ଫିଲ୍ମ ଷ୍ଟାଇଲରେ ସ୍ୱାମୀଙ୍କ ସେକ୍ସ ବ୍ୟବସାୟର ପର୍ଦ୍ଦାଫାସ କଲେ ପତ୍ନୀ

ଚେନ୍ନାଇ: ହିନ୍ଦୀ ସିନେମାର ସଂଳାପ ପରି ଗୋଟିଏ ଘଟଣା ତାମିଲନାଡୁର ଚେନ୍ନାଇରେ ଘଟିଛି। ସେକ୍ସ ଟ୍ରେଡ ବା ବ୍ୟବସାୟରେ ସାମିଲ ଥିବା ସ୍ୱାମୀଙ୍କୁ ରଙ୍ଗେହାତ ଧରିବା ପାଇଁ ଜଣେ ମହିଳା ମାଷ୍ଟରପ୍ଲାନ କରି ସଫଳତା ପାଇଛନ୍ତି। ମହିଳାଙ୍କ ସହାୟତାରେ ପୁଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା ୨୫ ବର୍ଷୀୟ ମହିଳା ମମତା(ଛଦ୍ମନାମ) ତାଙ୍କ ସ୍ୱାମୀ ରାଜୀବ(ଛଦ୍ମନାମ) ସେକ୍ସ ବ୍ୟବସାୟରେ ସାମିଲ ଥିବା ପୁଲିସ୍‌କୁ କହିଥିଲେ। ରାଜୀବ ସୋଶାଲ ମିଡିଆରେ ମହିଳାମାନଙ୍କ […]

sex-tarde

sex-tarde

Hemant Lenka
  • Published: Friday, 24 December 2021
  • Updated: 24 December 2021, 05:30 PM IST

Sports

Latest News

ଚେନ୍ନାଇ: ହିନ୍ଦୀ ସିନେମାର ସଂଳାପ ପରି ଗୋଟିଏ ଘଟଣା ତାମିଲନାଡୁର ଚେନ୍ନାଇରେ ଘଟିଛି। ସେକ୍ସ ଟ୍ରେଡ ବା ବ୍ୟବସାୟରେ ସାମିଲ ଥିବା ସ୍ୱାମୀଙ୍କୁ ରଙ୍ଗେହାତ ଧରିବା ପାଇଁ ଜଣେ ମହିଳା ମାଷ୍ଟରପ୍ଲାନ କରି ସଫଳତା ପାଇଛନ୍ତି। ମହିଳାଙ୍କ ସହାୟତାରେ ପୁଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା ୨୫ ବର୍ଷୀୟ ମହିଳା ମମତା(ଛଦ୍ମନାମ) ତାଙ୍କ ସ୍ୱାମୀ ରାଜୀବ(ଛଦ୍ମନାମ) ସେକ୍ସ ବ୍ୟବସାୟରେ ସାମିଲ ଥିବା ପୁଲିସ୍‌କୁ କହିଥିଲେ।

ରାଜୀବ ସୋଶାଲ ମିଡିଆରେ ମହିଳାମାନଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ ଓ ଏହାପରେ ସେମାନଙ୍କୁ ପ୍ରଲୋଭିତ କରି ନିଜ ସେକ୍ସ ବ୍ୟବସାୟରେ ସାମିଲ କରୁଥିଲେ ବୋଲି ମମତା କହିଛନ୍ତି। ତେବେ ରାଜୀବଙ୍କ ଏହି ସୋଶାଲ ମିଡିଆ ରଣନୀତି ହିଁ ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମମତା ଓ ରାଜୀବ ପ୍ରଥମେ ପରସ୍ପର ପ୍ରେମରେ ପଡ଼ିଥିଲେ। ଏହାପରେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମମତାଙ୍କ ପରିବାର ଲୋକ ଏଥିରେ ରାଜି ହୋଇ ନଥିଲେ। ତେବେ ମମତା ଓ ରାଜୀବ ଏହାକୁ ଖାତିର ନ କରି ବାହା ହୋଇ ଯାଇଥିଲେ। ବାହାଘରର କିଛି ଦିନ ପରେ ମମତାଙ୍କ ପରିବାର ଲୋକ ନବଦମ୍ପତିଙ୍କୁ ଗ୍ରହଣ କରିଥିଲେ।

ନିଜକୁ ଇଞ୍ଜିନିୟର ବୋଲି କହୁଥିବା ରାଜୀବ ବାହାଘରର କିଛି ଦିନ ପରେ ବେଙ୍ଗାଲୁରୁ ଛାଡ଼ି ହଠାତ୍‌ ବାହାରିନ ଚାଲି ଯାଇଥିଲେ। ରାଜୀବ ବାହାରିନ ଚାଲି ଯିବା ପରେ ମମତା ତାଙ୍କ କମ୍ପ୍ୟୁଟର୍‌ରୁ କିଛି ଭିଡିଓ ଓ ଅଡିଓ ପାଇଥିଲେ। ଏଥିରେ ରାଜୀବ ଅନ୍ୟ ମହିଳାଙ୍କୁ କେମିତି ପ୍ରଲୋଭିତ କରି ଅଶ୍ଳୀଳ ଭିଡଓ ତିଆରି କରୁଥିଲେ, ତା’ର ତଥ୍ୟ ରହିଥିଲା। ଏହାକୁ ଦେଖି ଓ ଶୁଣି ମମତା ପୂରା ସ୍ତବ୍ଧ ହୋଇଯାଇଥିଲେ। କିନ୍ତୁ ରାଜୀବଙ୍କୁ ସେ ଏ ସମ୍ପର୍କରେ କିଛି ବି କହି ନଥିଲେ।

ରାଜୀବଙ୍କ ଏହି ସେକ୍ସ ବ୍ୟବସାୟକୁ ରଙ୍ଗେହାତ ଧରିବା ପାଇଁ ସେ ଯୋଜନା କରିଥିଲେ। ଯୋଜନା ମୁତାବକ ମମତା ଗୋଟିଏ ଫେକ ସୋଶାଲ ମିଡିଆ ଆକାଉଣ୍ଟ ଖୋଲିଥିଲେ। ଏହାପରେ ରାଜୀବଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପ୍ରଥମେ ରାଜୀବଙ୍କ ବିଶ୍ୱାସ ଜିତିବାକୁ ମମତା କିଛି ନକଲି ଅଶ୍ଳୀଳ ଫଟୋ ପଠାଇ ଥିଲେ। ଏହାକୁ ଦେଖି ରାଜୀବ ତାଙ୍କୁ ନିଜ ବ୍ୟବସାୟରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ।

ଏହାକୁ ମମତା ଗ୍ରହଣ କରିବା ସହ ତାମିଲନାଡୁର ତିରୁଭାନମିୟର ଠାରେ ଥିବା ଗୋଟିଏ ହୋଟେଲରେ ଦେଖା କରିବାକୁ ରାଜୀବଙ୍କୁ ଡାକିଥିଲେ। ରାଜୀବ ମଧ୍ୟ ତାଙ୍କର ନୂଆ ବନ୍ଧୁଙ୍କୁ ଦେଖା କରିବାକୁ ବାହାରିନରୁ ଚେନ୍ନାଇ ପହଞ୍ଚି ହୋଟେଲକୁ ଯାଇଥିଲେ। ତେବେ ହୋଟେଲ ପହଞ୍ଚିବା ପରେ ସେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କାରଣ ତାଙ୍କ ପତ୍ନୀ ମମତା ହିଁ ସେଠାରେ ତାଙ୍କୁ ରଙ୍ଗେହାତ ଧରିବାକୁ ପୁଲିସ ସହ ଉପସ୍ଥିତ ରହିଥିଲେ। ପୁଲିସ୍‌ ମମତାଙ୍କ ଅଭିଯୋଗକ୍ରମେ ରାଜୀବଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୪ଟି ଫୋନ ମଧ୍ୟ ଜବତ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରାଜୀବ ପର୍ଣ୍ଣ ଆଡିକଟେଡ୍‌ ଥିଲେ ଓ ତାଙ୍କ ଫୋନରୁ ବିପୁଳ ପରିମାଣର ଅଶ୍ଳୀଳ ଭିଡିଓ ମିଳିଛି। ରାଜୀବ ସେକ୍ସ ବ୍ୟବସାୟରେ ସାମିଲ ଥିଲେ କି ନାହିଁ, ତା’ର ଯାଞ୍ଚ ପୁଲିସ୍‌ କରୁଛି। ଫରେନ୍ସିକ ଟିମ୍‌ ମଧ୍ୟ ରାଜୀବଙ୍କ ଫୋନ ଓ କମ୍ପ୍ୟୁଟରର ଛାନଭିନ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story