ଫ୍ରିବ୍ସି ବିବାଦ: ପ୍ରଧାନ ବିଚାରପତି କ’ଣ ମାଗଣାରେ ପାଇଛନ୍ତି? ପଚାରିଲେ ଆରଏଲଡି ମୁଖ୍ୟ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଘୋଷଣା କରୁଥିବା ମାଗଣା ଯୋଜନାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କୁ ଟାର୍ଗେଟ କରିଛନ୍ତି। ଫ୍ରିବ୍ସି ବା ମାଗଣା ପ୍ରତିଶ୍ରୁତି ବିରୋଧରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ବର୍ତ୍ତମାନ ଚାଲିଛି। ସୁପ୍ରିମକୋର୍ଟ ମାଗଣା ଯୋଜନା ବିରୋଧରେ ମତ ରଖୁଥିବାରୁ ଶ୍ରୀ ଚୌଧୁରୀ ଆଜି ବଡ଼ ବୟାନ ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, […]

RLD

RLD

Hemant Lenka
  • Published: Friday, 12 August 2022
  • Updated: 12 August 2022, 11:28 AM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଘୋଷଣା କରୁଥିବା ମାଗଣା ଯୋଜନାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କୁ ଟାର୍ଗେଟ କରିଛନ୍ତି। ଫ୍ରିବ୍ସି ବା ମାଗଣା ପ୍ରତିଶ୍ରୁତି ବିରୋଧରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ବର୍ତ୍ତମାନ ଚାଲିଛି। ସୁପ୍ରିମକୋର୍ଟ ମାଗଣା ଯୋଜନା ବିରୋଧରେ ମତ ରଖୁଥିବାରୁ ଶ୍ରୀ ଚୌଧୁରୀ ଆଜି ବଡ଼ ବୟାନ ଦେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ସମ୍ମାନନୀୟ ଦେଶର ପ୍ରଧାନ ବିଚାରପତିଙ୍କୁ କ’ଣ ସବୁ ମଗଣାରେ ବା ଫ୍ରିବ୍ସି ଯୋଗାଇ ଦିଆଯାଇଛି ?” ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଭୋଟ ପାଇଁ ଲୋକଙ୍କୁ ମାଗଣା ଜିନିଷ ବାଣ୍ଟୁଛନ୍ତି। ଏଥିସହ ନିର୍ବାଚନ ପରେ ମାଗଣାରେ ବିଭିନ୍ନ ଯୋଜନାର ଲାଭ ଲୋକମାନେ ପାଇବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି।

ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଏହା ଉପରେ ରୋକ ଲଗାଇବା ପାଇଁ ବ୍ୟବସ୍ଥା କରି ହେବ କି ନାହିଁ, ସେ ସମ୍ପର୍କରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ଏହି ସବୁ ଫ୍ରିବ୍ସି ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହେଉଛି। କିନ୍ତୁ ଲୋକଙ୍କ କଲ୍ୟାଣ ମଧ୍ୟ ବେଶ ଗୁରୁତ୍ୱବହନ କରେ। ଅର୍ଥନୀତି ଓ ସାମାଜିକ କଲ୍ୟାଣ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିବା ଦରକାର। ଫ୍ରିବ୍ସି ପାଇଁ ରାଜନୀତିକ ଦଳଗୁଡ଼ିକ ଉପରେ ବ୍ୟାନ ଲଗାଇ ଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଖଣ୍ଡପୀଠଙ୍କ ଏପରି ମତାମତ ପରେ ଜୟନ୍ତ ଚୌଧୁରୀ ଟ୍ୱିଟ କରି କହିଛନ୍ତି, “ନିକଟରେ ସୁପ୍ରିମକୋର୍ଟ କରିଥିବା ଟିପ୍ପଣୀ ଅତ୍ୟନ୍ତ ଦୁଃସାହସବାଦୀ ଓ ଏହା ଉପଯୁକ୍ତ ଭାବନା ନୁହେଁ। ପିରାମିଡର ସବୁଠାରୁ ତଳେ ଥିବା ଲୋକମାନେ ସିଧାସଳଖ ହସ୍ତକ୍ଷେପ ଚାହାନ୍ତି। ଏହା ରାସନ ଦ୍ୱାରା ହେଉ କିମ୍ବା ଆର୍ଥିକ ସହାୟତା। ଏହା ମୌଳିକ ଅଧିକାରର ସୁରକ୍ଷା ସହ ଜଡ଼ିତ।”


ନିର୍ବାଚନ ଇସ୍ତାହାର ବାହାରେ ରାଜନୀତିକ ଦଳ ଗୁଡ଼ିକ ଅଧିକାଂଶ ମାଗଣା ପ୍ରତିଶ୍ରୁତି ସମ୍ପର୍କରେ ଘୋଷଣା କରୁଥିବା କେନ୍ଦ୍ର ସରକାର କହିଥିବା ବୟାନକୁ ଆରଏଲଡି ମୁଖ୍ୟ ଚୌଧୁରୀ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ଏହି ମତ ବିଜେପି ପାଇଁ ସତ ହୋଇଥାଇ ପାରେ। କିନ୍ତୁ ଆମ ପାଇଁ ନୁହେଁ। ୟୁପି ବିଧାନସଭା ନିର୍ବାଚନ ବେଳେ ଆମେ ଦେଇଥିବା ପ୍ରତିଶ୍ରୁତି ଇସ୍ତାହାରରେ ହିଁ ରହିଥିଲା ନିର୍ବାଚନୀ ଇସ୍ତାହାର ଜାରି ନ କରି ରାଜନୀତିକ ଦଳଗୁଡ଼ିକ ଆରମ୍ଭ କରୁଥିବା ପ୍ରଚାର ବେଳେ ହିଁ ଏପରି ସମସ୍ୟା ଆସୁଛି।

ଲୋକଙ୍କ ମତାମତ ଓ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଇସ୍ତାହାର ପ୍ରସ୍ତୁତ କରାଯାଏ। ସମୟ ପୂର୍ବରୁ ଏହା ଲୋକଙ୍କ ପାଇଁ ଘୋଷଣା କରାଗଲେ ସେମାନେ ଏହାକୁ ଭଲ ଭାବେ ବୁଝିବାକୁ ସକ୍ଷମ ହୁଅନ୍ତି। ଏଥିସହ ଗଣତାନ୍ତ୍ରିକ ପ୍ରକ୍ରିୟାର ସମ୍ମାନ ରକ୍ଷା କରିପାରନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos