ଜେନେରାଲ ରାୱତଙ୍କ ମୃତ୍ୟୁରେ କ’ଣ କହିଲା ପାକିସ୍ତାନ ସେନା

ଇସଲାମାବାଦ: ତାମିଲନାଡୁର କୁନ୍ନୁରରେ ଭାରତୀୟ ସେନାର ଏମଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍(ସିଡିଏସ୍‌) ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସିଡିଏସ୍ ଜେନେରାଲ୍ ବିପିନ ରାୱତ ଭାରତୀୟ ସେନାର ଜଣେ ଯୋଦ୍ଧା ଭାବେ ପରିଚିତ ଥିଲେ। କେବଳ ଭାରତ ନୁହେଁ, ପୂରା ବିଶ୍ୱରେ ତାଙ୍କ ପରାକ୍ରମକୁ ପ୍ରଶଂସା କରାଯାଏ। ଆଜି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ବିଭିନ୍ନ ଦେଶ […]

CDS23

CDS23

Hemant Lenka
  • Published: Wednesday, 08 December 2021
  • Updated: 09 December 2021, 10:04 AM IST

ଇସଲାମାବାଦ: ତାମିଲନାଡୁର କୁନ୍ନୁରରେ ଭାରତୀୟ ସେନାର ଏମଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍(ସିଡିଏସ୍‌) ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସିଡିଏସ୍ ଜେନେରାଲ୍ ବିପିନ ରାୱତ ଭାରତୀୟ ସେନାର ଜଣେ ଯୋଦ୍ଧା ଭାବେ ପରିଚିତ ଥିଲେ।

କେବଳ ଭାରତ ନୁହେଁ, ପୂରା ବିଶ୍ୱରେ ତାଙ୍କ ପରାକ୍ରମକୁ ପ୍ରଶଂସା କରାଯାଏ। ଆଜି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ବିଭିନ୍ନ ଦେଶ ପକ୍ଷରୁ ଜେନେରାଲ ରାୱତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଇଛି। ଏହିକ୍ରମରେ ରାୱତଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ପାକିସ୍ତାନୀ ସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ବିବୃତି ଜାରି କରିଛନ୍ତି।

ପାକିସ୍ତାନ ସେନା ତା’ର ଅଫିସିଆଲ ଟ୍ୱିଟର ହାଣ୍ଡେଲ ଡିଜି ଆଇଏସପିଆରରେ ଉଲ୍ଲେଖ କରିଛି ଯେ ଜେନେରାଲ ନଦିମ ରାଜା ଓ ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଭାରତରେ ଘଟିଥିବା ହେଲିକପ୍ଟର କ୍ରାଶ ଭଳି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।

କେବଳ ପାକିସ୍ତାନ ସେନା ନୁହେଁ, ସେଠାକାର ସାଧାରଣ ଲୋକମାନେ ମଧ୍ୟ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଖବରକୁ ନେଇ ଶୋକ ପ୍ରକାଶ କରିବାରେ ଲାଗିଛନ୍ତି। ଜଣେ ପାକ୍‌ ବ୍ୟକ୍ତି କହିଛନ୍ତି, “ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଖବର ଶୁଣି ସ୍ତବ୍ଧ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ମୁଁ ସମବେଦନା ଜଣାଉଛି।” ପାକିସ୍ତାନ ନ୍ୟୁଜ ଚ୍ୟାନେଲ ଗୁଡ଼ିକ ମଧ୍ୟ ଜେନେରାଲ ରାୱତଙ୍କ ମୃତ୍ୟୁ ଘଟଣାକୁ ପ୍ରମୁଖ ଖବର ଭାବେ ମଧ୍ୟ ପ୍ରକାଶ କରିବାରେ ଲାଗିଛନ୍ତି।


ସୂଚନାଯୋଗ୍ୟ, ଆଜି ଜେନେରାଲ ରାୱତ ପରିବାର ଓ ଅଧିକାରୀମାନଙ୍କ ସହ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ଏଥିରେ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos