ସରକାରୀ ୱେବସାଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରଖିବାକୁ କିଏ କହିଛି? ଜାଣନ୍ତୁ ଜବାବ

ନୂଆଦିଲ୍ଲୀ: ଆପଣ ଯେତେବେଳେ ବି ଭାରତ ସରକାରଙ୍କ କୌଣସି ୱେବସାଇଟକୁ ଯିବେ, ତା’ର ହୋମପେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନିଶ୍ଚିତ ପାଇବେ। କିଛି ୱେବସାଇଟ୍‌ରେ ମୋଦିଙ୍କ ଫଟୋ ବ୍ୟତୀତ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ” ନାରା ମଧ୍ୟ ରହିଛି। ଏହାବାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ବ୍ୟତୀତ କିଛି ୱବେସାଇଟ୍‌ରେ ଆଜାଦୀ କା ଅମୃତ ମହତ୍ସୋବ କଥା ମଧ୍ୟ ଲେଖାଯାଉଥିବା ଦେଖିବାକୁ ମିଳିଛି। ସେହିପରି କିଛି ସରକାରୀ ୱେବସାଇଟ୍‌ରେ ଉଭୟ […]

Modi

Modi

Hemant Lenka
  • Published: Thursday, 14 April 2022
  • Updated: 14 April 2022, 12:08 PM IST

Sports

Latest News

ନୂଆଦିଲ୍ଲୀ: ଆପଣ ଯେତେବେଳେ ବି ଭାରତ ସରକାରଙ୍କ କୌଣସି ୱେବସାଇଟକୁ ଯିବେ, ତା’ର ହୋମପେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନିଶ୍ଚିତ ପାଇବେ। କିଛି ୱେବସାଇଟ୍‌ରେ ମୋଦିଙ୍କ ଫଟୋ ବ୍ୟତୀତ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ” ନାରା ମଧ୍ୟ ରହିଛି।

ଏହାବାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ବ୍ୟତୀତ କିଛି ୱବେସାଇଟ୍‌ରେ ଆଜାଦୀ କା ଅମୃତ ମହତ୍ସୋବ କଥା ମଧ୍ୟ ଲେଖାଯାଉଥିବା ଦେଖିବାକୁ ମିଳିଛି। ସେହିପରି କିଛି ସରକାରୀ ୱେବସାଇଟ୍‌ରେ ଉଭୟ ମୋଦିଙ୍କ ଫଟୋ ଓ ଏପରି ନାରା ସବୁ ରହିଛି। ମୋଦିଙ୍କ ଫଟୋ ସହ ପରୀକ୍ଷା ପେ ଚର୍ଚ୍ଚା ଓ ଆଉ କିଛି ସରକାରୀ ସାଇଟ୍‌ରେ ମନ କୀ ବାତ୍‌ ସମ୍ପର୍କରେ ପ୍ରସ୍ତାବ ଦେବାକୁ ମଧ୍ୟ କୁହାଯାଇଛି।

ତେବେ କିଏ ଓ କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ସେମାନଙ୍କ ହୋମପେଜ୍‌ରେ ରଖିବାକୁ କହିଛି? ଏହା ଜାଣିବା ପାଇଁ ଆରଟିଆଇ ଜରିଆରେ ଇଲେକଟ୍ରୋନିକ ଓ ଆଇଟି ବିଭାଗକୁ ପ୍ରଶ୍ନ କରାଯାଇଥିଲା। ବିଭାଗ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା।

ଆରଟିଆ ଜରିଆରେ କ’ଣ ସବୁ ପ୍ରଶ୍ନ କରାଯାଇଥିଲା?

୧-କେବେ ଠାରୁ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସମସ୍ତ କେନ୍ଦ୍ରୀୟ ସରକାରଙ୍କ ୱେବସାଇଟର ହୋମପେଜରେ ରଖିବାକୁ ବ୍ୟବସ୍ଥା କରିଛନ୍ତି? ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାର କପି ଦିଅନ୍ତୁ।

୨-କ’ଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ବ୍ୟବହାର କରିବାକୁ ସବୁ ସରକାରୀ ୱେବସାଇଟ ବାଧ୍ୟ?

୩-  କୌଣସି ସରକାରୀ ୱେବସାଇଟ୍‌କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ବ୍ୟବହାର କରିବା ନିୟମରୁ ବାଦ ଦିଆଯାଇଛି କି? ଯଦି ହଁ, ତା’ହେଲେ ସେଗୁଡ଼ିକର ନାଁ ଦିଅନ୍ତୁ।

୪-କେତେ ସମୟ କିମ୍ବା ବର୍ଷ ଯାଏ ଏହି ୱେବସାଇଟ୍‌ଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟାନ୍ୟ ନାରାର ପୋଷ୍ଟର ରଖିବାକୁ କୁହାଯାଉଛି?

ଇଲେକଟ୍ରୋନିକ ଓ ଆଇଟି ବିଭାଗ ଆରଟିଆଇରେ ପଚରାଯାଇଥିବା ଏହି ସବୁ ପ୍ରଶ୍ନଗୁଡ଼ିକୁ ପିଏମଓର ନ୍ୟାଶନାଲ ଇନଫରୋମେଟିକ ସେଣ୍ଟର(ଏନଆଇସି)କୁ ପଠାଇ ଦେଇଥିଲା। ଏହାର ଜବାବରେ ଏନଆଇସି କହିଛି ଯେ “ଉପରୋକ୍ତ ପ୍ରସଙ୍ଗ ଗୁଡ଼ିକ ସମ୍ପର୍କରେ କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ନୀତି କିମ୍ବା ନିଷ୍ପତ୍ତି ନିଆଯାଇଥିବା ଖବର ଏଯାଏ ଆମ ପାଖରେ ନାହିଁ। କିଛି ନିର୍ଦ୍ଦିଷ୍ଟ ଘଟଣା କିମ୍ବା ଜାତୀୟ ସ୍ୱାର୍ଥରୁ ଗୁରୁତ୍ୱ ବହନ କରୁଥିବା ଦିନରେ ଉପଯୁକ୍ତ ମନ୍ତ୍ରଣାଳୟ/ବିଭାଗ ପକ୍ଷରୁ ବ୍ୟାନର/ଗ୍ରାଫିକ ଜାରି କରାଯାଇ ସରକାରୀ ୱେବସାଇଟରେ ସ୍ଥାନ ଦେବାକୁ ଅନୁରୋଧ କରାଯାଏ।

ବ୍ୟାନର/ଗ୍ରାଫିକ୍ସରେ ଥିବା ବିଷୟବସ୍ତୁ ପାଇଁ ସଂପୃକ୍ତ ବିଭାଗ/ମନ୍ତ୍ରଣାଳୟ ହିଁ ଦାୟୀ ରୁହନ୍ତି। ପିଏମଓର ଏନଆଇସି ଏଥିପାଇଁ କୌଣସି ପ୍ରକାରର ନିର୍ଦ୍ଦେଶ କେବେ ହେଲେ ଦେଇ ନଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story