ଜାମିନ ପରେ କାହିଁକି ଜେଲରେ ରହିଲେ ଆର୍ଯ୍ୟନ, କ’ଣ ସବୁ ରହିବ ସର୍ତ୍ତ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଆଜି ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ୨୬ ଦିନ ତଳେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା। ୩ ତାରିଖରେ ସେ ଗିରଫ ହୋଇଥିଲେ ଓ ୮ ତାରିଖରୁ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ବନ୍ଦୀ ହୋଇ ରହିଛନ୍ତି। ବମ୍ବେ ହାଇକୋର୍ଟ ଦୀର୍ଘ ୩ ଦିନର ମାରାଥନ ଶୁଣାଣି ପରେ ଆର୍ଯ୍ୟନ, ତାଙ୍କ ବନ୍ଧୁ ଅର୍ବାଜ ମର୍ଚାଣ୍ଟ […]

aryan

aryan

Hemant Lenka
  • Published: Thursday, 28 October 2021
  • Updated: 28 October 2021, 08:14 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଆଜି ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ୨୬ ଦିନ ତଳେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା। ୩ ତାରିଖରେ ସେ ଗିରଫ ହୋଇଥିଲେ ଓ ୮ ତାରିଖରୁ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ବନ୍ଦୀ ହୋଇ ରହିଛନ୍ତି।

ବମ୍ବେ ହାଇକୋର୍ଟ ଦୀର୍ଘ ୩ ଦିନର ମାରାଥନ ଶୁଣାଣି ପରେ ଆର୍ଯ୍ୟନ, ତାଙ୍କ ବନ୍ଧୁ ଅର୍ବାଜ ମର୍ଚାଣ୍ଟ ଓ ମୁନମୁନଙ୍କ ଜାମିନ ଆବେଦନ ଉପରେ ମୋହର ମାରିଛନ୍ତି। ତେବେ ଜାମିନ ମିଳିବା ସତ୍ତ୍ୱେ ଆଜି ଜେଲ୍‌ରୁ ଏମାନେ ମୁକୁଳି ପାରି ନାହାନ୍ତି। କାଲି ମଧ୍ୟ ଜେଲରୁ ମୁକୁଳିବା ସମ୍ଭବପର ଲାଗୁନି। ଆର୍ଯ୍ୟନଙ୍କ ଓକିଲ ମୁକୁଲ ରୋହତଗୀ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି। ସମସ୍ତ ଅଭିଯୁକ୍ତ ଶୁକ୍ରବାର କିମ୍ବା ଶନିବାର ସକାଳୁ ଜେଲରୁ ବାହାରି ପାରନ୍ତି ବୋଲି ସେ କହିଛନ୍ତି।

କାହିଁକି ଜାମିନ ସତ୍ତ୍ୱେ ଆର୍ଯ୍ୟନ ଜେଲରୁ ବାହାରିଲେନି?

ହାଇକୋର୍ଟ ଜାମିନ ଆବେଦନରେ ମୋହର ମାରିଥିଲେ ମଧ୍ୟ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିନାହାନ୍ତି। ବମ୍ବେ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚର ବିଚାରପତି ଜଷ୍ଟିସ ଏନଡବ୍ଲ୍ୟୁ ସାମ୍ବ୍ରେ କହିଛନ୍ତି, “ମୁଁ ଆସନ୍ତାକାଲି ନିର୍ଦ୍ଦେଶ ଦେଇପାରି ଥାଆନ୍ତି। କିନ୍ତୁ ଆଜି ଜାମିନ ଆବେଦନ ଉପରେ ମୋହର ମାରୁଛି। ଆସନ୍ତାକାଲି ବିସ୍ତୃତ ନିର୍ଦ୍ଦେଶନାମା ପ୍ରକାଶ ପାଇବ।”

ଜଷ୍ଟିସ ସାମ୍ବ୍ରେ ବିସ୍ତୃତ ଜାମିନ ଅର୍ଡର ଉପରେ ଦସ୍ତଖତ କରିବା ପରେ ଏହାକୁ ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟକୁ ପଠାଯିବ। କାରଣ ଏନଡିପିଏସ୍‌ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ପୂର୍ବରୁ ଖାରଜ କରିଥିଲେ। ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ସେଠାକୁ ଯିବ। ଏନଡିପିଏସ୍‌ କୋର୍ଟ ଏହାକୁ ଦେଖିବା ପରେ ରିଲିଜ୍‌ ଅର୍ଡର ଜାରି କରିବେ।

ଏହାର କପି ଆର୍ଯ୍ୟନ ରହୁଥିବା ମୁମ୍ବାଇର ଆର୍ଥର ରୋଡ୍‌ ଜେଲକୁ ଯିବ। ଯଦି ସନ୍ଧ୍ୟା ୫.୩୦ ପୂର୍ବରୁ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ରିଲିଜ୍ କପି ପହଞ୍ଚିଯିବ, ତା’ହେଲେ ଆର୍ଯ୍ୟନ ସେଠାକୁ ମୁକୁଳି ପାରିବେ। ନଚେତ ତାଙ୍କୁ ଆହୁରି ଗୋଟିଏ ରାତି ଜେଲରେ ରହିବାକୁ ପଡ଼ିବ।

ଅନ୍ୟପକ୍ଷରେ କୋର୍ଟ ଜାମିନ ଆବେଦନରେ ମୋହର ମାରିଥିଲେ ମଧ୍ୟ କୌଣସି ପ୍ରକାରର ସର୍ତ୍ତ ସମ୍ପର୍କରେ କିଛି ବି କହି ନାହାନ୍ତି। ତେଣୁ ଆସନ୍ତାକାଲି ସର୍ତ୍ତ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବ। ଏନସିବି ପକ୍ଷରୁ ଆର୍ଯ୍ୟନଙ୍କୁ ଜାମିନ ବଦଳରେ କଠୋର ସର୍ତ୍ତ ରଖିବାକୁ ହାଇକୋର୍ଟଙ୍କ ଆଗରେ ଦାବି ଜଣାଇଛି।

କ’ଣ ସବୁ ସର୍ତ୍ତ ରହିପାରେ

୧-ଅଭିଯୁକ୍ତମାନେ ସ୍ୱତନ୍ତ୍ର କୋର୍ଟରେ ସେମାନଙ୍କ ପାସପୋର୍ଟ ଦାଖଲ କରିବେ।

୨-କୋର୍ଟରେ ମାମଲା ଚାଲିଥିବାରୁ ଘଟଣା ସମ୍ପର୍କରେ କୌଣସି ପ୍ରକାରର ବୟାନ ଅଭିଯୁକ୍ତମାନେ ଦେବେନାହିଁ।

୩-ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ବ୍ୟକ୍ତିଗତ ସ୍ତରରେ କିମ୍ବା ଅନ୍ୟ କାହା ଦ୍ୱାରା ପ୍ରୟାସ କରିବେ ନାହିଁ।

୪- ଯଦି ଆବେଦନକାରୀ ଗ୍ରେଟର ମୁମ୍ବାଇ ବାହାରକୁ ଯିବେ, ତା’ହେଲେ ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରାଇବେ।

୫- ଅଭିଯୁକ୍ତମାନେ ମୁମ୍ବାଇର ଏନସିବି ଅଫିସରେ ପ୍ରତି ଶୁକ୍ରବାର ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ହାଜର ହେବେ।

୬-ଅଭିଯୁକ୍ତମାନେ ଟ୍ରାଏଲ ସମୟରେ କୋର୍ଟରେ ଉପସ୍ଥିତ ରହିବେ।

୭-ଶୁଣାଣି ଆରମ୍ଭ ହେବା ମାତ୍ରେ ଅଭିଯୁକ୍ତମାନେ ଏହାକୁ ବିଳମ୍ବିତ କରିବା ପାଇଁ କୌଣସି ପ୍ରକାରର ବାହାନା କରିବେ ନାହିଁ।

୮-ଯଦି ଉପରୋକ୍ତ ସର୍ତ୍ତଗୁଡ଼ିକ ଅଭିଯୁକ୍ତମାନେ ଖିଲାପ କରିବେ, ତା’ହେଲେ ଏନସିବି ସ୍ୱତନ୍ତ୍ର ବିଚାରପତି କିମ୍ବା କୋର୍ଟରେ ଜାମିନ ଖାରଜ କରିବାକୁ ଆବେଦନ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story