କ୍ଷୀପ୍ରଗତିରେ ବହିଚାଲିଛି ନିଆଁ ପିଣ୍ଡୁଳାର ନଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଦ୍ୱନ୍ଦ୍ୱରେ ପଡ଼ିଥିବେ। ନଦୀର ପାଣି କେମିତି ନିଆଁ ପିଣ୍ଡୁଳାର ଆକାର ଧାରଣ କରି ବହି ଚାଲୁଛି? ଆପଣ କେବେ ନଦୀ ଜଳୁଥିବା ଦେଖିଛନ୍ତି କି? ହେଲେ ଆଜି ଆମେ ଆପଣଙ୍କୁ ଜ୍ୱଳନ୍ତା ନଦୀ କେମିତି ବୋହି ଚାଲିଛି, ତା’ର ଦୃଶ୍ୟ ଦେଖାଇବୁ।

ଲାଭା ଫାଟିବାର ଦୃଶ୍ୟ ଆପଣ ଟିଭି ବା କୌଣସି ସିନେମାରେ ଦେଖିଥିବେ। ଲାଭା ଜଳିଲା ବେଳେ ଏତେ ଉତ୍ତପ୍ତ ହୋଇଥାଏ ଯେ ଏହାର ପାଖକୁ ଯିବା ଏକ ପ୍ରକାରର ଅସମ୍ଭବ। ଲାଭା କେମିତି ଭୟଙ୍କର ଢଙ୍ଗରେ ଟକମକ ହୋଇ ଫୁଟୁଥାଏ, ତା’ର ଦୃଶ୍ୟ ଆମେ ଦେଖିଛେ। କିନ୍ତୁ କେବେ ହେଲେ ଉତ୍ତପ୍ତ ଲାଭାର ନଦୀ ଆଗକୁ ବହି ଯାଉଥିବାର ଆପଣ କେବେ ବି ଦେଖିନଥିବେ।


ବର୍ତ୍ତମାନ ଏଭଳି ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଭିଡିଓ ସୋଶାଲ ମିଡଆରେ ଭାଇରାଲ ହୋଇଛି। ଯେଉଁଥିରେ ନିଆଁ ପିଣ୍ଡୁଳାର ନଦୀ ବହି ଚାଲିଛି।

ଭାଇରାଲ ଭିଡିଓଟି ରେକ୍ସ ଚାପମେନ ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ ଏହା ଆପଣଙ୍କ ସମୟ ନଷ୍ଟ କରିବନି। ଦେଖନ୍ତୁ ଏହି ଲାଭାର ନଦୀ କେମିତି କ୍ଷୀପ୍ରଗତିରେ ବହି ଯାଉଛି।

ତେବେ ଏହି ଭିଡିଓଟି ଶେୟାର ହେବାପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ସୁଦ୍ଧା ଏହାକୁ ପ୍ରାୟ ୨୦ଲକ୍ଷ ଲୋକ ଦେଖିସାରିଲେଣି। ଘଟଣାଟି ଆମେରିକାର ହାୱାଇ ଅଞ୍ଚଳର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା