ବିଜେପି ବିରୋଧରେ ପ୍ରଚାର କରିବାକୁ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ଯିବେ ଚାଷୀ
ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି। ନିଜ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ସେମାନେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ଏବେ ଚାଷୀମାନେ କେଏମପି ଏକ୍ସପ୍ରେସ ୱେକୁ ୬ ତାରିଖରେ ବନ୍ଦ କରିବେ ଓ ଆଗକୁ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ଗସ୍ତ କରି ସେମାନଙ୍କ ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବେ ବୋଲି କହିଛନ୍ତି।
ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଆଗକୁ ନିର୍ବାଚନ ହେବାକୁ ଥିବା ସ୍ଥାନଗୁଡ଼ିକୁ ଚାଷୀ ନେତାମାନେ ଗସ୍ତ କରିବେ। ସେଠାରେ ସେମାନେ ଲୋକମାନଙ୍କୁ ବିଜେପି ବିରୋଧରେ ଭୋଟ ଦେଇ ପରାସ୍ତ କରିବାକୁ ଆହ୍ୱାନ ଦେବେ। ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ମାର୍ଚ୍ଚ ୬ରେ ୧୦୦ ଦିନ ପୂରଣ କରିବ। ଏଥିପାଇଁ ଚାଷୀମାନେ ୬ ତାରିଖରେ କେଏମପି ଏକ୍ସପ୍ରେସ ୱେର ବିଭିନ୍ନ ସ୍ଥାନରେ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ ବନ୍ଦ ପାଳନ କରିବେ।
ଭାରତୀୟ କିଷାନ ୟୁନିୟନ ସଭାପତି ବଲବୀର ଏସ୍ ରାଜେୱାଲ କହିଛନ୍ତି, “ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକରେ ଆମେ ମାର୍ଚ୍ଚ ୧୫ ଯାଏ କ’ଣ ସବୁ କାର୍ଯ୍ୟକ୍ରମ ହେବ, ତା’ର ନିଷ୍ପତ୍ତି ନେଇଛୁ। ଆମେ ବିଧାନସଭା ନିର୍ବାଚନ ହେବାକୁ ପଶ୍ଚିମବଙ୍ଗ ଓ କେରଳକୁ ଆମ ପ୍ରତିନିଧିମାନଙ୍କୁ ପଠାଇବୁ। ଆମେ କୌଣସି ରାଜନୀତିକ ଦଳକୁ ସମର୍ଥନ କରୁନାହୁଁ। କିନ୍ତୁ ଆମେ ଲୋକଙ୍କୁ ବିଜେପିକୁ ପରାସ୍ତ କରିବାର କ୍ଷମତା ରଖିଥିବା ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିବୁ। ଆମେ ଲୋକଙ୍କୁ ମୋଦି ସରକାର ଚାଷୀଙ୍କ ପ୍ରତି ରଖିଥିବା ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଜଣାଇବୁ। ”
We’ll send teams to poll-bound states — to West Bengal and Kerala. We will not support any party but appeal to people to vote for the candidates who can defeat BJP. We will tell people about Modi govt’s attitude towards farmers: Balbir S Rajewal, Bhartiya Kisan Union pic.twitter.com/ZceYTgSYUm
— ANI (@ANI) March 2, 2021
ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ କହିଛନ୍ତି, ମାର୍ଚ୍ଚ ୬ରେ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୧୦୦ ଦିନ ପୂରଣ ହେଉଥିବାରୁ ଚାଷୀମାନେ କୁଣ୍ଡଲି-ମାନେସର-ପଲୱାଲ ଏକ୍ସପ୍ରେସ ୱେର ବିଭିନ୍ନ ପଏଣ୍ଟରେ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ ବନ୍ଦ ପାଳନ କରିବେ।
ମୋର୍ଚ୍ଚାର ନେତାମାନେ କର୍ଣ୍ଣାଟକା ମଧ୍ୟ ଗସ୍ତ କରିବେ। ଏଠାରେ ଚାଷୀମାନେ ନିଜର ଧାନ ପାଇଁ କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କାରୁ କମ ଦାମ ପାଉଛନ୍ତି। ମାର୍ଚ୍ଚ ୮ରେ ମହିଳା ଦିବସ। ତେଣୁ ମହିଳା ଚାଷୀମାନେ ଦିଲ୍ଲୀ ଓ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଯୋଗେନ୍ଦ୍ର ଯାଦବ କହିଛନ୍ତି।
In today’s meeting of Samyukt Kisan Morcha, we have finalised the programmes till March 15. On March 6 when the protest enters Day 100, farmers will block Kundli–Manesar–Palwal Expressway at different points between 11 am & 4 pm: Yogendra Yadav, Swaraj India pic.twitter.com/PJ6cRPgBUS
— ANI (@ANI) March 2, 2021
୧୩୬ କିମି ବିଶିଷ୍ଟ କୁଣ୍ଡଲି-ମାନେସର-ପଲୱାଲ ଏକ୍ସପ୍ରେସ ୱେକୁ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ। ଦିଲ୍ଲୀକୁ ଟ୍ରକ୍ ଓ ଗାଡ଼ି ମଟୋର ପ୍ରବେଶ କରିବା ବେଳେ ପ୍ରବଳ ଭିଡ଼ ହେଉଥିବାରୁ ଏହି ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଥିଲା। ଏହାଦ୍ୱାରା ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ କମ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।