ଷ୍ଟେଜରେ ଏହି ଗୀତ ଗାଇଲେ ଶଶି ଥରୁର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନୂଆ ଅବତାରରେ କଂଗ୍ରେସ ସାଂସଦ ଶଶି ଥରୁର। ପୂର୍ବରୁ ନିଜର ଇଂରାଜୀ ଶବ୍ଦ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ଥରୁର ଏବେ ଷ୍ଟେଜ ଉପରେ ସୁନ୍ଦର ଭାବେ ଗୀତ ଗାଉଥିବା ଦେଖିବାକୁ ମିଳିଛି।

ବଲିଉଡ୍‌ର ସୁପରହିଟ୍‌ ଗୀତ “ଏକ ଅଜନବୀ ହସୀନା ସେ”କୁ ଶଶି ଥରୁର ଗାଉଥିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନିଜେ ଶଶି ଥରୁର ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଦୂରଦର୍ଶନ ଶ୍ରୀନଗର ପକ୍ଷରୁ ଆଇଟି ଉପରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମୋତେ କମିଟିର ସଦସ୍ୟମାନଙ୍କ ପାଇଁ ଗୀତ ଗାଇବାକୁ କୁହାଯାଇଥିଲା। ମୁଁ ଗୀତ ଗାଇ ଉପଭୋଗ କରିଛି।”

ଷ୍ଟେଜ ଉପରେ ଥିରୁଅନନ୍ତପୁରମ ସାଂସଦ ଶଶି ଥରୁର ୧୯୭୪ ମସିହାର ସୁପରହିଟ୍‌ ଫିଲ୍ମ ଅଜନବୀ ଫିଲ୍ମର “ଏକ ଅଜନବୀ ହସୀନା ସେ” ଗୀତ ଗାଇଥିଲେ। ସେ ଏହାର ସଂଳାପ ପାଇଁ ମୋବାଇଲ ଫୋନର ବ୍ୟବହାର ମଧ୍ୟ କରିଥିଲେ। ଏହି ଗୀତକୁ ଫିଲ୍ମରେ କିଶୋର କୁମାର ଗାଇଥିବା ବେଳେ ଏଥିରେ ରାଜେଶ ଖାନ୍ନା ଓ ଜୀନତ ଅମନ ଅଭିନୟ କରିଥିଲେ।


ଏହି ଭିଡିଓକୁ ଅନେକ ଲୋକ ଶେୟାର କରିବା ସହ ଶଶି ଥରୁର ଭଲ ଗୀତ ଗାଉଥିବା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।