ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ଅଙ୍କିତାଙ୍କ ପରିବାର ଲୋକ, ଅନ୍ତିମ ସଂସ୍କାରକୁ ନା

ଡେରାଡୁନ: ଦେହବେପାର ପାଇଁ ରାଜି ନ ହେବାରୁ ଉତ୍ତରାଖଣ୍ଡରେ ୧୯ ବର୍ଷୀୟ ଯୁବତୀ ଅଙ୍କିତା ଭଣ୍ଡାରୀଙ୍କୁ ହତ୍ୟା ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଘଟଣାରେ ପୁଲିସ୍‌ ଅଙ୍କିତା କାମ କରୁଥିବା ରିସର୍ଟର ମାଲିକ ତଥା ବହିଷ୍କୃତ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କୁ ଗିରଫ କରିଛି। ସେ ହିଁ ଅଙ୍କିତାଙ୍କୁ ହତ୍ୟା କରିବା ପରେ ନିକଟସ୍ଥ କେନାଲରେ ମୃତଦେହକୁ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏବେ ଅଙ୍କିତାଙ୍କ ପରିବାର ଲୋକ ରାଜ୍ୟ ସରକାରଙ୍କ […]

ankita

ankita

Hemant Lenka
  • Published: Sunday, 25 September 2022
  • Updated: 25 September 2022, 10:38 AM IST

Sports

Latest News

ଡେରାଡୁନ: ଦେହବେପାର ପାଇଁ ରାଜି ନ ହେବାରୁ ଉତ୍ତରାଖଣ୍ଡରେ ୧୯ ବର୍ଷୀୟ ଯୁବତୀ ଅଙ୍କିତା ଭଣ୍ଡାରୀଙ୍କୁ ହତ୍ୟା ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଘଟଣାରେ ପୁଲିସ୍‌ ଅଙ୍କିତା କାମ କରୁଥିବା ରିସର୍ଟର ମାଲିକ ତଥା ବହିଷ୍କୃତ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କୁ ଗିରଫ କରିଛି। ସେ ହିଁ ଅଙ୍କିତାଙ୍କୁ ହତ୍ୟା କରିବା ପରେ ନିକଟସ୍ଥ କେନାଲରେ ମୃତଦେହକୁ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏବେ ଅଙ୍କିତାଙ୍କ ପରିବାର ଲୋକ ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଝିଅର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଛନ୍ତି।

ଅଙ୍କିତାଙ୍କ ହତ୍ୟା ପଛରେ ବିଜେପି ନେତାଙ୍କ ପୁଅ ପୁଲକିତ ରହିଥିବା ଜଣାପଡ଼ିବା ପରେ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସଆଇଟି ଅଙ୍କିତା ତାଙ୍କ ସାଙ୍ଗମାନଙ୍କୁ ପୁଲକିତ ଦେଉଥିବା ନିର୍ଯାତନା ବିଷୟରେ ହ୍ୱାଟସଆପରେ ମେସେଜ କରିଥିଲେ। ଏହି ମେସେଜ ସହ ପୂରା ଘଟଣାର ତଦନ୍ତ ଏସଆଇଟି ଆରମ୍ଭ କରିଛି।

ସେହିପରି ସରକାର ତରବରିଆ ଭାବେ ପୁଲକିତଙ୍କ ରିସର୍ଟକୁ ମଧ୍ୟ ଭାଙ୍ଗି ଦେଇଥିଲେ। କିନ୍ତୁ ସରକାରଙ୍କ ଏପରି ପଦକ୍ଷେପ ଉପରେ ପ୍ରଶ୍ନ ଉଠିଛି। ରସିସର୍ଟରେ ଥିବା ପ୍ରମାଣକୁ ନଷ୍ଟ କରିବା ପାଇଁ ତଥା ବିଜେପି ନେତାଙ୍କ ପୁଅକୁ ସୁରକ୍ଷା ଦେବା ପାଇଁ କ୍ଷମତାସୀନ ଧାମି ସରକାର ଏପରି ବ୍ୟବସ୍ଥା କରିଥିବା ଅଙ୍କିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ପୁଣିଥରେ ଶବର ବ୍ୟବଚ୍ଛେଦ କରିବାକୁ ଦାବି କରିଛନ୍ତି।

ଅଙ୍କିତାଙ୍କ ଶବ ପାଣିରୁ ଉଦ୍ଧାର ହେବା ପରେ ଋଷିକେଶରେ ଥିବା ଏମ୍ସରେ ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ ପାଣିରେ ବୁଡ଼ିବା ଯୋଗୁ ଅଙ୍କିତାଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କ ଶରୀରରେ ମାଡ଼ ମରାଯିବା ଯୋଗୁ କ୍ଷତିଚିହ୍ନ ମଧ୍ୟ ରହିଛି। ବ୍ୟବଚ୍ଛେଦ ପରେ ଶବକୁ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

କିନ୍ତୁ ସେମାନେ ଆଉ ଥରେ ଭିଡିଓ ରେକର୍ଡିଂ ଦ୍ୱାରା ଶବର ବ୍ୟବଚ୍ଛେଦ କରିବାକୁ ଦାବି କରିଛନ୍ତି। ଏଥିସହ ବ୍ୟବଚ୍ଛେଦ ନ ସରିବା ଯାଏ ଅଙ୍କିତାଙ୍କ ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ଜିଦ ଧରି ବସିଛନ୍ତି। ଏହି ଖବର ମିଳିବା ପରେ ପ୍ରଶାସନ ଅଙ୍କିତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଅନ୍ତିମ ସଂସ୍କାର ତୁରନ୍ତ ସାରିବାକୁ ବୁଝାସୁଝା କରୁଛି।

ଅନ୍ୟପକ୍ଷରେ ବିରୋଧୀ ମଧ୍ୟ ତରବିଆର ଭାବେ ପୁଲକିତଙ୍କ ରିସର୍ଟ ଉପରେ ବୁଲଡୋଜର ଚାଲିବା ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି ଯେ “ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ପ୍ରମାଣ ନଷ୍ଟ କରିବାକୁ ରିସର୍ଟକୁ ଭାଙ୍ଗି ଦିଆଯାଇଥିବା ଲୋକମାନେ ସନ୍ଦେହ କରୁଛନ୍ତି। ସରକାର ଏହା ଉପରେ ଜବାବ ରଖନ୍ତୁ।”

୧୯ ବର୍ଷୀୟ ଅଙ୍କିତା ପୁଲକିତଙ୍କ ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ହେଲେ ପୁଲକିତ ଓ ରିସର୍ଟର ଆଉ ୨ ଜଣ କର୍ମଚାରୀ ତାଙ୍କୁ ବେଶ୍ୟାବୃତ୍ତିରେ ସାମିଲ ହେବାକୁ ବାରମ୍ବାର କହୁଥିଲେ। ଅତିଥିଙ୍କୁ ‘ସ୍ପେଶାଲ ସୁବିଧା’ ଯୋଗାଇ ଦେଲେ ୧୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି ସେମାନେ ଅଙ୍କିତାଙ୍କୁ କହିଥିଲେ।

ଏଥିରେ ଅଙ୍କିତା ରାଜି ନ ହେବାରୁ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ୧୮ରୁ ଅଙ୍କିତା ନିଖୋଜ ଥିଲେ। ଶୁକ୍ରବାର ପୁଲିସ୍‌ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ଏହାପରେ ଶନିବାର କେନାଲ ଭିତରୁ ଅଙ୍କିତାଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାକୁ ନେଇ ବିବାଦ ହେବାରୁ ବିଜେପି ପୁଲକିତଙ୍କ ବାପା ଓ ଭାଇଙ୍କୁ ଦଳରୁ ବହିଷ୍କୃତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story