ହାଇକୋର୍ଟଙ୍କ କଡ଼ା ଚେତାବନୀ: ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କଲେ ଫାଶୀ ମିଳିବ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ଘୋର ସଙ୍କଟ ଦେଖାଯାଇଛି। ଠିକ୍‌ ଭାବେ ହସ୍ପିଟାଲକୁ ଅକ୍ସିଜେନ ପହଞ୍ଚି ପାରୁ ନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି କେହି ଅକ୍ସିଜେନ ଯୋଗାଣରେ ବିଭ୍ରାଟ ସୃଷ୍ଟି କରିବ, ତା’ହେଲେ ସେଭଳି ବ୍ୟକ୍ତିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦେଖାଯାଉଥିବା […]

Oxygen

Oxygen

Hemant Lenka
  • Published: Saturday, 24 April 2021
  • Updated: 24 April 2021, 03:30 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ଘୋର ସଙ୍କଟ ଦେଖାଯାଇଛି। ଠିକ୍‌ ଭାବେ ହସ୍ପିଟାଲକୁ ଅକ୍ସିଜେନ ପହଞ୍ଚି ପାରୁ ନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ଯଦି କେହି ଅକ୍ସିଜେନ ଯୋଗାଣରେ ବିଭ୍ରାଟ ସୃଷ୍ଟି କରିବ, ତା’ହେଲେ ସେଭଳି ବ୍ୟକ୍ତିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦେଖାଯାଉଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି କହିଛନ୍ତି। ସେହିପରି କରୋନା ସଂକ୍ରମଣ ବୃଦ୍ଧିକୁ ସୁନାମି ଭାବେ କୋର୍ଟ ଅବିହିତ କରିଛନ୍ତି।

ଶୁଣାଣି ବେଳେ ଦିଲ୍ଲୀ ସରକାର କୋର୍ଟଙ୍କୁ କହିଛନ୍ତି, ଯଦି ଦିଲ୍ଲୀକୁ ୪୮୦ ମେଟ୍ରିକ ଟନ୍‌ର ଅକ୍ସିଜେନ ତୁରନ୍ତ ନ ମିଳିବ, ତା’ହେଲେ ପୂରା ବ୍ୟବସ୍ଥା ଭୁଶୁଡ଼ି ଯିବ। ପ୍ରତିଦିନ କରୋନା କେସ୍‌ ବଢ଼ୁଥିବାରୁ ଏକାଧିକ ହସ୍ପିଟାଲରେ ଅକ୍ସିଜେନ ସଙ୍କଟର ସାଂଘାତିକ ସ୍ଥିତି ଉପୁଜିଛି। ପ୍ରତିଦିନ ଅକ୍ସିଜେନ ସଙ୍କଟକୁ ନେଇ ଛୋଟ ଠାରୁ ବଡ଼ ହସ୍ପିଟାଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ଏକାଧିକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ତେଣୁ ତୁରନ୍ତ ଅକ୍ସିଜେନ ଯୋଗାଣ ନ ହେଲେ, ଭୟଙ୍କର ସ୍ଥିତି ସୃଷ୍ଟି ହେବ।

ଏହି ସମୟରେ କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଥିଲେ ଯେ ଆପଣ ଖାଲି ଅକ୍ସିଜେନ ଯୋଗାଣରେ ବାଧା ଉପୁଜାଉଥିବା ବ୍ୟକ୍ତିଙ୍କ ନାଁ କୁହନ୍ତୁ। ଆମେ ସେଭଳି ବ୍ୟକ୍ତିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବୁ। ଆମେ ବିଭ୍ରାଟ ସୃଷ୍ଟି କରୁଥିବା ଲୋକଙ୍କୁ ଛାଡ଼ିବୁ ନାହିଁ। ଏଥିସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ଦିଲ୍ଲୀ ସରକାର ବିଭ୍ରାଟ ସୃଷ୍ଟି କରୁଥିବା ଅଧିକାରୀଙ୍କ ସମ୍ପର୍କରେ ଜଣାନ୍ତୁ। ଏପରି ହେଲେ କେନ୍ଦ୍ର ସରକାର ମଧ୍ୟ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

କେନ୍ଦ୍ରକୁ ପ୍ରଶ୍ନ କରି କୋର୍ଟ କହିଛନ୍ତି, ଦିଲ୍ଲୀକୁ କେବେ ଆବଶ୍ୟକ ଅନୁଯାୟୀ ୪୮୦ ମେଟ୍ରିକ ଟନ୍‌ ଅକ୍ସିଜେନ ମିଳିବ? ଦୟା କରି ଆମକୁ ସେକଥା କୁହନ୍ତୁ। ଆମେ ସମସ୍ତେ କରୋନା ସଂକ୍ରମଣକୁ ୱେବ ବୋଲି କହୁଛେ। ହେଲେ ବାସ୍ତବରେ ଏହା ସୁନାମି। ଏହାକର ମୁକାବିଲା ପାଇଁ କେନ୍ଦ୍ର ସରକାର ହସ୍ପିଟାଲ ଭିତ୍ତିଭୂମି, ମେଡିକାଲ ଷ୍ଟାଫ, ମେଡିସିନ, ଟିକା ଓ ଅକ୍ସିଜେନ ଆଦି ବିଷୟ ଗୁଡ଼ିକ ଉପରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି?

କୋର୍ଟ ଆହୁରି କହିଛନ୍ତ, ଅକ୍ସିଜେନ ସପ୍ଲାଏରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ କେବେ ବି ଛଡ଼ା ଯିବ ନାହିଁ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story