ଚିନ୍ତା ବଢ଼ାଇଲା ଟମାଟୋ ଫ୍ଲୁ, ଜାଣନ୍ତୁ ଲକ୍ଷଣ

ଥିରୁଅନନ୍ତପୁରମ: ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଟମାଟୋ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କେରଳର କୋଲାମ ଜିଲ୍ଲାରେ ଏହି ରହସ୍ୟମୟ ଟମାଟୋ ଫ୍ଲୁ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏଠାରେ ପ୍ରାୟ ୮୦ ଜଣ ପିଲାଙ୍କ ଶରୀରରେ ଏହି ଫ୍ଲୁ ଠାବ ହୋଇଛି। ଅଧିକାଂଶ ଆକ୍ରାନ୍ତ ବୟସ ପ୍ରାୟ ୫ ବର୍ଷରୁ କମ। ଏହି ବିରଳ ରୋଗ କେରଳରେ ବ୍ୟାପୁଥିବାରୁ ତାମିଲନାଡୁ ସରକାର ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ମେଡିକାଲ ଟିମ୍‌ ତାମିଲନାଡୁ-କେରଳ […]

Tomato

Tomato

Hemant Lenka
  • Published: Wednesday, 11 May 2022
  • Updated: 11 May 2022, 08:38 PM IST

Sports

Latest News

ଥିରୁଅନନ୍ତପୁରମ: ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଟମାଟୋ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କେରଳର କୋଲାମ ଜିଲ୍ଲାରେ ଏହି ରହସ୍ୟମୟ ଟମାଟୋ ଫ୍ଲୁ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏଠାରେ ପ୍ରାୟ ୮୦ ଜଣ ପିଲାଙ୍କ ଶରୀରରେ ଏହି ଫ୍ଲୁ ଠାବ ହୋଇଛି। ଅଧିକାଂଶ ଆକ୍ରାନ୍ତ ବୟସ ପ୍ରାୟ ୫ ବର୍ଷରୁ କମ।

ଏହି ବିରଳ ରୋଗ କେରଳରେ ବ୍ୟାପୁଥିବାରୁ ତାମିଲନାଡୁ ସରକାର ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ମେଡିକାଲ ଟିମ୍‌ ତାମିଲନାଡୁ-କେରଳ ସୀମାନ୍ତ ୱାଲାୟାର ଠାରେ କୋଏମ୍ବାଟୁରୁରେ ପ୍ରବେଶ କରୁଥିବା ଲୋକଙ୍କ ଟେଷ୍ଟିଂ କରୁଛନ୍ତି। ବିଶେଷ କରି ଜ୍ୱର, ଆଲର୍ଜି ଓ ଅନ୍ୟ ରୋଗରେ ପୀଡ଼ିତ ଥିବା ପିଲାମାନଙ୍କର ଟେଷ୍ଟ କରାଯାଉଛି।

ତେବେ ଏହି ଟମାଟୋ ଫ୍ଲୁ କ’ଣ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଆସନ୍ତୁ ଜାଣିବା

ଲକ୍ଷଣ

ଟମାଟୋ ଫ୍ଲୁର ଲକ୍ଷଣ ଚିକୁନଗୁନୟା ରୋଗ ସହ ପ୍ରାୟ ସମାନ। ଟମାଟୋ ଫ୍ଲୁ ଯୋଗୁ ଅତ୍ୟଧିକ ଜ୍ୱର, ଶରୀର ଘୋଳାବିନ୍ଧା, ଆଣ୍ଠୁଗଣ୍ଠି ଫୁଲିବା ଭଳି ଲକ୍ଷଣ ଦେଖାଯାଏ। ସେହିପରି ଛୋଟ ପିଲାଙ୍କ ଶରୀରରେ ଆଲର୍ଜି ଭଳି କିଛି ଫଳିବା ସହ ନାଲି ଦାଗ ସୃଷ୍ଟି ହୋଇଥାଏ। କିଛି ଆକ୍ରାନ୍ତଙ୍କ ଶରୀରରେ ଫୋଟକା ମଧ୍ୟ ସୃଷ୍ଟି ହୁଏ। ଏହାବାଦ କ୍ରାମ୍ପ୍ସ, ବାନ୍ତି, ଝାଡ଼ା ହେବା ସହ ଶରୀରର ବିଭିନ୍ନ ସ୍ଥାନରେ ଦାଗ ପଡ଼ି ଯାଏ।

ଟମାଟୋ ଫ୍ଲୁ ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। ମେଡିକାଲ ବିଶେଷଜ୍ଞମାନେ ଏବେ ବି ଏହାର ଯାଞ୍ଚ କରୁଛନ୍ତି।

ନିରାକରଣ

ସବୁବେଳେ ପରିଷ୍କାର ଓ ପରିଚ୍ଛିନ୍ନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାବାଦ ଉପଯୁକ୍ତ ହାଇଡ୍ରେଡ ମଧ୍ୟ ଜରୁରୀ। ଲକ୍ଷଣ ଦେଖାଯିବା ମାତ୍ରେ ପରିବାର ଲୋକ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଫଟୋକା କିମ୍ବା ଦାଗ ପଡ଼ିଥିବା ଅଂଶକୁ ପିଲାମାନେ ଯେମିତି ହାତ ନ ମାରିବେ, ତା’କୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ। ଯଦି ନାଲି ଦାଗକୁ ପିଲାମାନେ କୁଣ୍ଡାଇନ୍ତି କିମ୍ବା ଫଟୋକାକୁ ଫଟାଇ ଦିଅନ୍ତି, ତା’ହେଲେ ଏହା ଆହୁରି ଅଧିକ ଘାତକ ହେବ। ରୋଗୀମାନଙ୍କୁ ଯଥା ସମୟ ବିଶ୍ରାମ ନେବାକୁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos