କ’ଣ ପ୍ରିୟଙ୍କା ଗାନ୍ଧି ଭଦ୍ରା ହେବେ କଂଗ୍ରେସର ୟୁପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?

ଲକ୍ଷ୍ନୌ: ଦକ୍ଷିଣ ଭାରତରେ କଂଗ୍ରେସ ସଫା ହୋଇଯିବା ପରେ ଏବେ ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଗତଥର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଓ ସାମାଜବାଦୀ ପାର୍ଟି ଏକାଠି ନିର୍ବାଚନ ଲଢ଼ିଥିଲେ। ହେଲେ ଏବେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ। ତେବେ ଏହା ପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବେଶ ସକ୍ରିୟ ହୋଇ ପଡ଼ିଛନ୍ତି। ଆଜି ଉତ୍ତର […]

Priyanka

Priyanka

Hemant Lenka
  • Published: Tuesday, 23 February 2021
  • Updated: 23 February 2021, 09:17 PM IST

Sports

Latest News

ଲକ୍ଷ୍ନୌ: ଦକ୍ଷିଣ ଭାରତରେ କଂଗ୍ରେସ ସଫା ହୋଇଯିବା ପରେ ଏବେ ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଗତଥର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଓ ସାମାଜବାଦୀ ପାର୍ଟି ଏକାଠି ନିର୍ବାଚନ ଲଢ଼ିଥିଲେ। ହେଲେ ଏବେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ।

ତେବେ ଏହା ପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବେଶ ସକ୍ରିୟ ହୋଇ ପଡ଼ିଛନ୍ତି। ଆଜି ଉତ୍ତର ପ୍ରଦେଶରେ ଚାଷୀଙ୍କ ବୈଠକରେ ମଧ୍ୟ ସେ ଯୋଗଦେଇ କୃଷି ଆଇନ ବିରୋଧରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଏହି ସମୟରେ ସେ ଜାତୀୟ ଗଣମାଧ୍ୟମ ଏନଡିଟିଭିର ଗୋଟିଏ ପ୍ରଶ୍ନକୁ ବେଶ ଚତୁରତାର ସହ ଏଡ଼ାଇ ଯାଇଛନ୍ତି। କ’ଣ କଂଗ୍ରେସ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବ ବୋଲି ଏନଡିଟିଭିର ସାମ୍ବାଦିକ ପ୍ରଶ୍ନ କରିଥିଲେ।
ଏହାର ଉତ୍ତର ଦେଇ ପ୍ରିୟଙ୍କା କହିଛନ୍ତି, ମୋର କର୍ତ୍ତବ୍ୟ ହେଲା ଲୋକଙ୍କ ସହ ରହିବା ଓ ସେମାନଙ୍କ ସମସ୍ୟାକୁ ଉଠାଇବା। ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ମୋର ଧର୍ମ। ମୁଁ କେବେ ହେଲେ ପଛକୁ ହଟିବି ନାହିଁ ଓ ଲଢ଼େଇ ମୈଦାନରୁ ହଟିବି ନାହିଁ। ମୁଁ କେବେ ହେଲେ ଲୋକଙ୍କୁ ଧୋକ୍କା ଦେଇ ପାରିବି ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ହେଲେ ସେ ସିଧାସଳଖ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି ନାହିଁ, ତା’ର ଉତ୍ତର ଦେଇନାହାନ୍ତି।

କାହିଁକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅହଂକାରୀ ବୋଲି କହୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ବି ଦେଇଛନ୍ତି। ସେ କହିଛନ୍ତି, ନିଶ୍ଚିତ ଭାବେ ସେ ଜଣେ ଅହଂକାରୀ। ସେ ଲକ୍ଷଲକ୍ଷ ଚାଷୀ ଆନ୍ଦୋଳନ କରୁଥିଲେ ହେଁ ସେମାନଙ୍କ ସହ କଥା ହେଉନାହାନ୍ତି। ଯଦି ସେ ଚାଷୀମାନଙ୍କ ସହ କଥା ହେବେ ନାହିଁ, ତା’ହେଲେ ସେ ଅହଂକାରୀ। କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ୨୧୫ ଜଣ ଚାଷୀ ପ୍ରାଣ ହରାଇ ସାରିଲେଣି। କିନ୍ତୁ ପ୍ରଧାନମନ୍ତ୍ରୀ ସେମାନଙ୍କ ପାଇଁ ଶୋକଟିଏ ମଧ୍ୟ ପ୍ରକାଶ କରିନାହାନ୍ତି।

ବିଜେପି ଭାବୁଛି ସେମାନେ ଯାହା କହିବେ ସେ ସବୁ ଠିକ୍‌। ସେମାନଙ୍କୁ କେହି ବି ପ୍ରଶ୍ନ କରିପାରିବେ ନାହିଁ? ଯେତେବେଳେ ସେମାନେ କୋଣଠେସା ହୋଇଯାଉଛନ୍ତି ଓ ଲୋକମାନେ ସେମାନଙ୍କ ନୀତିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ସେତେବେଳେ ସେମାନେ କଂଗ୍ରେସ ଉପରେ ଦୋଷ ଲଦି ଖସି ଯିବାକୁ ଚେଷ୍ଟା କରୁଛନ୍ତି। ସେମାନେ ନିଜ କର୍ତ୍ତବ୍ୟ ଠିକ୍‌ ଭାବେ ସମ୍ପାଦନ କରୁନାହାନ୍ତି। ଏଭଳି ସ୍ଥିତିରେ ସେମାନେ କଂଗ୍ରେସ ରାଜନୀତି କରୁଛି ବୋଲି କହୁଛନ୍ତି। ଏହାକୁ ଲୋକମାନେ ଠିକ୍‌ ଭାବେ ବୁଝିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos