ମହିଳାଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଲାଙ୍କ ଆଗରେ ହତ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ଆସିଛି। ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ତାଙ୍କ ଦୁଇ ପିଲାଙ୍କ ଆଗରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଏପରି ଏକ ଘଟଣା ଘଟିଛି। ଘଟଣା ପରେ ଅଭିଯୁକ୍ତ ଜଣଙ୍କ ଚମ୍ପଟ ମାରିଛି। ସେହିପରି ଘଟଣାର ପୂରା ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି। ପୁଲିସ ଅଧିକାରୀ କହିଛନ୍ତି ଯେ ଗୁରୁବାର ଦିନ ପ୍ରାୟ ୨ଟା ବେଳେ ସାଗର […]

CCTV

CCTV

Hemant Lenka
  • Published: Friday, 22 April 2022
  • Updated: 22 April 2022, 11:30 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ଆସିଛି। ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ତାଙ୍କ ଦୁଇ ପିଲାଙ୍କ ଆଗରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଏପରି ଏକ ଘଟଣା ଘଟିଛି। ଘଟଣା ପରେ ଅଭିଯୁକ୍ତ ଜଣଙ୍କ ଚମ୍ପଟ ମାରିଛି। ସେହିପରି ଘଟଣାର ପୂରା ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି।

ପୁଲିସ ଅଧିକାରୀ କହିଛନ୍ତି ଯେ ଗୁରୁବାର ଦିନ ପ୍ରାୟ ୨ଟା ବେଳେ ସାଗର ପୁଲିସ୍ ଷ୍ଟେସନର ପିସିଆରକୁ ଗୋଟିଏ ଫୋନ କଲ ଆସିଥିଲା। ଫୋନ ଯୋଗେ ଜଣେ ମହିଳାଙ୍କୁ ଛୁରୀ ମାଡ଼ କରାଯାଇଥିବା ସୂଚନା ମିଳିଥିଲା। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ରକ୍ତାକ୍ତ ଅବସ୍ଥାରେ ଥିବା ମହିଳାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଆହୁରି କହିଛି ଯେ ଘଟଣାର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି। ସିସିଟିଭିରେ ମହିଳା ଜଣଙ୍କ ତାଙ୍କର ଦୁଇ ପିଲାଙ୍କୁ ଧରି ଘରକୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କ ପିଛା କରିଥିଲା। ପ୍ରାୟ ୨.୧୦ରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଛୁରୀ ଭୁସିବା ସହ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ଓ ଅଭିଯୁକ୍ତ ଜଣକ ପୂର୍ବରୁ ପଡ଼ୋଶୀ ଭାବେ ରହୁଥିଲେ। କିନ୍ତୁ କିଛି ଦିନ ହେବ ମହିଳା ଜଣଙ୍କ ନିଜ ପିଲାଙ୍କ ସହ ଅନ୍ୟତ୍ର ରହୁଥିଲେ। ପୁଲିସ୍‌ ଏବେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରିଛି। ସେ ଧରା ପଡ଼ିବା ପରେ ହିଁ ହତ୍ୟାର କାରଣ ସମ୍ପର୍କରେ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos