ଧାରା ୩୭୦ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଲେ ମେହବୁବା ମୁଫତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ବଡ଼ ବୟାନ ଦେଇଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଲାଗୁ କରିବା ପାଇଁ ଆଇନଗତ ଓ ଶାନ୍ତିପୂର୍ଣ୍ଣ ଉପାୟରେ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି। ୨୦୧୯ ମସିହା ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ କରିବା ବେଆଇନ ଓ ଅସାମ୍ବିଧାନିକ ବୋଲି ମୁଫତି କହିଛନ୍ତି। […]

Mehbooba

Mehbooba

Hemant Lenka
  • Published: Thursday, 24 June 2021
  • Updated: 24 June 2021, 10:12 PM IST

Sports

Latest News

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ବଡ଼ ବୟାନ ଦେଇଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଲାଗୁ କରିବା ପାଇଁ ଆଇନଗତ ଓ ଶାନ୍ତିପୂର୍ଣ୍ଣ ଉପାୟରେ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।

୨୦୧୯ ମସିହା ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ କରିବା ବେଆଇନ ଓ ଅସାମ୍ବିଧାନିକ ବୋଲି ମୁଫତି କହିଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି, “୨୦୧୯ ଅଗଷ୍ଟ ୫ ପରେ ଜମ୍ମୁ-କଶ୍ମୀର ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ କ୍ରୋଧିତ, ହତାଶ ଓ ମାନସିକ ଆଘାତ ପାଇଛନ୍ତି। ସେମାନେ ହଇରାଣ ହେଉଥିବା ଅନୁଭବ କରୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏ ବିଷୟରେ ଜଣାଇବା ସହ ସରକାର ଯେଉଁଭଳି ଭାବେ ଏହାକୁ ଉଚ୍ଛେଦ କଲେ, ତାହା ଅସାମ୍ବିଧାନିକ ବୋଲି କହିଛି।

ଜମ୍ମୁ-କଶ୍ମୀର ବାସୀ ଶାନ୍ତିପୂର୍ଣ୍ଣ, ସାମ୍ବିଧାନିକ ଓ ଆଇନଗତ ଉପାୟରେ ଏହାକୁ ଲାଗୁ କରିବା ପାଇଁ ଲଢ଼େଇ ଜାରି ରଖିବେ। ଧାରା ୩୭୦ ଆମର ପରିଚୟ ହୋଇଥିବାରୁ ଏଥିପାଇଁ ମାସମାସ ଓ ବର୍ଷବର୍ଷ ଧରି ସଂଘର୍ଷ କରିବାକୁ ଆମେ ପ୍ରସ୍ତୁତ ରହିଛୁ। ଏହା ଆମକୁ ପାକିସ୍ତାନ ଦେଇ ନଥିଲା। ଏହା ଆମକୁ ଆମ ଦେଶ ଦେଇଥିଲା। ଜବହାର ଲାଲ ନେହରୁ, ସର୍ଦ୍ଦାର ପଟେଲଙ୍କ ଭଳି ଲୋକ ଆମକୁ ଏହା ଦେଇଥିଲେ।”

ସେ ଆହୁରି କହିଛନ୍ତି, ଧାରା ୩୭୦ ଉଚ୍ଛେଦ ପରେ ଲୋକମାନେ ଭୟରେ ରହୁଛନ୍ତି। ସେମାନଙ୍କୁ ବିଭିନ୍ନ ଏଜେନ୍ସି ବେଆଇନ ଭାବେ ଗିରଫ କରିବାର ଆଶଙ୍କା ସେମାନେ କରୁଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଲକଡାଉନ ଯୋଗୁ ଯେଉଁମାନେ ହଇରାଣ ହୋଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି।

ଭାରତ ଓ ପାକିସ୍ତାନ ସମ୍ପର୍କରେ ସେ କହିଛନ୍ତି, “ମୁଁ ଭାରତ ସରକାରଙ୍କୁ ପାକିସ୍ତାନ ସହ କଥା ହୋଇ ଅସ୍ତ୍ରବିରତି ଚୁକ୍ତିକୁ କାର୍ଯ୍ୟକାରୀ କରିଥିବାରୁ ଶୁଭେଚ୍ଛା ଜଣାଇଛି। ଏହାଦ୍ୱାରା ଅନୁପ୍ରବେଶ ମଧ୍ୟ ହ୍ରାସ ପାଇଛି। ଯଦି ଜମ୍ମୁ-କଶ୍ମୀରରେ ଶାନ୍ତି ପାଇଁ ସେମାନେ ପାକିସ୍ତାନ ସହ କଥା ହେବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ କଥା ହେବା ଉଚିତ। ସେହିପରି ବନ୍ଦ ରହିଥିବା ବ୍ୟବସାୟ ସମ୍ପର୍କ ବୃଦ୍ଧି କରିବାକୁ ମଧ୍ୟ ସେମାନେ ପାକିସ୍ତାନ ସହ କଥା ହୋଇପାରିବେ। କାରଣ ଏହା ଅନେକଙ୍କ ନିଯୁକ୍ତି ପାଇଁ ଗୋଟିଏ ବଡ଼ ଉତ୍ସ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story