ଆକବରଙ୍କ ନାଁରେ ବିବାଦୀୟ ପୋଷ୍ଟର ଲଗାଇଲା ହିନ୍ଦୁ ସେନା

ନୂଆଦିଲ୍ଲୀ: ହିନ୍ଦୁ ସେନା ଦିଲ୍ଲୀର ଆକବର ରୋଡର ବିଭିନ୍ନ ସ୍ଥାନରେ ‘ଆକବର ମହାନ’କୁ ବିବାଦୀୟ ପୋଷ୍ଟର ଓ ହୋର୍ଡିଂ ଲଗାଇଛି। ହିନ୍ଦୁ ସେନା ଲଗାଇଥିବା ପୋଷ୍ଟରେ ଲେଖାଯାଇଛି ଯେ ମହାନ ବୋଲି କୁହାଯାଉଥିବା ଆକବର ପ୍ରକୃତରେ ଜଣେ ବଳାତ୍କାରୀ ଓ ଆତଙ୍କବାଦୀ। ନିଜର ଶାସନ କାଳରେ ଆକବର ହଜାର ହଜାର ହିନ୍ଦୁ ଝିଅଙ୍କୁ ବଳାତ୍କାର କରିଥିଲେ। ସେହିପରି ହିନ୍ଦୁମାନଙ୍କ ନରସଂହାର କରିଥିଲେ। ସେଥିପାଇଁ ହିନ୍ଦୁ ସେନା ଏହି ପୋଷ୍ଟର ଲଗାଇଥିବା କହିଛି। ହିନ୍ଦୁ ସେନାର କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀ […]

Poster

Poster

Hemant Lenka
  • Published: Thursday, 10 June 2021
  • Updated: 10 June 2021, 08:59 PM IST

ନୂଆଦିଲ୍ଲୀ: ହିନ୍ଦୁ ସେନା ଦିଲ୍ଲୀର ଆକବର ରୋଡର ବିଭିନ୍ନ ସ୍ଥାନରେ 'ଆକବର ମହାନ'କୁ ବିବାଦୀୟ ପୋଷ୍ଟର ଓ ହୋର୍ଡିଂ ଲଗାଇଛି। ହିନ୍ଦୁ ସେନା ଲଗାଇଥିବା ପୋଷ୍ଟରେ ଲେଖାଯାଇଛି ଯେ ମହାନ ବୋଲି କୁହାଯାଉଥିବା ଆକବର ପ୍ରକୃତରେ ଜଣେ ବଳାତ୍କାରୀ ଓ ଆତଙ୍କବାଦୀ। ନିଜର ଶାସନ କାଳରେ ଆକବର ହଜାର ହଜାର ହିନ୍ଦୁ ଝିଅଙ୍କୁ ବଳାତ୍କାର କରିଥିଲେ। ସେହିପରି ହିନ୍ଦୁମାନଙ୍କ ନରସଂହାର କରିଥିଲେ। ସେଥିପାଇଁ ହିନ୍ଦୁ ସେନା ଏହି ପୋଷ୍ଟର ଲଗାଇଥିବା କହିଛି।

ହିନ୍ଦୁ ସେନାର କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀ ପୁଲିସ ବ୍ୟାରିକେଡରେ ମଧ୍ୟ ପୋଷ୍ଟର ଲଗାଇଛନ୍ତି। ଏଥିରେ ଆକବର ରୋଡକୁ ବଳାତ୍କାରୀ ଆକବର ରୋଡ ଓ ଆତଙ୍କବାଦୀ ଆକବର ରୋଡ ବୋଲି କହିଛନ୍ତି। ବଳାତ୍କାରୀ ଆକବର ମହାନ ଓ ଆତଙ୍କବାଦୀ ଆକବର ମହାନ ବୋଲି ପୋଷ୍ଟରେ ଲେଖାଯାଇଛି।

ଏହି ପୋଷ୍ଟରରେ ହିନ୍ଦୁ ସେନା ଓ ସୁରଜିତ ଯାଦବଙ୍କ ନାମ ଉଲ୍ଲେଖ କରାଯାଇଛି। ତେବେ ହଠାତ୍‌ ହିନ୍ଦୁ ସେନା ପକ୍ଷରୁ କାହିଁକି କରୋନା ମହାମାରୀ ସମୟରେ ଏପରି ପୋଷ୍ଟର ଲଗାଯାଇଛି, ସେକଥା ଜଣାପଡ଼ିନି।

ଯେତେବେଳେ ଦେଶ କରୋନା ପରି ମହାମାରୀ ସହ ଲଢ଼େଇ କରୁଛି ସେତେବେଳେ ଏପରି ବିବାଦୀୟ ପୋଷ୍ଟର ଲଗାଇବାର ଆବଶ୍ୟକତା କ’ଣ ଥିଲା ବୋଲି କିଛି ଲୋକ ପ୍ରଶ୍ନ କରିଛନ୍ତି। ଏହା କେବଳ ପ୍ରଚାର ଷ୍ଟଣ୍ଡ ନା ଏହା ପଛରେ ଆଉ କିଛି ରାଜନୀତିକ ଉଦ୍ଦେଶ୍ୟ ରହିଛି, ତାହା ବି ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos