ଭିସ୍ତାଡୋମ କୋଚ୍‌ର ଉଦଘାଟନ କଲେ ଉପ ରାଷ୍ଟ୍ରପତି

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ରେଳ ଷ୍ଟେସନରେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ବିଶାଖାପାଟଣା- କିରାଣ୍ଡୁଲ-ବିଶାଖାପାଟଣା ଟ୍ରେନରେ ନବୀକରଣ ହୋଇଥିବା ଏଲଏଚବି ରେକ୍ ସହିତ ଅତିରିକ୍ତ ଭିସ୍ତାଡୋମ୍ କୋଚର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ନାଇଡୁ ସମାବେଶକୁ ସମ୍ବୋଧିତ କରିଛନ୍ତି। କରୋନା ମହାମାରୀ ସମୟରେ ଭାରତୀୟ ରେଳବାଇ ଜନସାଧାରଣଙ୍କ ସମସ୍ତ ଅସୁବିଧାକୁ ଦୂର କରିବାକୁ ପଦକ୍ଷେପ ନେବା ସହ ଲୋକଙ୍କୁ ସୁରକ୍ଷିତ ଯାତ୍ରା ପ୍ରଦାନ କରିଥିଲା। ଏହା ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ଥିଲା […]

Vistadome

Vistadome

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 08:34 PM IST

Sports

Latest News

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ରେଳ ଷ୍ଟେସନରେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ବିଶାଖାପାଟଣା- କିରାଣ୍ଡୁଲ-ବିଶାଖାପାଟଣା ଟ୍ରେନରେ ନବୀକରଣ ହୋଇଥିବା ଏଲଏଚବି ରେକ୍ ସହିତ ଅତିରିକ୍ତ ଭିସ୍ତାଡୋମ୍ କୋଚର ଉଦଘାଟନ କରିଛନ୍ତି।

ଏହି ଅବସରରେ ଉପରାଷ୍ଟ୍ରପତି ନାଇଡୁ ସମାବେଶକୁ ସମ୍ବୋଧିତ କରିଛନ୍ତି। କରୋନା ମହାମାରୀ ସମୟରେ ଭାରତୀୟ ରେଳବାଇ ଜନସାଧାରଣଙ୍କ ସମସ୍ତ ଅସୁବିଧାକୁ ଦୂର କରିବାକୁ ପଦକ୍ଷେପ ନେବା ସହ ଲୋକଙ୍କୁ ସୁରକ୍ଷିତ ଯାତ୍ରା ପ୍ରଦାନ କରିଥିଲା। ଏହା ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ଥିଲା ବୋଲି ଶ୍ରୀ ନାଇଡୁ କହିଛନ୍ତି।

ବିଶାଖାପାଟଣା ସହର ସହିତ ତାଙ୍କର ଘନିଷ୍ଠ ସମ୍ପର୍କକୁ ମନେ ପକାଇ ଉପରାଷ୍ଟ୍ରପତି ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବିଶାଖାପାଟଣା-ଆରକୁ ରାସ୍ତାରେ ଭିସ୍ତାଡୋମ୍ କୋଚ୍ ତ୍ୱରାନ୍ୱିତ କରିବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନେଇଥିବା ନିଷ୍ପତ୍ତିକୁ ବି ସେ ପ୍ରଶଂସା କରିଛନ୍ତି।

କୋଭିଡ କେୟାର କୋଚ, ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଓ ଅମ୍ଳଜାନ ଏକ୍ସପ୍ରେସର ଉଦାହରଣ ଦେଇ ଶ୍ରୀ ନାଇଡୁ କହିଛନ୍ତି ଯେ ଭାରତୀୟ ରେଳବାଇ ଏହାର ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ କରିଛି ଏବଂ ଦେଶକୁ ମହାମାରୀର ମୁକାବିଲା କରିବାର ଦିଗରେ ସାହାଯ୍ୟ କରିଛି।
ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ଗାଁ ଓ ସହରକୁ ପିପିଇ କିଟ, କଭରେଲ୍ସ, ହ୍ୟାଣ୍ଡ ସାନିଟାଇଜର, ମାସ୍କ ସହ ଚିକିତ୍ସା ଉପକରଣ ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରି ଥିବା ଭାରତୀୟ ରେଳବାଇକୁ ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ।

ରେଳବାଇର ଏହି ସକ୍ରିୟ ଆଭିମୁଖ୍ୟ ଯୋଗୁ ଦେଶରେ ମହାମାରୀ ସମୟରେ ଦ୍ରବ୍ୟର ଅଭାବ ଓ ଖାଦ୍ୟର ଷ୍ଟକ୍ ଉପରେ କୌଣସି ପ୍ରଭାବ ପଡ଼ି ନଥିଲା। ତେଣୁ ରେଳବାଇ କେବଳ ଦେଶକୁ ମହାମାରୀର ମୁକାବିଲା କରିବାରେ ସାହାଯ୍ୟ କରିନାହିଁ ବରଂ ଆବଶ୍ୟକତା ସମୟରେ ଏକ ଅତ୍ୟାବଶ୍ୟକ ସଂଜୀବନୀ ଭାବେ ଉଭା ହୋଇଥିବା ସେ କହିଛନ୍ତି।

ଅନେକ ବ୍ରିଜ, ଟନେଲ ଦେଇ ପୂର୍ବାଞ୍ଚଳ ଘାଟର ମନୋରମ ଦୃଶ୍ୟ, ପାର୍ବତ୍ୟ ଅଞ୍ଚଳ ଦେଇ ଯାଉଥିବା ଏହି ମାର୍ଗର ପର୍ଯ୍ୟଟନ ବିଷୟରେ ଶ୍ରୀ ନାଇଡୁ କହିଛନ୍ତି ଯେ ଭିସ୍ତାଡୋମ କୋଚ ସିଟ ଗୁଡିକର ୩୬୦ ଡିଗ୍ରୀ ଭ୍ୟୁଙ୍ଗ ବ୍ୟବସ୍ଥା ରହିଛି। ଯାହା ଯାତ୍ରାକୁ ଅଧିକ ସ୍ମରଣୀୟ କରିବ। ଯାତ୍ରୀମାନଙ୍କ ଆରାମ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏଲଏଚବି କୋଚ ଗୁଡ଼ିକରେ ଅଗ୍ନିନିରାପତ୍ତା, ଉନ୍ନତ ଡିଜାଇନ୍, କମ ଓଜନ ଓ ଅଧିକ ଯାତ୍ରୀ ପରିବହନ କ୍ଷମତାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ଡିଭିଜନାଲ ରେଲୱେ ମ୍ୟାନେଜର ଅନୁପ ଶତପଥୀ କହିଛନ୍ତି ଯେ, ଏହି କୋଚର ନିର୍ମାଣ ପାଇଁ ବିଶାଖାପାଟଣା ରେଳବାଇ ପକ୍ଷରୁ ଅକ୍ଲାନ୍ତ ପରିଶ୍ରମ କରାଯାଇଛି। ତେଣୁ ସେ ସମସ୍ତ କର୍ମଚାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ୨୪ ନଭେମ୍ବରଠାରୁ କିରାଣ୍ଡୁଲରୁ ବିଶାଖାପାଟଣା ଓ ଆରକୁ ମଧ୍ୟରେ ଭିସ୍ତାଡୋମ୍ ସେବା ଆରମ୍ଭ ହେବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟନ, ସଂସ୍କୃତି ମନ୍ତ୍ରୀ ମୁତାମେସେଟ୍ଟି ଶ୍ରୀନିବାସ ରାଓ ଏବଂ ବିଶାଖାପାଟଣା ସାଂସଦ ଶ୍ରୀ ଏମ ଭିଭି ସତ୍ୟନାରାୟଣ ପ୍ରମୁଖ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story