ମସଜିଦ ଭଳି ଦେଖାଯାଉଥିବା ବସ ଷ୍ଟାଣ୍ଡକୁ ଭାଙ୍ଗିବା ପାଇଁ ବିଜେପି ସାଂସଦଙ୍କ ଧମକ

ବେଙ୍ଗାଲୁରୁ: କର୍ଣ୍ଣାଟକାର ମହୀଶୂର-ଓଟି ରୋଡରେ ଥିବା ବସ୍‌ ଷ୍ଟାଣ୍ଡ ଉପରେ ବୁଲଡୋଜନ ଚଢ଼ାଇବାକୁ ଧମକ ଦେଇଛନ୍ତି ବିଜେପି ସାଂସଦ ପ୍ରତାପ ସୀମା। ଏହି ବସ୍‌ ଷ୍ଟାଣ୍ଡଟି ମସଜିଦ ଭଳି ଦେଖାଯାଉଥିବାରୁ ବିଜେପି ସାଂସଦ ଏହାକୁ ଭାଙ୍ଗି ଦେବାକୁ ଚେତାବନୀ ଦେଇଛନ୍ତି। ସାଂସଦ ପ୍ରତାପ କହିଛନ୍ତି, “ମୁଁ ସୋଶାଲ ମିଡିଆରେ ଉକ୍ତ ବସ ଷ୍ଟାଣ୍ଡର ଫଟୋ ଦେଖିଛି। ବସ ଷ୍ଟାଣ୍ଡ ଉପରେ ଦୁଇଟି ଛୋଟ ଡୋମ୍ସ ଓ ମଝିରେ ଗୋଟିଏ ବଡ଼ ଡୋମ୍ସ ରହିଛି। ଏପରି ଡୋମ୍ସ କେବଳ […]

Bus-stand

Bus-stand

Hemant Lenka
  • Published: Monday, 14 November 2022
  • Updated: 14 November 2022, 07:22 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ମହୀଶୂର-ଓଟି ରୋଡରେ ଥିବା ବସ୍‌ ଷ୍ଟାଣ୍ଡ ଉପରେ ବୁଲଡୋଜନ ଚଢ଼ାଇବାକୁ ଧମକ ଦେଇଛନ୍ତି ବିଜେପି ସାଂସଦ ପ୍ରତାପ ସୀମା। ଏହି ବସ୍‌ ଷ୍ଟାଣ୍ଡଟି ମସଜିଦ ଭଳି ଦେଖାଯାଉଥିବାରୁ ବିଜେପି ସାଂସଦ ଏହାକୁ ଭାଙ୍ଗି ଦେବାକୁ ଚେତାବନୀ ଦେଇଛନ୍ତି।

ସାଂସଦ ପ୍ରତାପ କହିଛନ୍ତି, “ମୁଁ ସୋଶାଲ ମିଡିଆରେ ଉକ୍ତ ବସ ଷ୍ଟାଣ୍ଡର ଫଟୋ ଦେଖିଛି। ବସ ଷ୍ଟାଣ୍ଡ ଉପରେ ଦୁଇଟି ଛୋଟ ଡୋମ୍ସ ଓ ମଝିରେ ଗୋଟିଏ ବଡ଼ ଡୋମ୍ସ ରହିଛି। ଏପରି ଡୋମ୍ସ କେବଳ ମସଜିଦରେ ଦେଖିବାକୁ ମିଳେ। ତେଣୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ବସ ଷ୍ଟାଣ୍ଡକୁ ଭାଙ୍ଗିବା ପାଇଁ ମୁଁ ଇଞ୍ଜିନୟର୍ସଙ୍କୁ କହିଛି। ଯଦି ସେମାନେ ଏହାକୁ ନ ଭାଙ୍ଗିବେ, ତା’ହେଲେ ମୁଁ ସେଠାକୁ ଜେସିବି ନେଇ ଯିବି ଓ ଏହାକୁ ଭାଙ୍ଗି ଦେବି।”

ସାଂସଦଙ୍କ ଏପରି ବୟାନକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। କର୍ଣ୍ଣାଟକା କଂଗ୍ରେସ ନେତା ସଲିମ ଅହମଦ କହିଛନ୍ତି, “ମହୂଶୀର ସାଂସଦ ନିର୍ବୋଧଙ୍କ ଭଳି ବୟାନ ଦେଇଛନ୍ତି। କ’ଣ ସେ ଗୁମ୍ବାଜ ଥିବା ସମସ୍ତ ସରକାରୀ ଅଫିସଗୁଡ଼ିକୁ ମଧ୍ୟ ଭାଙ୍ଗି ଦେବେ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos