ମେଣ୍ଟ କରିବନି କଂଗ୍ରେସ, ସବୁ ଆସନରେ ପ୍ରାର୍ଥୀ ଦେବ

ଲକ୍ଷ୍ନୌ: ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି। ପ୍ରିୟଙ୍କା ନିଜେ ପ୍ରଚାରର ମଙ୍ଗ ଧରିଥିବା ବେଳେ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ପ୍ରତିଶ୍ରୁତି ବର୍ଷା କରି ଚାଲିଛନ୍ତି। ଏସବୁ ଭିତରେ କଂଗ୍ରେସର ୟୁପି ନିର୍ବାଚନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରିୟଙ୍କା। ଆସନ୍ତା ନିର୍ବାଚନରେ କଂଗ୍ରେସ କାହା ସହ ମେଣ୍ଟ କରିବ ନାହିଁ। ରାଜ୍ୟର ସମସ୍ତ ୪୦୩ଟି ଆସନରେ ଦଳ ପକ୍ଷରୁ ନିଜ […]

Priyanka

Priyanka

Hemant Lenka
  • Published: Sunday, 14 November 2021
  • Updated: 14 November 2021, 06:35 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି। ପ୍ରିୟଙ୍କା ନିଜେ ପ୍ରଚାରର ମଙ୍ଗ ଧରିଥିବା ବେଳେ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ପ୍ରତିଶ୍ରୁତି ବର୍ଷା କରି ଚାଲିଛନ୍ତି। ଏସବୁ ଭିତରେ କଂଗ୍ରେସର ୟୁପି ନିର୍ବାଚନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରିୟଙ୍କା।

ଆସନ୍ତା ନିର୍ବାଚନରେ କଂଗ୍ରେସ କାହା ସହ ମେଣ୍ଟ କରିବ ନାହିଁ। ରାଜ୍ୟର ସମସ୍ତ ୪୦୩ଟି ଆସନରେ ଦଳ ପକ୍ଷରୁ ନିଜ କର୍ମକର୍ତ୍ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ପ୍ରିୟଙ୍କା କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ୨୦୧୭ ଭଳି ୨୦୨୨ରେ ମଧ୍ୟ ସପା, ବିଏସ୍‌ପି କିମ୍ବା ଅନ୍ୟ କିଛି ଆଞ୍ଚଳିକ ଦଳ ସହ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବର୍ତ୍ତମାନ ସ୍ଥିତିରେ କାହା ସହ କଂଗ୍ରେସ ମେଣ୍ଟ କରିବ ନାହିଁ ବୋଲି ପ୍ରିୟଙ୍କା ସ୍ପଷ୍ଟ କରିଛନ୍ତି।

ରବିବାର ଉତ୍ତର ପ୍ରଦେଶର ବୁଲନ୍ଦସହରରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ପ୍ରତିଜ୍ଞା ସମ୍ମିଳନୀ-ଲକ୍ଷ୍ୟ ୨୦୨୨’ରେ କଂଗ୍ରେସ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି। ଆଗ୍ରା, ଅଲୀଗଡ଼, ହାଥରସ ଓ ବୁଲନ୍ଦସହର ଭଳି ୧୪ଟି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ନିକଟରେ ପ୍ରିୟଙ୍କା ସହ ବୈଠକ କରିଥିଲେ।

ସେମାନେ କଂଗ୍ରେସ ଏକାକୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ୁ ବୋଲି ପ୍ରସ୍ତାବ ଦେଇଥିଲେ। ଏହାପରେ ପ୍ରିୟଙ୍କା ଏପରି ଘୋଷଣା କରିଛନ୍ତି। ସେ ଆଜି କହିଛନ୍ତି, “ଆମେ କେବଳ କଂଗ୍ରେସ କର୍ମକର୍ତ୍ତାଙ୍କୁ ଉତ୍ତର ପ୍ରଦେଶ ବିଧାନସଭାର ସମସ୍ତ ଆସନରେ ପ୍ରାର୍ଥୀ କରିବୁ।

ଯଦି କଂଗ୍ରେସ ଜିତିବାର ଅଛି, ତା’ହେଲେ ଦଳ ନିଜ ଦମ୍ଭରେ ଜିତିବ। ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜବୁତ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆଜି ହେଉଛି ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ। ଆମେ ସମସ୍ତେ ଜାଣିଛି ଯେ ସେ ତାଙ୍କ ବହିରେ ଭାରତ ମାତା କୀ ଜୟ ସ୍ଲୋଗାନ ବିଷୟରେ ଲେଖିଥିଲେ। ଭାରତ ମାତା କୀ ଜୟର ଅର୍ଥ କିଷାନ, ସୈନିକ, ଶ୍ରମିକ ଓ ମହିଳାଙ୍କ ଜୟ।”

ବିଜେପିକୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, ସମସ୍ତ ସ୍ୱାଧୀନତା ସଂଗ୍ରାମୀ ସ୍ୱାଧୀନତାର ମହତ୍ତ୍ୱ ବୁଝିଛନ୍ତି। ସେମାନେ ସ୍ୱାଧୀନତାର ମୂଲ୍ୟବୋଧ ବିଷୟରେ ଜାଣିଛନ୍ତି। ଏହି ସ୍ୱାଧୀନତାର ଅର୍ଥ ହେଉଛି ସାମ୍ବିଧାନିକ ସ୍ୱାଧୀନତା, ଆର୍ଥିକ ସ୍ୱାଧୀନତା ଓ ଗଣତନ୍ତ୍ରର ସୁରକ୍ଷା। କିନ୍ତୁ ମୁଁ ଯେତେବେଳେ ୟୁପିକୁ ଆସିଲି ସେତେବେଳେ ଜାଣିଲି ଯେ ବିଜେପି ସ୍ୱାଧୀନତାର ଅର୍ଥ ବୁଝିନି। ଯେଉଁମାନେ ସ୍ୱାଧୀନତା ପାଇଁ ଲଢ଼ିନାହାନ୍ତି, ସେମାନେ କେବେ ହେଲେ ଏହାକୁ ସମ୍ମାନ ଦେଇପାରିବେନି ବୋଲି ପ୍ରିୟଙ୍କା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos