ଶେଷରେ ୬ ମାସ ପାଇଁ ଜାମିନ ପାଇଲେ ବିପ୍ଳବୀ କବି ବରବରା ରାଓ

ମୁମ୍ବାଇ: ବିପ୍ଳବୀ କବି, ସାମାଜିକ କର୍ମୀ ତଥା ଭୀମା କୋରେଗାଓଁ ହିଂସା ଘଟଣାର ଅଭିଯୁକ୍ତ ବରବରା ରାଓଙ୍କୁ ଶେଷରେ ଜାମିନ ମିଳିଛି। ଆଜି ୮୧ ବର୍ଷୀୟ ରାଓଙ୍କୁ ବମ୍ବେ ହାଇକୋର୍ଟ ସ୍ୱାସ୍ଥ୍ୟଗତ କାରଣରୁ ୬ ମାସ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଦେବା ବେଳେ କୋର୍ଟ କିଛି ସର୍ତ୍ତ ଲାଗୁ କରିଛନ୍ତି। ଶ୍ରୀ ରାଓ ଏହି ୬ ମାସ ଯାଏ ମୁମ୍ବାଇ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ତଦନ୍ତକାରୀ ସଂସ୍ଥା ଯେତେବେଳେ ଆବଶ୍ୟକ କରିବ, […]

varvara-rao

varvara-rao

Hemant Lenka
  • Published: Monday, 22 February 2021
  • Updated: 22 February 2021, 02:49 PM IST

Sports

Latest News

ମୁମ୍ବାଇ: ବିପ୍ଳବୀ କବି, ସାମାଜିକ କର୍ମୀ ତଥା ଭୀମା କୋରେଗାଓଁ ହିଂସା ଘଟଣାର ଅଭିଯୁକ୍ତ ବରବରା ରାଓଙ୍କୁ ଶେଷରେ ଜାମିନ ମିଳିଛି। ଆଜି ୮୧ ବର୍ଷୀୟ ରାଓଙ୍କୁ ବମ୍ବେ ହାଇକୋର୍ଟ ସ୍ୱାସ୍ଥ୍ୟଗତ କାରଣରୁ ୬ ମାସ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଦେବା ବେଳେ କୋର୍ଟ କିଛି ସର୍ତ୍ତ ଲାଗୁ କରିଛନ୍ତି।

ଶ୍ରୀ ରାଓ ଏହି ୬ ମାସ ଯାଏ ମୁମ୍ବାଇ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ତଦନ୍ତକାରୀ ସଂସ୍ଥା ଯେତେବେଳେ ଆବଶ୍ୟକ କରିବ, ସେ ଏଥିରେ ପୂରା ସହଯୋଗ କରିବେ। କୋର୍ଟ ଶ୍ରୀ ରାଓଙ୍କୁ ନାନାବତୀ ହସ୍ପିଟାଲରୁ ଡିସଚାର୍ଜ କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ଏସଏସ ସିନ୍ଧେ ଓ ଜଷ୍ଟିସ ମନୀଷ ପିଟାଲେ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି।

କୋର୍ଟ ଆହୁରି କହିଛନ୍ତି, ଶ୍ରୀ ରାଓ ନିଜ ଘରର ବିସ୍ତୃତ ସୂଚନା କୋର୍ଟ ଓ ପୁଲିସ୍‌ ନିକଟରେ ଦାଖଲ କରିବେ। ତାଙ୍କୁ ଯେତେବେଳେ ଓ ଯେଉଁ ଠାରେ ଟ୍ରାଏଲାରେ ସାମିଲ ହେବାକୁ କୁହାଯିବ, ସେ ଉପସ୍ଥିତ ରହିବେ। ସେ କୋର୍ଟରେ ବ୍ୟକ୍ତିଗତ ହାଜରରୁ ଛାଡ଼ ପାଇବା ପାଇଁ ଆବେଦନ କରିପାର ସ୍ଥିତିକୁ ଦେଖି କୋର୍ଟ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଭୀମା କୋରେଗାଓଁ ହିଂସା ଘଟଣାରେ ୨୦୧୮ରେ ଶ୍ରୀ ରାଓଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲ୍‌ରେ ରହିଛନ୍ତି। ତେବେ ଜେଲ୍‌ରେ କିଛି ଦିନ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଥିଲା। ଏପରି କି ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ସେ ନିୟମିତ ଜେଲରୁ ହସ୍ପିଟାଲ ଓ ହସ୍ପିଟାଲରୁ ଜେଲ୍‌ ଯିବା ଆସିବା କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos