ବାଂଲାଦେଶ ହିଂସା: ମୋଦିଙ୍କୁ ସମାଲୋଚନା, ହାସିନାଙ୍କୁ ପ୍ରଶଂସା କଲା ଟିଏମସି

ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ହିଂସାକାଣ୍ଡର ପଦଧ୍ୱନୀ ଭାରତରେ ପଡ଼ିଛି। ଭାରତର ବିଭିନ୍ନ ସଂଗଠନ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସ୍ୱର ଉଠାଇବାରେ ଲାଗିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଘଟଣାରେ ଚୁପ ରହିଥିବାରୁ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ପକ୍ଷରୁ ପ୍ରଶ୍ନ ଉଠାଇଯାଇଛି। ଏଥିସହ ଦଳ ପକ୍ଷରୁ ଘଟଣାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଉଠାଇଥିବା ପଦକ୍ଷେପ ଗୁଡ଼ିକୁ ପ୍ରଶଂସା କରାଯାଇଛି। ଟିଏମସିର ମୁଖପତ୍ର ‘ଜାଗୋ ବଙ୍ଗଲା’ରେ ପଶ୍ଚିମବଙ୍ଗ ବିଧାନସଭା […]

Modi

Modi

Hemant Lenka
  • Published: Tuesday, 19 October 2021
  • Updated: 19 October 2021, 01:41 PM IST

ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ହିଂସାକାଣ୍ଡର ପଦଧ୍ୱନୀ ଭାରତରେ ପଡ଼ିଛି। ଭାରତର ବିଭିନ୍ନ ସଂଗଠନ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସ୍ୱର ଉଠାଇବାରେ ଲାଗିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଘଟଣାରେ ଚୁପ ରହିଥିବାରୁ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ପକ୍ଷରୁ ପ୍ରଶ୍ନ ଉଠାଇଯାଇଛି। ଏଥିସହ ଦଳ ପକ୍ଷରୁ ଘଟଣାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଉଠାଇଥିବା ପଦକ୍ଷେପ ଗୁଡ଼ିକୁ ପ୍ରଶଂସା କରାଯାଇଛି।

ଟିଏମସିର ମୁଖପତ୍ର ‘ଜାଗୋ ବଙ୍ଗଲା’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ବାଂଲାଦେଶ ଯାଇଥିଲେ ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି। ଦଳ କହିଛି, “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବାଂଲାଦେଶ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ଏହି ହିଂସା ଘଟଣାରେ ଆରମ୍ଭରୁ କାହିଁକି ଚୁପ ରହିଛନ୍ତି? ଏହା ପଛର କାରଣ କ’ଣ? କ’ଣ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଘଟିଥିବା ହିଂସା ଘଟଣାକୁ ବେଙ୍ଗଲର ହିନ୍ଦୁମାନଙ୍କ ଭାବନାରେ ବ୍ୟବହାର କରିବାକୁ ଚାହୁଁଛନ୍ତି? ଆପଣ କ’ଣ ବେଙ୍ଗଲରେ ରହୁଥିବା ହିନ୍ଦୁମାନଙ୍କୁ ଉସକାଇବାକୁ ଚାହୁଁଛନ୍ତି? ଆମେ ବାଂଲାଦେଶ ହିଂସାର ପୂରା ତଦନ୍ତ ଦାବି କରୁଛୁ।”

ଟିଏମସସି ଆହୁରି କହିଛି, “ଦୁର୍ଗାପୂଜା ବେଳେ ବାଂଲାଦେଶରେ ଯାହା ଘଟିଲା, ତାହା ସଂପୂର୍ଣ୍ଣ ଅଗ୍ରହଣୀୟ। ଏହା ପଛରେ ଗୋଟିଏ ବିରାଟ ଷଡ଼ଯନ୍ତ୍ର ହୋଇଛି। ଏଥିରେ ସାଧାରଣ ହିନ୍ଦୁ ଓ ମୁସଲିମଙ୍କ କୌଣସି ସମ୍ପର୍କ ନାହିଁ। କିଏ ଏପରି ଷଡ଼ଯନ୍ତ୍ର କରିଛି, ତା’ହା ସମସ୍ତଙ୍କୁ ବେଶ ଭଲ ଭାବେ ଜଣା। ଏହାର ଉପଯୁକ୍ତ ତଦନ୍ତ ହେଉ। ଏବେ ସେଠାରେ ସଂଖ୍ୟାଲଘୁମାନେ ଭୟରେ ରହିଛନ୍ତି।”

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମଧ୍ୟ ଟିଏମସି ପ୍ରଶଂସା କରିଛି। ଦଳ କହିଛି, “ଘଟଣା ପରେ ହାସିନା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆକ୍ରମଣ ବିରୋଧରେ ଅନେକ ବୈଠକ ଓ ବିକ୍ଷୋଭ ସଭା କରାଯାଉଛି। ଘଟଣାକୁ ବିରୋଧ କରି ଅନେକ ମୁସଲିମ ସଂଗଠନ ମଧ୍ୟ ବିକ୍ଷୋଭ କରୁଛନ୍ତି। ଏହା ହିଁ ବାଂଲାଦେଶର ହାର୍ଟ।”

ସୂଚନାଯୋଗ୍ୟ, ଦୁର୍ଗାପୂଜା ଉତ୍ସବ ଚାଲିଥିବା ବେଳେ କିଛି ଲୋକ ପେଣ୍ଡାଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହାପରେ ବ୍ୟାପକ ହିଂସକାଣ୍ଡ ଘଟିବା ସହ ପୋଡ଼ା ଜଳା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos