ରାଜ୍ୟସଭାରେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କଲେ ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୁଣିଥରେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରିଛନ୍ତି। ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ନିଜର ପ୍ରଥମ ଅଭିଭାଷଣରେ ଉପ ରାଷ୍ଟ୍ରପତି ଧନଖଡ଼ ସୁପ୍ରିମକୋର୍ଟଙ୍କୁ ଲକ୍ଷ୍ମଣ ରେଖାର ପାଠପଢ଼ାଇଛନ୍ତି। ସେ ରାଷ୍ଟ୍ରିୟ ନ୍ୟାୟିକ ନିଯୁକ୍ତି କମିଶନ(ଏନଜେଏସି) ପ୍ରସଙ୍ଗ ଉଠାଇଛନ୍ତି। ଏନଜେଏସି ଆଇନ ପାଇଁ ୯୯ତମ ସାମ୍ବିଧାନିକ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ କରାଯାଇଥିଲା। କିନ୍ତୁ ୨୦୧୫ରେ ସୁପ୍ରିମକୋର୍ଟ ଏହି ବିଲକୁ ଅସାମ୍ବିଧାନିକ ଓ ଅବୈଧ କରି ଅଗ୍ରାହ୍ୟ କରିଦେଇଥିଲେ। ଉପରାଷ୍ଟ୍ରପତି […]

VP

VP

Hemant Lenka
  • Published: Wednesday, 07 December 2022
  • Updated: 07 December 2022, 09:36 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୁଣିଥରେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରିଛନ୍ତି। ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ନିଜର ପ୍ରଥମ ଅଭିଭାଷଣରେ ଉପ ରାଷ୍ଟ୍ରପତି ଧନଖଡ଼ ସୁପ୍ରିମକୋର୍ଟଙ୍କୁ ଲକ୍ଷ୍ମଣ ରେଖାର ପାଠପଢ଼ାଇଛନ୍ତି। ସେ ରାଷ୍ଟ୍ରିୟ ନ୍ୟାୟିକ ନିଯୁକ୍ତି କମିଶନ(ଏନଜେଏସି) ପ୍ରସଙ୍ଗ ଉଠାଇଛନ୍ତି।

ଏନଜେଏସି ଆଇନ ପାଇଁ ୯୯ତମ ସାମ୍ବିଧାନିକ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ କରାଯାଇଥିଲା। କିନ୍ତୁ ୨୦୧୫ରେ ସୁପ୍ରିମକୋର୍ଟ ଏହି ବିଲକୁ ଅସାମ୍ବିଧାନିକ ଓ ଅବୈଧ କରି ଅଗ୍ରାହ୍ୟ କରିଦେଇଥିଲେ। ଉପରାଷ୍ଟ୍ରପତି ଧନଖଡ଼ ସୁପ୍ରିମକୋର୍ଟଙ୍କ ଏପରି ଆଭିମୁଖ୍ୟକୁ ସଂସଦୀୟ ସାର୍ବଭୌମତ୍ୱ ସହିତ ଏକ ଗୁରୁତର ବୁଝାମଣା ଓ ଦେଶର ଜନାଦେଶକୁ ଅସମ୍ମାନ ବୋଲି କହିଛନ୍ତି। ଏଥିସହ ଜନାଦେଶର ସୁରକ୍ଷା ପାଇଁ ରାଜ୍ୟସଭା ଓ ଲୋକସଭା ଦାୟିତ୍ୱ ପାଇଥିବା ସେ କହିଛନ୍ତି।

ଉପ ରାଷ୍ଟ୍ରପତି ଧନଖଡ଼ କହିଛନ୍ତି ଯେ “ଗଣତାନ୍ତ୍ରିକ ଇତିହାସରେ ଏମିତି କୌଣସି ଉଦାହରଣ ନାହିଁ, ଯେଉଁଠାରେ ବ୍ୟବସ୍ଥିତ ଢଙ୍ଗରେ ନିଆଯାଇଥିବା ସାମ୍ବିଧାନିକ ନିଷ୍ପତ୍ତକୁ ନ୍ୟାୟିକ ବ୍ୟବସ୍ଥା ଆଳରେ ଅଗ୍ରାହ୍ୟ କରି ଦିଆଯାଇଛି। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। କିନ୍ତୁ ଏହି ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଂସଦ ୭ ବର୍ଷ ହେଲା କୌଣସି ପ୍ରକାରର ଫୋକସ କରୁନି।”

୨୦୧୫ରେ ପାରିତ ହୋଇଥିବା ଏହି ବିଲ୍ ସରକାରଙ୍କୁ ନ୍ୟାୟିକ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଅନୁମତି ଦେଇଥିଲେ। ଦୁଇ ଦଶନ୍ଧି ଧରି ସୁପ୍ରିମକୋର୍ଟ କଲେଜିୟମ ନ୍ୟାୟିକ୍ତ ନିଯୁକ୍ତି ପ୍ରକ୍ରିୟା କରୁଥିବା ବେଳେ ବିଲ୍‌ ଜରିଆରେ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଦାୟିତ୍ୱ ମିଳିଥିଲା।

କିନ୍ତୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ଓ ନ୍ୟାୟପାଳିକାର ସ୍ୱାଧୀନତା ସଙ୍କୋଚିତ ହେବ ବୋଲି ଆବେଦନକାରୀ ବିଲ୍‌ ବିରୋଧରେ ଯୁକ୍ତି ରଖିଥିଲେ। ଏହାପରେ ଗୋଟିଏ ସାମ୍ବିଧାନିକ ବେଞ୍ଚ ଏହି ଏନଜେଏସି ବିଲ୍‌କୁ ଅଗ୍ରାହ୍ୟ କରିଦେଇଥିଲେ।

ଉପ ରାଷ୍ଟ୍ରପତି କହିଛନ୍ତି, “ସଂସଦରେ ପାରିତ ହେଉଥିବା ଆଇନ ଲୋକଙ୍କ ଇଚ୍ଛାକୁ ଦର୍ଶାଇ ଥାଏ। ଏହାକୁ ସୁପ୍ରିମକୋର୍ଟ ରଦ୍ଦ କରିବା ଆଦୌ ଠିକ ନୁହେଁ। ଦୁନିଆର କୌଣସି ସ୍ଥାନରେ ଏପରି ଘଟଣା କେବେ ଘଟିଥିବା ମୋ ନଜରକୁ ଆସିନି। ତେଣୁ ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହି ସବୁ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ମଧ୍ୟ ବିଚାର କରିବା ଦରକାର।”

ନିଜ ଅଭିଭାଷଣାର ଭିଡିଓକୁ ମଧ୍ୟ ଶ୍ରୀ ଧନଖଡ଼ ଟ୍ୱିଟ କରିଛନ୍ତି। ଏହାପୂର୍ବରୁ ଗତ ଶୁକ୍ରବାର ମଧ୍ୟ ଗୋଟିଏ କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଧଡ଼ଖଡ଼ ସୁପ୍ରିମକୋର୍ଟଙ୍କୁ ସମାନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ଏଥିସହ ସର୍ବୋଚ୍ଚ ଅଦାଲତ ଏନଜେସିଏ ଆଇନକୁ ରଦ୍ଦ କରିବା ପରେ ଏହାକୁ ନେଇ ସଂସଦରେ ସେମିତି ବଡ଼ ପ୍ରତିକ୍ରିୟା ପ୍ରକାଶ ପାଇ ନଥିଲା ବୋଲି ମଧ୍ୟ ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos