ପ୍ରଧାନମନ୍ତ୍ରୀ କ’ଣ କରିବା ଦରକାର? ପରାମର୍ଶ ଦେଲେ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ

ନୂଆଦିଲ୍ଲୀ: ଦେଶର ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ସେ କ’ଣ କରିବା ଦରକାର ସେ ବିଷୟରେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳର ନେତାମାନଙ୍କୁ ନିୟମିତ ଭେଟିବା ଦରକାର। ଏହାଦ୍ୱାରା ସେମାନଙ୍କ ମନରେ ରହିଥିବା ଭୁଲ ବୁଝାମଣା ବଦଳି ପାରିବ। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ନିୟମକୁ ପାଳନ କରିବା ଉଚିତ ବୋଲି ଶ୍ରୀ ନାଇଡୁ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ପ୍ରସ୍ତୁତ ହୋଇଥିବା […]

Modi

Modi

Hemant Lenka
  • Published: Saturday, 24 September 2022
  • Updated: 24 September 2022, 04:20 PM IST

ନୂଆଦିଲ୍ଲୀ: ଦେଶର ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ସେ କ’ଣ କରିବା ଦରକାର ସେ ବିଷୟରେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳର ନେତାମାନଙ୍କୁ ନିୟମିତ ଭେଟିବା ଦରକାର। ଏହାଦ୍ୱାରା ସେମାନଙ୍କ ମନରେ ରହିଥିବା ଭୁଲ ବୁଝାମଣା ବଦଳି ପାରିବ। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ନିୟମକୁ ପାଳନ କରିବା ଉଚିତ ବୋଲି ଶ୍ରୀ ନାଇଡୁ ପ୍ରସ୍ତାବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ପ୍ରସ୍ତୁତ ହୋଇଥିବା ବହିକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ନାଇଡୁ ସ୍ୱାସ୍ଥ୍ୟ, ବିଦେଶ ନୀତି, ଟେକ୍ନୋଲଜିରେ ଭାରତକୁ ମିଳିଥିବା ସଫଳତାର ପ୍ରଶଂସା କରିଛନ୍ତି। ଏଥିସହ ପୂରା ବିଶ୍ୱରେ ଭାରତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋପାରିଥିବା ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ଭାରତ ଏବେ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି। ପୂରା ବିଶ୍ୱରେ ଭାରତର ସ୍ୱର ଶୁଣିବାକୁ ମିଳୁଛି। ବହୁତ କମ ଦିନରେ ଏପରି ଘଟଣା ଘଟିବା ଆଦୌ ଛୋଟ କଥା ନୁହେଁ। ପ୍ରଧାନମନ୍ତ୍ରୀ ମୋଦିଙ୍କର ପଦକ୍ଷେପ, ଗାଇଡାନ୍ସ ଓ ଭାରତର ବିକାଶର ଗତି ପାଇଁ ଏହା ସମ୍ଭବ ହୋଇପାରିଛି।” ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପିକସ(୨୦୧୯ ମେ-୨୦୨୦ ମେ’) ଶୀର୍ଷକ ବହିର ଉନ୍ମୋଚନ କରିବା ବେଳେ ଶ୍ରୀ ନାଇଡୁ ଏପରି କଥା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଓ ସଚିବ ଅପୂର୍ବ ଚନ୍ଦ୍ର ଉପସ୍ଥିତ ରହିଥିଲେ।
ଶ୍ରୀ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା ସତ୍ତ୍ୱେ କିଛି ବର୍ଗ ଏବେ ବି ତାଙ୍କ ବ୍ୟବସ୍ଥାକୁ ନେଇ ଚିନ୍ତା କରୁଛନ୍ତି। ଏହା କେବଳ ଭୁଲ ବୁଝାମଣା ଓ ଚିନ୍ତାଧାର ଯୋଗୁ ଘଟୁଛି।

ସେହିପରି କିଛି ରାଜନୀତିକ ବାଧ୍ୟବାଧକତା ମଧ୍ୟ ରହୁଛି। ତେବେ କିଛି ସମୟର ବ୍ୟବଧାନ ପରେ ଏହି ଭୁଲ ବୁଝାମଣା ମଧ୍ୟ ସ୍ପଷ୍ଟ ହୋଇଯିବ। ପ୍ରଧାନମନ୍ତ୍ରୀ ପର୍ଯ୍ୟାୟକ୍ରମେ ଓ ନିୟମିତ ସବୁ ବର୍ଗର ରାଜନୀତିକ ଦଳର ନେତାମାନଙ୍କୁ ଭେଟନ୍ତୁ। କେବେଳେ ଏ ପକ୍ଷର ତ ଆଉ କେତେବେଳେ ସେ ପକ୍ଷର ରାଜନେତାଙ୍କୁ ଭେଟିଲେ ସବୁ ଭୁଲ ବୁଝାମଣା ଦୂର ହୋଇପାରିବ ବୋଲି ଭେଙ୍କୟା ପରାମର୍ଶ ଦେଇଛନ୍ତି।

ଶ୍ରୀ ନାଇଡୁ ବିରୋଧୀଙ୍କୁ କହିଛନ୍ତି ଯେ “ବିରୋଧୀ ଦଳଗୁଡ଼ିକ ଏହି ସମୟରେ ମୁକ୍ତ ମାନସିକତା ପ୍ରଦର୍ଶନ କରିବା ଉଚିତ। ବିରୋଧୀ ମନେ ରଖିବା ଦରକାର ଯେ ସେମାନେ ପ୍ରତିଦ୍ୱନ୍ଦ୍ୱୀ। କିନ୍ତୁ ଶତ୍ରୁ ନୁହନ୍ତି। ସବୁ ରାଜନୀତିକ ଦଳ ଓ ପକ୍ଷ ପରସ୍ପରକୁ ସମ୍ମାନ ଦିଅନ୍ତୁ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ପଦକୁ ସମ୍ମାନ କରିବା ଦରକାର। ସବୁ ସାମ୍ବିଧାନିକ ସଂସ୍ଥାକୁ ସମ୍ମାନ କରିବା କଥା ସମସ୍ତେ ମନେ ରଖିବା ଉଚିତ।”

ଲଞ୍ଚ ହୋଇଥିବା ବହିରେ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ୮୬ଟି ଭାଷଣକୁ ସ୍ଥାନ ଦିଆଯାଇଛି। ଏହାକୁ ୧୦ଟି ଭାଗରେ ବିଭକ୍ତ କରାଯାଇଛି। ଆତ୍ମନିର୍ଭର ଭାରତ-ଅର୍ଥନୀତି, ଲୋକ ପ୍ରଥମ-ନୀତି, କରୋନା ବିରୋଧୀ ଲଢ଼େଇ, ଇମର୍ଜିଂ ଭାରତ-ବୈଦେଶିକ ବ୍ୟାପାର, ଜୟ କିଷାନ, ଟେକ ଇଣ୍ଡିଆ-ନ୍ୟୁ ଇଣ୍ଡିଆ, ଗ୍ରୀନ ଇଣ୍ଡିଆ-କ୍ଲିନ ଇଣ୍ଡିଆ, ଫିଟ ଇଣ୍ଡିଆ-ଏଫିସିଏଣ୍ଟ ଇଣ୍ଡିଆ, ଇଣ୍ଟରନାଲ ଇଣ୍ଡିଆ-ମର୍ଡନ ଇଣ୍ଡିଆ ଓ ମନ କୀ ବାତ ଭଳି ବିଷୟ ବସ୍ତୁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story