ଧସ୍ତାଧସ୍ତି ପରେ ଚାଷୀଙ୍କ ଉପରକୁ ପାଣି ମାଡ଼ କଲା ପୁଲିସ୍‌

ଝାଜର: ପୁଣିଥରେ ହରିଆଣାରେ ଧସ୍ତାଧସ୍ତି ହୋଇଛନ୍ତି ଚାଷୀ ଓ ପୁଲିସ। ଆଜି ଝାଜରରେ ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ଗୋଟିଏ କାର୍ଯ୍ୟକ୍ରମ ଥିବାରୁ ଏହାକୁ ବିରୋଧ କରି ଚାଷୀମାନେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଚାଷୀମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଫଳରେ ଚାଷୀ ଓ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଶେଷରେ ପୁଲିସ ପକ୍ଷରୁ ଚାଷୀଙ୍କୁ ଘଉଡ଼ାଇବା ପାଇଁ ପ୍ରବଳ ପାଣି ମାଡ଼ କରାଯାଇଥିଲା। ସାମ୍ନାକୁ ଆସିଥିବା ବେଳେ ଶତାଧିକ ମହିଳା ଓ […]

Farmer

Farmer

Hemant Lenka
  • Published: Friday, 01 October 2021
  • Updated: 01 October 2021, 04:36 PM IST

Sports

Latest News

ଝାଜର: ପୁଣିଥରେ ହରିଆଣାରେ ଧସ୍ତାଧସ୍ତି ହୋଇଛନ୍ତି ଚାଷୀ ଓ ପୁଲିସ। ଆଜି ଝାଜରରେ ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ଗୋଟିଏ କାର୍ଯ୍ୟକ୍ରମ ଥିବାରୁ ଏହାକୁ ବିରୋଧ କରି ଚାଷୀମାନେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଚାଷୀମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଫଳରେ ଚାଷୀ ଓ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଶେଷରେ ପୁଲିସ ପକ୍ଷରୁ ଚାଷୀଙ୍କୁ ଘଉଡ଼ାଇବା ପାଇଁ ପ୍ରବଳ ପାଣି ମାଡ଼ କରାଯାଇଥିଲା।

ସାମ୍ନାକୁ ଆସିଥିବା ବେଳେ ଶତାଧିକ ମହିଳା ଓ ପୁରୁଷ ଚାଷୀମାନେ ହାତରେ ପତାକ ଧରି ଆଗକୁ ବଢ଼ିଥିଲେ। ସେମାନଙ୍କୁ ପୁଲିସ୍‌ ଓ ଅର୍ଦ୍ଧ ସାମରିକ ବାହିନୀ ପକ୍ଷରୁ ରୋକା ଯାଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତଥାପି ବ୍ୟାରିକେଡ ଉପରକୁ ଚାଷୀମାନେ ଚଢ଼ି ଆଗକୁ ବଢ଼ିଥିଲେ। ଫଳରେ ପୁଲିସ୍‌ ସେମାନଙ୍କ ଉପରକୁ ପାଣି ମାଡ଼ କରିବା ଆରମ୍ଭ କରି ଦେଇଥିଲା। ଚାଷୀମାନେ ଉକ୍ତ ପାଣି ମାଡ଼କୁ ସମ୍ମୁଖୀନ ହୋଇ ଆଗକୁ ଯିବାକୁ ମଧ୍ୟ ଚେଷ୍ଟା କରିଥିଲେ।

ଉପ ମୁଖ୍ୟମନ୍ତ୍ରୀ ଚୌତାଲା ଆନ୍ଦୋଳନ ସ୍ଥଳକୁ ଆସିଥିଲେ ମଧ୍ୟ ତାଙ୍କୁ ସେଠାରେ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଆଜି ଝାଜରରେ କାର୍ଯ୍ୟକ୍ରମ ଥିବାରୁ ବିକ୍ଷୋଭ ଶୋଭାଯାତ୍ରାର ଆଶଙ୍କା ପୂର୍ବରୁ ହିଁ ସୁରକ୍ଷାକର୍ମୀମାନେ ଆଶଙ୍କା କରିଥିଲେ। ଏଥିପାଇଁ ବ୍ୟାରିକେଡ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ତଥାପି ବିକ୍ଷୋଭକାରୀମାନେ ଆଗକୁ ବଢ଼ିବାରୁ ଡେପୁଟି କମିଶନର ଶ୍ୟାମ ଲାଲ ପୁନିଆ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ସେ ଚାଷୀମାନଙ୍କୁ କହିଥିଲେ ଯେ “ଆପଣମାନେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିପାରିବେ। ଆମେମାନେ ମଧ୍ୟ ଆପଣମାନଙ୍କ ପିଲା। ଆମେ ଏବେ ସରକାରୀ ଡ୍ୟୁଟିରେ ଅଛୁ। ଦୟା କରି ଆମକୁ ଆମ ଡ୍ୟୁଟି କରିବାରେ ବାଧା ଦିଅନ୍ତୁ ନାହିଁ।

ସମାଜ ପାଇଁ ଭଲ କାମ କରୁଥିବା ଗୋଟିଏ ସଂସ୍ଥା ପକ୍ଷରୁ କାର୍ଯ୍ୟକ୍ରମ ହେଉଛି। ଆପଣମାନେ କାର୍ଯ୍ୟକ୍ରମକୁ ବନ୍ଦ ନ କରି ଆପଣଙ୍କ ବିକ୍ଷୋଭ ପ୍ରଦର୍ଶନ କରନ୍ତୁ।” ଏହାପରେ ସେ ୧୫ ଜଣ ଚାଷୀଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଅନୁମତି ଦିଆଯାଇଥିବା କହିଛନ୍ତି।

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହରିଆଣାରେ ଚାଷୀ ଓ ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ଗୁରୁବାର କର୍ଣ୍ଣାଲରେ ବିଜେପି କାର୍ଯ୍ୟକ୍ରମ କରୁଥିବାରୁ ଏହାକୁ ବିରୋଧ କରି ଚାଷୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହାକୁ ପୁଲିସ୍‌ ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀମାନେ ହରିଆଣାରେ ଶାସକ ଦଳ କିମ୍ବା ସରକାର କରୁଥିବା ସମସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବେ ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos