ପଥର ଖସିବା ଯୋଗୁ ଟ୍ରାଫିକ ଜାମ: ଆମ୍ବୁଲାନ୍ସରେ ହେଲା ପ୍ରସବ

ଜମ୍ମୁ: ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା। ଆମ୍ବୁଲାନ୍ସ ଭିତରେ ପୁତ୍ର ସନ୍ତାନକୁ ଜନ୍ମଦେଇଛନ୍ତି ଜଣେ ୨୨ ବର୍ଷୀୟ ମହିଳା। ପାହାଡ଼ରୁ ପଥର ଖସିବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଦେଇ ଆମ୍ବୁଲାନ୍ସ ଠିକଣା ସମୟରେ ହସ୍ପିଟାଲରେ ପହଞ୍ଚି ପାରି ନଥିଲା। ଏଥିଯୋଗୁ ରାମବନ ଜିଲ୍ଲାର ଜାତୀୟ ରାଜପଥରେ ଯାଉଥିବା ଆମ୍ବୁଲାନ୍ସରେ ହିଁ ମହିଳା ଜଣଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୋଲରେ ଥିବା ଧରମା-ସଙ୍ଗଲଡାନର ଶାହୀନା […]

Kashmir

Kashmir

Hemant Lenka
  • Published: Sunday, 25 September 2022
  • Updated: 25 September 2022, 09:43 AM IST

Sports

Latest News

ଜମ୍ମୁ: ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା। ଆମ୍ବୁଲାନ୍ସ ଭିତରେ ପୁତ୍ର ସନ୍ତାନକୁ ଜନ୍ମଦେଇଛନ୍ତି ଜଣେ ୨୨ ବର୍ଷୀୟ ମହିଳା। ପାହାଡ଼ରୁ ପଥର ଖସିବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଦେଇ ଆମ୍ବୁଲାନ୍ସ ଠିକଣା ସମୟରେ ହସ୍ପିଟାଲରେ ପହଞ୍ଚି ପାରି ନଥିଲା। ଏଥିଯୋଗୁ ରାମବନ ଜିଲ୍ଲାର ଜାତୀୟ ରାଜପଥରେ ଯାଉଥିବା ଆମ୍ବୁଲାନ୍ସରେ ହିଁ ମହିଳା ଜଣଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୋଲରେ ଥିବା ଧରମା-ସଙ୍ଗଲଡାନର ଶାହୀନା ଆମ୍ବୁଲାନ୍ସରେ ଥିବା କର୍ମଚାରୀଙ୍କ ସହାୟତାରେ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ରାମବନ ଜିଲ୍ଲା ହସ୍ପିଟାଲକୁ ନେଉଥିଲେ। ହେଲେ ଅଧା ରାସ୍ତାରେ ପାହାଡ଼ରୁ ପଥର ଖସୁଥିବାରୁ ସାଂଘାତିକ ଟ୍ରାଫିକ ଜାମ ହୋଇଥିଲା। ଏଥିଯୋଗୁ ଆମ୍ବୁଲାନ୍ସଟି ଆଗକୁ ଯାଇ ପାରି ନଥିଲା। ପ୍ରାୟ ଅଢ଼େଇ ଘଣ୍ଟା କାଳ ଆମ୍ବୁଲାନ୍ସ ଅଟକି ରହିବାରୁ ଶାହୀନାଙ୍କ ପ୍ରସବ ଯନ୍ତ୍ରଣା ବଢ଼ିଥିଲା। ଶେଷରେ କୌଣସି ଉପାୟ ନ ପାଇ ଆମ୍ବୁଲାନ୍ସରେ ଥିବା କର୍ମଚାରୀମାନଙ୍କ ସହାୟତାରେ ଗାଡ଼ି ଭିତରେ ହିଁ ଶାହୀନା ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

ଶାହୀନାଙ୍କ ବାପା ମହମ୍ମଦ ୟୁସୁଫ କହିଛନ୍ତି, “ଗୋଲ ଠାରୁ ୩୫ କିମି ଦୂର ରାସ୍ତା ଅତିକ୍ରମ କରିବା ପରେ ଆମେ କାରୋଲରେ ପହଞ୍ଚିଥିଲୁ। ସେଠାରେ ପ୍ରବଳ ଟ୍ରାଫିକ ଜାମ ହୋଇଥିଲା। କିନ୍ତୁ ଆର୍ମି ପକ୍ଷରୁ ଆମ୍ବୁଲାନ୍ସ ଯିବାକୁ ରାସ୍ତାକୁ କ୍ଲିୟର କରାଯାଇଥିଲା। କିଛି ବାଟ ଆମ ଗାଡ଼ି ଯିବା ପରେ ପୁଣି ମେହର ଠାରେ ଅଟକି ଥିଲା। ସେଠାରେ ବଡ଼ବଡ଼ ପଥର ଖଣ୍ଡ ଖସୁଥିବାରୁ କେହି ବି ଆଗକୁ ଯାଇ ପାରୁ ନଥିଲେ। ସେହି ଠାରେ ଗାଡ଼ି ଅଟକି ରହିବାରୁ ଝିଅର ଯନ୍ତ୍ରଣା ବଢ଼ିଥିଲା। ଏହାପରେ ଆମ୍ବୁଲାନ୍ସ ଭିତରେ ଝିଅ ପୁତ୍ର ସନ୍ତାନକୁ ଜନ୍ମ ଦେଇଛି।”

ପ୍ରସବ ପରେ ମହମ୍ମଦ ୟୁସୁଫ ମେଡିକାଲ କର୍ମଚାରୀଳ, ଆର୍ମି, ପୁଲିସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ସମର୍ଥନ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ସହାୟତାରେ ଶାହୀନା ଓ ନବଜାତ ଠିକଣା ସମୟରେ ହସ୍ପିଟାଲରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ ବୋଲି ୟୁସୁଫ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story