୫୦୦ ଟଙ୍କା ଦେଲେ ଜେଲରେ ରାତି କାଟିବାକୁ ମିଳିବ ସୁଯୋଗ

ଡେରାଡୁନ: ଜେଲ କଥା ଶୁଣିଲେ ସମସ୍ତଙ୍କ ହୋସ ଉଡ଼ିଯାଏ। ହେଲେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ରଖୁଥିବା ଲୋକଙ୍କୁ ପଣ୍ତିତମାନେ ଗ୍ରହନକ୍ଷତ୍ରର ଆଳରେ ବନ୍ଧନ ଯୋଗ କଥା କୁହନ୍ତି। ଏଥିସହ ଏହି ବନ୍ଧନ ଯୋଗରୁ ଆଶ୍ୱସ୍ତି ପାଇବାରୁ ଜ୍ୟୋତିଷମାନେ ଜେଲରେ ଗୋଟିଏ ଦିନ ରହିବାକୁ ମଧ୍ୟ ପରାମର୍ଶ ଦିଅନ୍ତି। ଏବେ ଏହି ବନ୍ଧନ ଯୋଗରୁ ରକ୍ଷା ଓ ଜେଲର ଅଭିଜ୍ଞତା ହାସଲ କରିବା ଆଉ କଷ୍ଟକର ବ୍ୟାପର ନୁହେଁ। କାରଣ ମାତ୍ର ୫ ଶହ ଟଙ୍କା ଦେଲେ ଜଣେ […]

Jail

Jail

Hemant Lenka
  • Published: Wednesday, 28 September 2022
  • Updated: 28 September 2022, 08:23 AM IST

Sports

Latest News

ଡେରାଡୁନ: ଜେଲ କଥା ଶୁଣିଲେ ସମସ୍ତଙ୍କ ହୋସ ଉଡ଼ିଯାଏ। ହେଲେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ରଖୁଥିବା ଲୋକଙ୍କୁ ପଣ୍ତିତମାନେ ଗ୍ରହନକ୍ଷତ୍ରର ଆଳରେ ବନ୍ଧନ ଯୋଗ କଥା କୁହନ୍ତି। ଏଥିସହ ଏହି ବନ୍ଧନ ଯୋଗରୁ ଆଶ୍ୱସ୍ତି ପାଇବାରୁ ଜ୍ୟୋତିଷମାନେ ଜେଲରେ ଗୋଟିଏ ଦିନ ରହିବାକୁ ମଧ୍ୟ ପରାମର୍ଶ ଦିଅନ୍ତି। ଏବେ ଏହି ବନ୍ଧନ ଯୋଗରୁ ରକ୍ଷା ଓ ଜେଲର ଅଭିଜ୍ଞତା ହାସଲ କରିବା ଆଉ କଷ୍ଟକର ବ୍ୟାପର ନୁହେଁ। କାରଣ ମାତ୍ର ୫ ଶହ ଟଙ୍କା ଦେଲେ ଜଣେ ବ୍ୟକ୍ତି ଗୋଟିଏ ରାତି ଜେଲରେ କାଟି ପାରିବେ। ଏପରି କି ତାଙ୍କୁ ଜେଲର ରୋଷଶାଳାରେ ରନ୍ଧା ଯାଉଥିବା ଖାଦ୍ୟ ମଧ୍ୟ ମିଳିବ।

ଉତ୍ତରାଖଣ୍ଡର ହଲଦୱାନିର ଜେଲ କର୍ତ୍ତୃପକ୍ଷ ଏପରି ଏକ ଅଭିନବ ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ରିଷ୍ଟ ଖଣ୍ଡନ କରିବାକୁ ସେମାନେ ୫ଶହ ଟଙ୍କାରେ ରାତିକ ପାଇଁ ଜେଲର ସୁବିଧା ଯୋଗାଇ ଦେବାକୁ ଅଫର କରିଛନ୍ତି। ହଲଦୱାନି ଜେଲ ୧୯୦୩ ମସିହାରେ ତିଆରି କରାଯାଇଥିଲା। ଏହାର ଗୋଟିଏ ପାର୍ଶ୍ୱ ପୂର୍ବଭଳି ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏଠାରେ ୬ଟି ଷ୍ଟାଫ କ୍ୱାର୍ଟର୍ସ ରହିଛି। କିନ୍ତୁ ଏଠାରେ କେହି ବି ରହୁନାହାନ୍ତି। ଏବେ ଉକ୍ତ ଅଂଶକୁ ଜେଲ୍‌ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏଠାରେ ରାତି କାଟିବାକୁ ଚାହୁଁଥିବା ଲୋକଙ୍କୁ ଜେଲର ଅଭିଜ୍ଞତା ମିଳିବ।

ଡେପୁଟି ଜେଲ ସୁପରିନଟେଣ୍ଡେଣ୍ଟ ସତୀଶ ସୁଖିଜା କହିଛନ୍ତି, ଜେଲ କର୍ତ୍ତୃପକ୍ଷଙ୍କୁ ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ନିୟମିତ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ କିଛି ଘଣ୍ଟା ଜେଲର ବାରାକ ମଧ୍ୟରେ ସମୟ କାଟିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଜେଲ୍‌ ଅତିଥିଙ୍କୁ ସ୍ୱାଗତ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ‘ଜେଲ ଅତିଥି’ଙ୍କୁ କଏଦୀଙ୍କ ଭଳି ପୋଷାକ ଓ ଜେଲ ରୋଷଶାଳାରେ ପ୍ରସ୍ତୁକ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିପାଇଁ ୫ ଶହ ଟଙ୍କା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଜ୍ୟୋତିଷମାନେ ଅନେକ ଲୋକଙ୍କୁ ଗ୍ରହ ଶାନ୍ତି ପାଇଁ ଜେଲରେ ଗୋଟିଏ ରାତି କାଟିବାକୁ ପରାମର୍ଶ ଦେଉଛନ୍ତି। ଏଥିପାଇଁ ହଲଦୱାନି ଜେଲର ଖାଲିଥିବା ସ୍ଥାନକୁ ଅତିଥିମାନଙ୍କ ପାଇଁ ତିଆରି କରାଯାଇଛି। ଯେଉଁମାନଙ୍କୁ ଜ୍ୟୋତିଷମାନେ ବନ୍ଧନ ଯୋଗ କାଟିବାକୁ ରାତିକ ପାଇଁ ଜେଲରେ ରହିବାକୁ କହୁଛନ୍ତି, ସେମାନଙ୍କୁ ଏଠାରେ ସବୁ ପ୍ରକାରର ସୁବିଧା ଓ ଅଭିଜ୍ଞତା ମିଳୁଛି। ଯେଉଁମାନଙ୍କ ଭାଗ୍ୟରେ ଜେଲରେ ରହିବା ଲେଖାଯାଇଥିବା ଜ୍ୟୋତିଷମାନେ କହୁଛନ୍ତି ଓ ଏଥିରେ ଯେଉଁମାନେ ବିଶ୍ୱାସ କରୁଛନ୍ତି, ସେମାନେ ମାତ୍ର ୫ ଶହ ଟଙ୍କା ଦେଇ ଜେଲ ଭିତରେ ଥିବା ବାରାକରେ ରହିପାରିବେ। ଏଥିସହ ଜେଲର ଅଭିଜ୍ଞତା ହାସଲ ପାଇଁ ଚାହୁଁଥିବା ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସିପାରିବେ ବୋଲି ଜଣେ ଜେଲ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos