ବୋଲ ମାନୁନି ନୂଆ ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ, ପୁଣି ଦେଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ୱତ। ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଏହି ବିଜେପି ନେତାଙ୍କ ତୁଣ୍ଡ ଆଉ ବୋଲ ମାନୁନି। ପ୍ରଥମେ ଫଟା ଜିନ୍ସ କାହିଁକି ମହିଳା ମାନେ ପିନ୍ଧୁଛନ୍ତି ବୋଲି ମନ୍ତବ୍ୟ ରଖି ବିବାଦୀୟ ହୋଇଥିଲେ। ଆଉ ପରେ କ୍ଷମା ମାଗିଛନ୍ତି। ଏବେ ପୁଣି ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଛନ୍ତି। କାହିଁକି ଦୁଇଟି ଜନ୍ମ କରୁଛ ୨୦ଟି କାହିଁକି ନୁହେଁ ବୋଲି ମନ୍ତବ୍ୟ ରଖି ଚର୍ଚ୍ଚାରେ ତିରଥ ସିଂହ।

ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କରୋନା ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସାରା ବିଶ୍ୱ ପ୍ରଶଂସା କରୁଛି। ଏହି ସମୟରେ ପ୍ରତ୍ୟେକ ଘରେ ସରକାର ମୁଣ୍ଡ ପିଛା ୫ କିଲୋ ଲେଖାଏଁ ରାଶନ ବାଣ୍ଟିଛନ୍ତି। ଯେଉଁ ପରିବାରରେ ୧୦ ଜଣ ଥିଲେ ସେହି ପରିବାରକୁ ୫୦ କିଲୋ ଏବଂ ୨୦ ଜଣ ଥିଲେ ଏକ କ୍ୱିଣ୍ଟାଲ ଚାଉଳ ମିଳିଛି। ଆଉ ଏହାକୁ ନେଇ କିଛି ଲୋକ ପ୍ରଶ୍ନ କରିଛନ୍ତି। ଯେଉଁମାନେ ବାରମ୍ୱାର ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରଶ୍ନ କରନ୍ତି। ଯେତେବେଳେ ସମୟ ଥିଲା ସେତେବେଳେ ୨୦ ଜଣଙ୍କୁ କାହିଁକି ଜନ୍ମ କଲେନି ବୋଲି ସେ ପ୍ରଶ୍ନ କରିଛନ୍ତି।

ଖାଲି ଏତିକି ନୁହେଁ ଆମେରିକା ଭାରତକୁ ୨୦୦ ବର୍ଷ ଧରି ଗୁଲାମ କରି ରଖିଥିଲା। ହେଲେ ସେ ନିଜେ ଏବେ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଂଘର୍ଷ କରୁଛି ବୋଲି ତିରଥ ସିଂହ କହିଛନ୍ତି।

କୋଭିଡ୍ ମହାମାରୀ ବେଳେ ଅନେକ ଦେଶ ପ୍ରଭାବିତ ହୋଇଛନ୍ତି। ହେଲେ ଭାରତ ଯେଉଁଭଳି ଭାବରେ ମୋଦିଙ୍କ ନେତୃତ୍ୱରେ କରୋନା ମୁକାବିଲା କରିଛି ତାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି। ଆଉ ଭାରତ ସରକାର ମଧ୍ୟ ଭଲ କାମ କରୁଛନ୍ତି। ଆମେରିକା ଯିଏକି ଭାରତକୁ ୨୦୦ ବର୍ଷ ଧରି ଗୁଲାମ କରି ରଖିଛି ସେ ବି ଏହି ମହାମାରୀରେ ପ୍ରଭାବିତ ହୋଇଛି। ଆଉ ସଂଘର୍ଷ କରୁଛି ବୋଲି ତିରଥ କହିଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ମହିଳାଙ୍କ ଜିନ୍ସ ପିନ୍ଧିବାକୁ ନେଇ ତିରଥ ସିଂହ ପ୍ରତିକ୍ରିୟା ରଖିଥିଲେ। ଯାହାକୁ ନେଇ ସାରା ଦେଶରେ ସମାଲୋଚିତ ହୋଇଛନ୍ତି ଏହି ନୂଆ ମୁଖ୍ୟମନ୍ତ୍ରୀ। ଆରଏସଏସ ସହ ଜଡ଼ିତ ଥିବା ଏହି ବିଜେପି ନେତା କହିଥିଲେ,ବିମାନରେ ଯିବାବେଳେ ଥରେ ତାଙ୍କର ସହଯାତ୍ରୀ ଜଣେ ମହିଳା ଥିଲେ। ଯିଏକି ପେଶାରେ ଜଣେ ସାମାଜିକ କର୍ମୀ ଥିଲେ ଏବଂ ଏନଜିଓ ଚଳାଉଥିଲେ। ହେଲେ ତାଙ୍କର ପୋଷକ ପିନ୍ଧିବା ଉପରେ ପ୍ରଶ୍ନ ଉଠାଇ ତିରଥ କହିଥିଲେ ସେ ଫଟା ଜିନ୍ସ ପିନ୍ଧିଥିଲେ। ଯଦିଓ ଏହାକୁ ଧନୀ ଲୋକଙ୍କ ପୋଷାକ ବୋଲି କହୁଛନ୍ତି ହେଲେ ଏମିତି ପୋଷକ ପିନ୍ଧୁଥିବା ବ୍ୟକ୍ତି କେମିତି ସମାଜକୁ ସଂସ୍କାର ଦେବ ବୋଲି କହିଥିଲେ। ପରେ ବିବାଦୀୟ ହେବା ପରେ ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।