ଆଉ ୨୨ ଲକ୍ଷ ଭାରତୀୟ ଆକାଉଣ୍ଟ ବ୍ୟାନ୍ କଲା ହ୍ୱାଟସଆପ୍

ନୂଆଦିଲ୍ଲୀ: ସୋଶାଲ ମେସେଜିଂ ଆପ୍‌ ହ୍ୱାଟସଆପ୍‌ ଆଉ ୨.୨ ମିଲିୟନ ବା ୨୨ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟକୁ ବ୍ୟାନ୍‌ କରିଛି। ସେପ୍ଟେମ୍ବର ମାସରେ କମ୍ପାନୀ ପକ୍ଷରୁ ଏତେ ସଂଖ୍ୟକ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଥିବା ସୂଚନା ମିଳିଛି। ସେହିପରି ସେପ୍ଟେମ୍ବର ମାସରେ କମ୍ପାନୀ ପାଖରେ ୫୬୦ଟି ଅଭିଯୋଗ ହୋଇଛି। ସୋମବାର କମ୍ପାନୀ ତରଫରୁ ଜାରି ରିପୋର୍ଟରେ କୁହାଯାଇଛି ଯେ ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ କମ୍ପାନୀ ୨୨,୦୯,୦୦୦ ଭାରତୀୟ ଆକାଉଣ୍ଟକୁ ବ୍ୟାନ କରିଛି। ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟ […]

whatsapp

whatsapp

Hemant Lenka
  • Published: Monday, 01 November 2021
  • Updated: 01 November 2021, 10:07 PM IST

ନୂଆଦିଲ୍ଲୀ: ସୋଶାଲ ମେସେଜିଂ ଆପ୍‌ ହ୍ୱାଟସଆପ୍‌ ଆଉ ୨.୨ ମିଲିୟନ ବା ୨୨ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟକୁ ବ୍ୟାନ୍‌ କରିଛି। ସେପ୍ଟେମ୍ବର ମାସରେ କମ୍ପାନୀ ପକ୍ଷରୁ ଏତେ ସଂଖ୍ୟକ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଥିବା ସୂଚନା ମିଳିଛି। ସେହିପରି ସେପ୍ଟେମ୍ବର ମାସରେ କମ୍ପାନୀ ପାଖରେ ୫୬୦ଟି ଅଭିଯୋଗ ହୋଇଛି।

ସୋମବାର କମ୍ପାନୀ ତରଫରୁ ଜାରି ରିପୋର୍ଟରେ କୁହାଯାଇଛି ଯେ ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ କମ୍ପାନୀ ୨୨,୦୯,୦୦୦ ଭାରତୀୟ ଆକାଉଣ୍ଟକୁ ବ୍ୟାନ କରିଛି। ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟ ମେସେଜିଂ ସର୍ଭିସ ଯୋଗାଇ ଚାଲିଥିବା ହ୍ୱାଟସଆପ୍‌ ସମସ୍ତ ପ୍ରକାରର ଅଶାଳୀନ ବିଷୟବସ୍ତଠାରୁ ଲୋକଙ୍କୁ ଦୂରେଇ ରଖୁଛି।

ବିଗତ କିଛି ବର୍ଷ ହେଲା ସମସ୍ତ ପ୍ରକାରର ବେଆଇନ କାମକୁ ରୋକିବା ପାଇଁ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି ଓ ଟେକ୍ନୋଲଜିର ବ୍ୟବହାର କରୁଛି। ଆମ ପ୍ଲାଟଫର୍ମରେ ବ୍ୟବହାରକାରୀଙ୍କୁ ସୁରକ୍ଷିତ ସେବା ଯୋଗାଇ ଦେବା ହିଁ କମ୍ପାନୀର ଏକମାତ୍ର ଲକ୍ଷ୍ୟ ବୋଲି ହ୍ୱାଟସଆପ କହିଛି।

ନୂଆ ଆଇଟି ଆଇନ ଅନୁଯାୟୀ, କମ୍ପାନୀ ୪ର୍ଥ ଥର ପାଇଁ ତା’ର ମାସିକ ରିପୋର୍ଟ ଜାରି କରିଛି। ଏଥିରେ ସେପ୍ଟେମ୍ବର ୧ରୁ ୩୦ ମଧ୍ୟରେ କମ୍ପାନୀ ନେଇଥିବା ପଦକ୍ଷେପଗୁଡ଼ିକର ତଥ୍ୟ ରହିଛି। ମାସକ ମଧ୍ୟରେ କମ୍ପାନୀ ପାଖରେ ୫୬୦ଟି ରିପୋର୍ଟ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୧୨୧ଟି ରିପୋର୍ଟରେ ଆକାଉଣ୍ଟ ସର୍ପୋଟ କଥା କୁହାଯାଇଛି। ସେହିପରି ୩୦୯ଟି ଆବେଦନ ଆକାଉଣ୍ଟକୁ ବ୍ୟାନ କରିବା ପାଇଁ, ଅନ୍ୟ ସର୍ପୋଟ ଓ ପ୍ରଡକ୍ଟ ସର୍ପୋଟ ପାଇଁ ୪୯ଟି ଲେଖାଏ ଓ ସୁରକ୍ଷା ସମ୍ପର୍କରେ ୩୨ଟି ଆବେଦନ ହୋଇଛି। ରିପୋର୍ଟକୁ ଭିତ୍ତି କରି ମାସକ ମଧ୍ୟରେ ୫୧ଟି ଆକାଉଣ୍ଟ ଉପରେ ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନନ କରାଯାଇଥିବା ବେଳେ ୪୨୦ଟି ଆବେଦନ କମ୍ପାନୀ ପାଖରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos