ। ସେହିପରି ଏହା ଶତ୍ରୁ ପକ୍ଷକୁ ଆକ୍ରମଣ କରିବାର କ୍ଷମତା ମଧ୍ୟ ରଖିଛି। ଆମେରିକା ଏପରି ୨୪ଟି ହେଲିକପ୍ଟର ନୌସନାକୁ ଦେବ। ଆଜି ପ୍ରଥମ ଦଫାରେ ଦୁଇଟି […]

Heli

Heli

Hemant Lenka
  • Published: Saturday, 17 July 2021
  • Updated: 17 July 2021, 06:28 PM IST

ନୂଆଦିଲ୍ଲୀ: ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା। ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବାକୁ ଆଜି ଆମେରିକା ପକ୍ଷରୁ ଭାରତୀୟ ନୌସେନାକୁ ପ୍ରଥମଦଫାରେ ୨ଟି ମଲ୍ଟି ରୋଲ MH-60R ହେଲିକପ୍ଟର ଦିଆଯାଇଛି। ଏହି ହେଲିକପ୍ଟର ସମୁଦ୍ର ଉପରେ ଉଡ଼ି ସର୍ଚ୍ଚ ଅପରେସନ କରିବା ସହ ଆବଶ୍ୟକ ସ୍ଥଳରେ ଯୁଦ୍ଧାସ୍ତ୍ର ପରିବହନ କରିପାରିବ।

ସେହିପରି ଏହା ଶତ୍ରୁ ପକ୍ଷକୁ ଆକ୍ରମଣ କରିବାର କ୍ଷମତା ମଧ୍ୟ ରଖିଛି। ଆମେରିକା ଏପରି ୨୪ଟି ହେଲିକପ୍ଟର ନୌସନାକୁ ଦେବ।
ଆଜି ପ୍ରଥମ ଦଫାରେ ଦୁଇଟି ହେଲିକପ୍ଟର ମିଳିଛି। ନୌସେନା ପକ୍ଷରୁ ଏହି ହେଲିକପ୍ଟରକୁ ଆମେରିକା ଠାରୁ ସାନ ଡିଏଗୋ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ବିଧିବଦ୍ଧ ଭାବେ ଆମେରିକା ବନ୍ଧୁ ଭାରତକୁ ହେଲିକପ୍ଟର ହସ୍ତାନ୍ତର କରିଛି। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସାନ୍ଧୁ ଏହାକୁ ଗ୍ରହଣ କରିଛନ୍ତି।


MH-60R ହେଲିକପ୍ଟରକୁ Lockheed Martin Corporation ତିଆରି କରିଛି। ଏହା ସବୁ ପ୍ରକାରର ପାଣିପାଗରେ ଉଡ଼ାଣ କରିବାର କ୍ଷମତା ରଖିଛି। ଏଥିରେ ଅନେକ ପ୍ରକାରର ଅସ୍ତ୍ରଶସ୍ତ୍ର ଖଚିତ ହୋଇଛି। ତେଣୁ ଏହି ହେଲିକପ୍ଟର ଭାରତୀୟ ନୌସେନାର ସାମରିକ ଶକ୍ତିଙ୍କୁ ଅଧିକ ସୁଦୃଢ଼ କରାଯିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos