୩୫ ବର୍ଷର ରେକର୍ଡ ଭାଙ୍ଗିବେ, ପୁଣି କ୍ଷମତାକୁ ଫେରିବେ ବୋଲି ଦମ୍ଭୋକ୍ତି କଲେ ଯୋଗୀ

ଲକ୍ଷ୍ନୌ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକ ବାତାବରଣ ସରଗରମ ହୋଇ ଉଠିଛି। ଉତ୍ତର ପ୍ରଦେଶରେ କ୍ଷମତା ଅଦଳବଦଳ ପରମ୍ପରା ୩୫ ବର୍ଷ ଧରି ଚାଲିଥିବା ବେଳେ ଏଥିରେ ଏହି ରେକର୍ଡ ଭାଙ୍ଗିବ। ୨୦୨୨ରେ ପୁଣିଥରେ ବିଜେପି ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦମ୍ଭୋକ୍ତି କରିଛନ୍ତି। ୩୫ ବର୍ଷ ମଧ୍ୟରେ କୌଣସି ରାଜନୀତିକ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତର […]

Yogi

Yogi

Hemant Lenka
  • Published: Thursday, 16 September 2021
  • Updated: 16 September 2021, 03:55 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକ ବାତାବରଣ ସରଗରମ ହୋଇ ଉଠିଛି। ଉତ୍ତର ପ୍ରଦେଶରେ କ୍ଷମତା ଅଦଳବଦଳ ପରମ୍ପରା ୩୫ ବର୍ଷ ଧରି ଚାଲିଥିବା ବେଳେ ଏଥିରେ ଏହି ରେକର୍ଡ ଭାଙ୍ଗିବ। ୨୦୨୨ରେ ପୁଣିଥରେ ବିଜେପି ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦମ୍ଭୋକ୍ତି କରିଛନ୍ତି।

୩୫ ବର୍ଷ ମଧ୍ୟରେ କୌଣସି ରାଜନୀତିକ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶରେ ଶାସନ କରିପାରି ନାହିଁ। ପ୍ରତି ୫ ବର୍ଷରେ ସରକାର ବଦଳୁଛି। ହେଲେ ୩୫ ଧରି ଚାଲିଥିବା ପରମ୍ପରାରେ ପୂର୍ଣ୍ଣଚ୍ଛେଦ ଟାଣି ବିଜେପି କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ କରିବ ବୋଲି ଏଠାରେ ଯୋଗୀ କହିଛନ୍ତି।

ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗୀ କହିଛନ୍ତି, “ମୁଁ ନିଶ୍ଚିତ ଆସିବି। ମୁଁ ଏଠାରେ ରେକର୍ଡ ଭାଙ୍ଗିବାକୁ ରହିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୩୫୦ରୁ କମ ଆସନ ପାଇବାର କୌଣସି ଆଶଙ୍କା ନାହିଁ। ଦଳ ବିକାଶ ଓ ଜାତୀୟତାବାଦ ଏଜେଣ୍ଡାକୁ ନେଇ ନିର୍ବାଚନ ଲଢ଼ିବ।”

ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ କହିଥିଲେ ଯେ ତାଙ୍କ ଦଳ ୪୦୦ଟି ଆସନ ଜିତିବ। ଏହା ଉପରେ ପ୍ରତିକ୍ରିୟା ଦେଇ ଯୋଗୀ କହିଛନ୍ତି, “ଅଖିଲେଶ ଗଣତି ଜାଣିନାହାନ୍ତି। ତାଙ୍କୁ ସପାର ସର୍ଭେ ଟିମ କହିଥିବ ଯେ ଦଳ ୪୦୦ ସିଟ୍‌ ପଛରେ ରହିଛି। କିନ୍ତୁ ସେ ଭୁଲ କଥା ଶୁଣି ଭୁଲ ତଥ୍ୟ ଦେଇଛନ୍ତି।

ସେ ଭଲ ଭାବେ ଜାଣିଛନ୍ତି ଯେ କିଏ କ୍ଷମତାକୁ ଆସୁଛି। ଉତ୍ତର ପ୍ରଦେଶ ବିଜେପିର ଡବଲ ଇଞ୍ଜିନ ସରକାର ପାଇଁ ଲାଭବାନ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି। ବିଜେପି ସାଢ଼େ ୪ ବର୍ଷ ମଧ୍ୟରେ ଯେଉଁ ସବୁ ବିକାଶ କରିଛି, ତାହା ସପା, ବିଏସ୍‌ପି ଓ କଂଗ୍ରେସ ମିଳିତ ଭାବେ କ୍ଷମତାରେ ଥିବା ବେଳେ ମଧ୍ୟ କରିପାରି ନଥିଲେ। ଆଗାମୀ ନିର୍ବାଚନରେ ଆମେ ଆମର ଜନ କଲ୍ୟାଣ ଯୋଜନା ଓ ନିଯୁକ୍ତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବୁ।”

ଯୋଗୀ କହିଛନ୍ତି, ରାଷ୍ଟ୍ର ଧର୍ମ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଓ ଜଣେ ସବୁ ବେଳେ ଦେଶ ପାଇଁ କାମ କରିବା ଦରକାର। ଆମ ଯୋଜନା ସବୁବେଳେ ସମସ୍ତଙ୍କୁ ଫାଇଦା ଦେବା ପାଇଁ ପ୍ରସ୍ତୁତ ହୋଇଛି। କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟକ କିମ୍ବା ଧର୍ମର ଲୋକଙ୍କ ପାଇଁ ତିଆରି ହୋଇ ନଥିବା ସେ କହିଛନ୍ତି। ଏଥିସହ ସେ ବିରୋଧୀ ଦଳ ଗୁଡ଼ିକୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos