ମା’କୁ ବାପାଙ୍କ ନାଁ ପଚାରିଲା ପୁଅ, ୨୭ ବର୍ଷ ପରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା

ଶାହାଜାହାନପୁର: ମାତ୍ର ୧୨ ବର୍ଷ ବୟସରେ ଏକାଧିକ ଥର ଦୁଇ ଜଣ ବ୍ୟକ୍ତିଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ଏବେ ମା’ ବିନି ସାରିଛନ୍ତି। ତେବେ ପୁଅ ଏବେ ବାପାଙ୍କ ନାଁ କ’ଣ ବୋଲି ମା’କୁ ପଚାରିବାରୁ ସେ ଦୀର୍ଘ ୨୭ ବର୍ଷ ପରେ ୨ ଜଣ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୨୭ ବର୍ଷ ତଳେ ପୀଡ଼ିତା ଜଣଙ୍କ ଉତ୍ତର ପ୍ରଦେଶର ଶାହାଜାହାନପୁରରେ ନିଜ ଭଉଣୀ ଓ ଭିଣୋଇଙ୍କ ସହ […]

stop-rape

stop-rape

Hemant Lenka
  • Published: Saturday, 06 March 2021
  • Updated: 06 March 2021, 04:47 PM IST

Sports

Latest News

ଶାହାଜାହାନପୁର: ମାତ୍ର ୧୨ ବର୍ଷ ବୟସରେ ଏକାଧିକ ଥର ଦୁଇ ଜଣ ବ୍ୟକ୍ତିଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ଏବେ ମା’ ବିନି ସାରିଛନ୍ତି। ତେବେ ପୁଅ ଏବେ ବାପାଙ୍କ ନାଁ କ’ଣ ବୋଲି ମା’କୁ ପଚାରିବାରୁ ସେ ଦୀର୍ଘ ୨୭ ବର୍ଷ ପରେ ୨ ଜଣ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

୨୭ ବର୍ଷ ତଳେ ପୀଡ଼ିତା ଜଣଙ୍କ ଉତ୍ତର ପ୍ରଦେଶର ଶାହାଜାହାନପୁରରେ ନିଜ ଭଉଣୀ ଓ ଭିଣୋଇଙ୍କ ସହ ରହୁଥିଲେ। ଗୋଟିଏ ଦିନ ସେ ଘରେ ଏକାକୀ ଥିବା ବେଳେ ସ୍ଥାନୀୟ ଅଞ୍ଚଳ ନକି ହାସନ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା। ହାସନ ପରେ ତା’ ସାନ ଭାଇ ଗୁଡୁ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଥରେ ନୁହେଁ ଏକାଧିକ ଥର ମହିଳା ଜଣଙ୍କୁ ଦୁଇ ଭାଇ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ବେଳେ ଏହି ମହିଳାଙ୍କୁ ମାତ୍ର ୧୨ ବର୍ଷ ବୟସ ହୋଇଥିଲା। ୧୩ ବର୍ଷ ବୟସରେ ସେ ଗର୍ଭବତୀ ହୋଇଥିଲେ ଓ ୧୯୯୪ରେ ସେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସନ୍ତାନ ଜନ୍ମ ହେବା ପରେ ଏହାକୁ ସେ ନିଜ ଗାଁ ଉଦ୍ଧମପୁରର ଜଣେ ସମ୍ପର୍କୀଙ୍କୁ ହସ୍ତାନ୍ତର କରିଥିଲେ। ଭିଣୋଇଙ୍କ ବଦଳି ହେବାରୁ ପୀଡ଼ିତା ଜଣଙ୍କ ତାଙ୍କ ସହ ରାମପୁର ଚାଲି ଆସିଥିଲେ।

ରାମପୁରରେ ରହିବା ବେଳେ ଭିଣୋଇ ଜଣଙ୍କ ପୀଡ଼ିତାଙ୍କୁ ଗାଜିପୁରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ବିବାହ କରାଇଥିଲେ। ତେବେ ୧୦ ବର୍ଷ ପରେ ବ୍ୟକ୍ତି ଜଣଙ୍କ ଦୁଷ୍କର୍ମ କଥା ଜାଣିବା ପରେ ପୀଡ଼ିତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଶେଷରେ ପୀଡ଼ିତା ଜଣଙ୍କ ଉଦ୍ଧମପୁରକୁ ଚାଲି ଆସିଥିଲେ।

ଏସବୁ ଭିତରେ ପୀଡ଼ତା ଜଣଙ୍କ ଜନ୍ମ ଦେଇଥିବା ପୁତ୍ର ସନ୍ତାନଟି ବଡ଼ ହୋଇଗଲାଣି। ସେ ତା’ର ବାପା ମା’ଙ୍କ ବିଷୟରେ ଜାଣିବାକୁ ଚାହିଁବାରୁ ସମ୍ପର୍କୀୟମାନେ ତା’କୁ ମା’ ସହ ପରିଚୟ କରାଇ ଦେଇଥିଲେ। ସେ ତା’ ମା’ଙ୍କୁ ଭେଟି ବାପାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା ଆରମ୍ଭ କରିଥିଲେ। ପୁଅକୁ ଅନେକ ବୁଝାସୁଝା କରିଥିଲେ ହେଁ ସେ କିଛି ବୁଝି ନଥିଲା। ତା’ ବାପା କିଏ ସେକଥା ଜାଣିବା ପାଇଁ ମା’ ଆଗରେ ଅଳି କରିଥିଲା। ପୁଅକୁ ବୁଝାଇ ଏବେ ମହିଳା ଜଣଙ୍କ ଦୀର୍ଘ ୨୭ ବର୍ଷ ପରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ମଧ୍ୟ ଗଣଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ଏବେ ପୁଅର ଡିଏନଏ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ପୁଲିସ୍‌ ମାମଲା ରଖି ନଥିଲା। ଏଥିପାଇଁ ପୀଡ଼ିତା ଜଣଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଦର ବଜାର ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story