ଆଇଭରମେକଟିନ୍‌ ଔଷଧ ବ୍ୟବହାର କରିବାକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ବିରୋଧରେ ଆଇଭରମେକଟିନ ଟ୍ୟାବଲେଟ ବ୍ୟବହାର କରିବାକୁ ଗୋଆ ସରକାର ଅନୁମତି ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କେଉଁ ଆଧାରରେ ଆଇଭରମେକଟିନ୍ ଟ୍ୟାବଲେଟ ବ୍ୟବହାର କରିବାକୁ ଗୋଆ ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଅନୁମତି ଦେଲେ, ତା’କୁ ନେଇ ପ୍ରଶ୍ନ ଉଠିଛି। ଏସବୁ ଭିତରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇଭରମେକଟିନ୍‌କୁ କରୋନା ଚିକିତ୍ସାରେ ବ୍ୟବହାର କରିବାକୁ ବାରଣ କରିଛି। ବିନା କୌଣସସି ଟ୍ରାଏଲରେ ଏହାକୁ କରୋନା ବିରୋଧରେ ବ୍ୟବହାର […]

Ivermectin

Ivermectin

Hemant Lenka
  • Published: Tuesday, 11 May 2021
  • Updated: 11 May 2021, 05:54 PM IST

Sports

Latest News

ନୂଆଦିଲ୍ଲୀ: କରୋନା ବିରୋଧରେ ଆଇଭରମେକଟିନ ଟ୍ୟାବଲେଟ ବ୍ୟବହାର କରିବାକୁ ଗୋଆ ସରକାର ଅନୁମତି ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କେଉଁ ଆଧାରରେ ଆଇଭରମେକଟିନ୍ ଟ୍ୟାବଲେଟ ବ୍ୟବହାର କରିବାକୁ ଗୋଆ ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଅନୁମତି ଦେଲେ, ତା’କୁ ନେଇ ପ୍ରଶ୍ନ ଉଠିଛି।

ଏସବୁ ଭିତରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇଭରମେକଟିନ୍‌କୁ କରୋନା ଚିକିତ୍ସାରେ ବ୍ୟବହାର କରିବାକୁ ବାରଣ କରିଛି। ବିନା କୌଣସସି ଟ୍ରାଏଲରେ ଏହାକୁ କରୋନା ବିରୋଧରେ ବ୍ୟବହାର କରିବା ଘାତକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା ସୌମ୍ୟା ସ୍ୱାମୀନାଥନ କହିଛନ୍ତି। ତାଙ୍କ ମତରେ ଏହି ଔଷଧ କରୋନା ବିରୋଧରେ ଆଦୌ ସୁରକ୍ଷିତ ନୁହେଁ।

ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇଭରମେକଟିନ୍‌ର ବ୍ୟବହାର ବିରୋଧରେ ରହିଛି। କୌଣସି ନୂଆ ଔଷଧକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଏହାର ସୁରକ୍ଷା ଓ ପ୍ରଭାବକୁ ଧ୍ୟାନ ଦେବାକୁ ପଡ଼ିଥାଏ। ବିନା କ୍ଲିନିକାଲ ଟ୍ରାଏଲରେ କୌଣସି ବି ଔଷଧକୁ ବ୍ୟବହାର କରାଯାଇ ପାରିବ ନାହିଁ। ନୂଆ ରୋଗ ଉପରେ ପୁରୁଣା ଔଷଧକୁ ମନଇଚ୍ଛା ବ୍ୟବହାର ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ଏଥିସହ ଡା ସୌମ୍ୟା ସ୍ୱାମୀନାଥନ ତାଙ୍କ ଟ୍ୱିଟରେ ଆଇଭରମେକଟିନ ଟ୍ୟାବଲେଟ୍ ପ୍ରସ୍ତୁତ କରିଥିବା ମର୍କ ଆଣ୍ଡ କୋର ଗୋଟିଏ ବୟାନକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଔଷଧ ନିର୍ମାତା ମଧ୍ୟ ଏହାର ବ୍ୟବହାରକୁ ବାରଣ କରିଛନ୍ତି। ଏଥିରେ ନିର୍ମାଣକାରୀ ସଂସ୍ଥା କହିଛି ଯେ ବୈଜ୍ଞାନିକମାନେ ଆଇଭେରମେକଟିନ କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଇ ପାରିବ କି ନାହିଁ, ତା’ର ରିସର୍ଚ୍ଚ କରୁଛନ୍ତି।

ଏଯାଏ ଏହି ଔଷଧ କରୋନା ବିରୋଧରେ ଫଳପ୍ରଦ କି ନୁହେଁ, ତା’ହା ଜଣାପଡ଼ିନି। ଏହାର କ୍ଲିନିକାଲ ଟ୍ରାଏଲ ଚାଲିଥିବା କମ୍ପାନୀ କହିଛି। ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇଭରମେକଟିନ ବିରୋଧରେ ମତ ଦେଇଛି। ମାର୍ଚ୍ଚ ମାସରେ ଆଇଭେରମେକଟିନ୍ କୌଣସି ପ୍ରକାରରେ କରୋନା ମୃତ୍ୟୁହାର କିମ୍ବା ହସ୍ପିଟାଲ ଚିକିତ୍ସା ଅବଧିକୁ ହ୍ରାସ କରିପାରୁ ନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା।


ସୂଚନାଯୋଗ୍ୟ, ଗତକାଲି ଗୋଆ ସରକାର ୧୮ରୁ ଅଧିକ ସମସ୍ତ ବୟସ୍କଙ୍କୁ ୫ ଦିନ ପାଇଁ ୧୨ ଏମଜିର ଆଇଭେରମେକଟିନ ଟ୍ୟାବଲେଟ ଖାଇବାକୁ ଅନୁମତି ଦେଇଥିଲେ। କରୋନା ଲକ୍ଷଣ ଥାଉ କି ନ ଥାଉ ଏହି ଔଷଧକୁ ବ୍ୟବହାର କରିବାକୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱନାଇ ରାଣେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos