କାନ୍ଦିବାରୁ ୨୭ ଦିନର ଶିଶୁପୁତ୍ର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କଲା ମା’

ଥିରୁଅନନ୍ତପୁରମ: ନିଜ ଜନ୍ମ କଲା ଛୁଆକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ମା’। ମାତ୍ର ୨୭ ଦିନ ତଳେ ଛୁଆଟି ଜନ୍ମ ହୋଇଥିଲା। ତେବେ ସେ ରାହା ଧରି କାନ୍ଦିବାରୁ ଏଥିରେ ବରିକ୍ତ ପ୍ରକାଶ କରି ମା’ ଜଣକ ଶିଶୁପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଛି। ଜନ୍ମ ହେବା ଦିନ ଠାରୁ ଶିଶୁପୁତ୍ରଟି ଅସୁସ୍ଥ ରହିଥିଲା। ଏଥିପାଇଁ ସେ ନିୟମିତ କାନ୍ଦୁଥିଲା। ଏଥିରେ ରାଗି ଯାଇ ତା’ର ୨୧ ବର୍ଷୀୟ ମା’ ଏପରି […]

Killed

Killed

Hemant Lenka
  • Published: Tuesday, 14 December 2021
  • Updated: 14 December 2021, 11:29 AM IST

Sports

Latest News

ଥିରୁଅନନ୍ତପୁରମ: ନିଜ ଜନ୍ମ କଲା ଛୁଆକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ମା’। ମାତ୍ର ୨୭ ଦିନ ତଳେ ଛୁଆଟି ଜନ୍ମ ହୋଇଥିଲା। ତେବେ ସେ ରାହା ଧରି କାନ୍ଦିବାରୁ ଏଥିରେ ବରିକ୍ତ ପ୍ରକାଶ କରି ମା’ ଜଣକ ଶିଶୁପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଛି।

ଜନ୍ମ ହେବା ଦିନ ଠାରୁ ଶିଶୁପୁତ୍ରଟି ଅସୁସ୍ଥ ରହିଥିଲା। ଏଥିପାଇଁ ସେ ନିୟମିତ କାନ୍ଦୁଥିଲା। ଏଥିରେ ରାଗି ଯାଇ ତା’ର ୨୧ ବର୍ଷୀୟ ମା’ ଏପରି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। କେରଳର ପାଥନମଥିଟ୍ଟା ଅଞ୍ଚଳରେ ଏହି ଘଟଣା ଘଟିଛି। ଡିସେମ୍ବର ୯ରେ ମା’ ଜଣଙ୍କ ଶିଶୁପୁତ୍ର ସହ ଏପରି କାଣ୍ଡ ଘଟାଇଥିଲେ। ଏହାପରେ ତାକୁ ଦିନ ପ୍ରାୟ ୧୧ଟା ବେଳେ ପାଥନମଥିଟ୍ଟାରେ ଥିବା ଗୋଟିଏ ହସ୍ପିଟାଲକୁ ନିଆଯାଇଥିଲା।

ଡାକ୍ତର ତା’ର ଚିକିତ୍ସା କରିବା ସହ ମେଡିସିନ ଦେଇ ଘରକୁ ପଠାଇ ଦେଇଥିଲେ। ତେବେ ସେହିଦିନ ଅପରାହ୍ନ ସମୟରେ ଶିଶୁପୁତ୍ରର ଅବସ୍ଥା ଗୁରୁତର ହୋଇଥିଲା। ଏଥିପାଇଁ ତାକୁ ତାଲୁକା ହସ୍ପିଟାଲକୁ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତା’ର ମୃତ୍ୟୁ ଘଟିଛି।

୧୦ ତାରିଖରେ ଶିଶୁଟିର ଶବକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହି ସମୟରେ ମୁଣ୍ଡର ପଛ ପାଖରେ ଗଭୀର ଆଘାତ ଲାଗିବା ଯୋଗୁ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଘଟଣା ପରେ ପୁଲିସ୍‌ ଶିଶୁପୁତ୍ରର ବାପାମା’ଙ୍କ ସହ କଥା ହୋଇଥିଲା। ଏହି ସମୟରେ ହତ୍ୟାକାରୀ ମା’ର ମାନସିକ ସ୍ଥିତି ଠିକ ନଥିବା ଜାଣିବାକୁ ପାଇଥିଲା।

ତଥାପି ପୁଲିସ ହତ୍ୟାକାରୀ ମା’କୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୧ ବର୍ଷୀୟ ମହିଳା ଜଣଙ୍କ ଯେଉଁ ବ୍ୟକ୍ତିଙ୍କ ସହ ରହୁଥିଲେ ସେ ପୂର୍ବରୁ ବିବାହିତ। ଏକଥା ଜାଣି ମଧ୍ୟ ମହିଳା ଜଣଙ୍କ ତାଙ୍କ ସହ ଫାଦର ଜୋଜି ଥୋମାସଙ୍କ ଆଶ୍ରମରେ ରହୁଥିଲେ। ହେଲେ ଉଭୟଙ୍କ ବିବାହ ହୋଇ ନଥିଲା।

ଆଶ୍ରମରେ ମହିଳା ଜଣକ ରୋଷେୟା ଭାବେ କାର୍ଯ୍ୟ କରୁଥିଲା। ଏଥିସହ କୋଟ୍ଟାୟମରେ ଥିବା ଗୋଟିଏ ଘରୋଇ ଇନିଷ୍ଟିଚ୍ୟୁଟରେ ପଢ଼ୁଥିଲା। ରୋଗଗ୍ରସ୍ତ ଶିଶୁପୁତ୍ର ତା’ ପାଠପଢ଼ାରେ ବାଧା ସୃଷ୍ଟି କରୁଥିବାରୁ ସେ ଏପରି କାଣ୍ତ ଘଟାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos