ଏମ୍ସର ନାଁ ପରିବର୍ତ୍ତନ ପ୍ରସ୍ତାବକୁ ଫ୍ୟାକଲ୍ଟିଙ୍କ ବିରୋଧ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଏମ୍ସର ନାଁ ପରିବର୍ତ୍ତନ କରିବାକୁ ଆସିଥିବା ପ୍ରସ୍ତାବକୁ ବିରୋଧ କରି ଫ୍ୟାକ୍‌ଲ୍ଟି ଆସୋସିଏସନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖିଛି। ଦିଲ୍ଲୀରେ ଥିବା ଏମ୍ସର ନାଁ ପରିବର୍ତ୍ତନ କରାଗଲେ ଏହା ସଂସ୍ଥାର ପରିଚୟକୁ କ୍ଷତି ପହଞ୍ଚାଇବ ବୋଲି ଆସୋସିଏସନ ପକ୍ଷରୁ ଚିଠିରେ କୁହାଯାଇଛି। ନାଁ ପରିବର୍ତ୍ତନ ପ୍ରସ୍ତାବ ଉପରେ ମତାମତ ଦେବାକୁ ଏମ୍ସର ଫ୍ୟାକଲ୍ଟି ଆସୋସିଏସନ(ଏଫଏଆଇଏମଏସ୍‌) ଫ୍ୟାକଲ୍ଟି ସଦସ୍ୟଙ୍କୁ ପକ୍ଷ ରଖିବାକୁ କହିଥିଲା। କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟରେ ଥିବା ୨୩ଟି ଏମ୍ସର […]

aiims

aiims

Hemant Lenka
  • Published: Saturday, 17 September 2022
  • Updated: 17 September 2022, 10:21 AM IST

Sports

Latest News

ନୂଆଦିଲ୍ଲୀ: ଏମ୍ସର ନାଁ ପରିବର୍ତ୍ତନ କରିବାକୁ ଆସିଥିବା ପ୍ରସ୍ତାବକୁ ବିରୋଧ କରି ଫ୍ୟାକ୍‌ଲ୍ଟି ଆସୋସିଏସନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖିଛି। ଦିଲ୍ଲୀରେ ଥିବା ଏମ୍ସର ନାଁ ପରିବର୍ତ୍ତନ କରାଗଲେ ଏହା ସଂସ୍ଥାର ପରିଚୟକୁ କ୍ଷତି ପହଞ୍ଚାଇବ ବୋଲି ଆସୋସିଏସନ ପକ୍ଷରୁ ଚିଠିରେ କୁହାଯାଇଛି।

ନାଁ ପରିବର୍ତ୍ତନ ପ୍ରସ୍ତାବ ଉପରେ ମତାମତ ଦେବାକୁ ଏମ୍ସର ଫ୍ୟାକଲ୍ଟି ଆସୋସିଏସନ(ଏଫଏଆଇଏମଏସ୍‌) ଫ୍ୟାକଲ୍ଟି ସଦସ୍ୟଙ୍କୁ ପକ୍ଷ ରଖିବାକୁ କହିଥିଲା। କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟରେ ଥିବା ୨୩ଟି ଏମ୍ସର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଏହି ପ୍ରସ୍ତାବ ମିଳିବା ପରେ ଏଫଏଆଇଏମଏସ୍‌ ପକ୍ଷରୁ ସଦସ୍ୟମାନଙ୍କୁ ମତାମତ ଦେବାକୁ କୁହାଯାଇଥିଲା।

ଫ୍ୟାକଲ୍ଟି ସଦସ୍ୟମାନେ ଦିଲ୍ଲୀ ଏମ୍ସର ନାଁ ପରିବର୍ତ୍ତନକୁ ବିରୋଧ କରିଛନ୍ତି। ଚିଠିରେ କୁହାଯାଇଛି ଯେ ଦିଲ୍ଲୀ ଏମ୍ସ ୧୯୫୬ ମସିହାରେ ଗଠନ କରାଯାଇଥିଲା। ମେଡିକାଲ ଶିକ୍ଷା, ଗବେଷଣା ଓ ରୋଗୀଙ୍କ ଯତ୍ନ ଲକ୍ଷ୍ୟ ନେଇ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଏହାର ନାଁ ହିଁ ପରିଚୟ। ଯଦି ଏହା ନିଜର ପରିଚୟ ହରାଇବ, ତା’ହେଲେ ଦେଶ ଭିତରେ ଓ ବାହାରେ ଏହାର ସଂସ୍ଥାଗତ ମାନ୍ୟତା ମଧ୍ୟ କ୍ଷତିଗ୍ରସ୍ତ ହେବ।

ଖାସ୍‌ ଏହି କାରଣ ପାଇଁ ପ୍ରସିଦ୍ଧ ସଂସ୍ଥା ଯଥା ଅକ୍ସଫୋର୍ଡ, କ୍ୟାମ୍ବ୍ରିଜ ଓ ହାର୍ବାଡ ଭଳି ବିଶ୍ୱବିଦ୍ୟାଳୟ ନିଜର ନାଁ ନ ବଦଳାଇ କାମ କରୁଛନ୍ତି। ଯଦି ଏମ୍ସର ନାଁ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମତି ମିଳିବ, ତା’ହେଲେ ଏହି ମେଡିକାଲ ଇନଷ୍ଟିଚ୍ୟୁଟ ବିପୁଳ ପରିମାଣର ପରିଚୟଗତ କ୍ଷତି ସହିବ। ଏହା ମଧ୍ୟ ନିରାଶାଭାବ ସୃଷ୍ଟି କରିବ।

ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍ସର ନାଁ ପରିବର୍ତ୍ତନ ପ୍ରସ୍ତାବକୁ ଗ୍ରହଣ ନ କରିବାକୁ ଏଫଏଆଇଏମଏସ୍‌ ଆପଣଙ୍କୁ ଅନୁରୋଧ କରୁଛି। ଏଥିସହ ଦୀର୍ଘଦିନ ହେଲା ପଡ଼ି ରହିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏଫଏଆଇଏମଏସ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟଙ୍କୁ ସମୟ ମାଗିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ଏମ୍ସର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି। ବିଭିନ୍ନ ରାଜ୍ୟର ସ୍ଥାନୀୟ ବୀର, ସ୍ୱାଧୀନତା ସଂଗ୍ରାମୀ, ଐତିହାସିକ ଇଭେଣ୍ଟ କିମ୍ବା ସ୍ମାରକୀ ଅନୁସାରେ ଏମ୍ସର ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story