ମହିଳାଙ୍କୁ ଦୁଷ୍କର୍ମ କରି ନିଆଁରେ ପୋଡ଼ିଦେଲେ ରିକ୍ସା ଚାଳକ ବାପପୁଅ

ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଠାରେ ଗୋଟିଏ ଭୟଙ୍କର ଘଟଣା ଘଟିଛି। ଜଣେ ମହିଳା ମିଶରିଖ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ତାଙ୍କୁ ଅଧା ରାସ୍ତାରେ ରିକ୍ସା ଚାଳକ ବାପପୁଅ ଦୁଷ୍କର୍ମ କରିଥିଲେ। ତା’ପରେ ତାଙ୍କୁ ନିଆଁରେ ପୋଡ଼ି ମାରି ଦେବାକୁ ପ୍ରୟାସ କରିଥିଲେ। ପୁଲିସ୍ ଏହି‌ ଘଟଣାରେ ବାପପୁଅଙ୍କୁ ଗିରଫ କରିଛି। ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୀତାପୁର ଏସ୍‌ପି ଆରପି ସିଂହ କହିଛନ୍ତି, ଆମେ ଘଟଣା ସମ୍ପର୍କରେ ୧୧୨ […]

stop-Rape

stop-Rape

Hemant Lenka
  • Published: Saturday, 27 February 2021
  • Updated: 27 February 2021, 09:56 AM IST

Sports

Latest News

ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଠାରେ ଗୋଟିଏ ଭୟଙ୍କର ଘଟଣା ଘଟିଛି। ଜଣେ ମହିଳା ମିଶରିଖ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ତାଙ୍କୁ ଅଧା ରାସ୍ତାରେ ରିକ୍ସା ଚାଳକ ବାପପୁଅ ଦୁଷ୍କର୍ମ କରିଥିଲେ। ତା’ପରେ ତାଙ୍କୁ ନିଆଁରେ ପୋଡ଼ି ମାରି ଦେବାକୁ ପ୍ରୟାସ କରିଥିଲେ।

ପୁଲିସ୍ ଏହି‌ ଘଟଣାରେ ବାପପୁଅଙ୍କୁ ଗିରଫ କରିଛି। ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୀତାପୁର ଏସ୍‌ପି ଆରପି ସିଂହ କହିଛନ୍ତି, ଆମେ ଘଟଣା ସମ୍ପର୍କରେ ୧୧୨ ନମ୍ବରରେ ଆସିଥିବା ଫୋନରୁ ଜାଣିବାକୁ ପାଇଥିଲୁ। ମିଶରିଖ ଅଞ୍ଚଳରେ ଜଣେ ମହିଳାଙ୍କୁ ୨ ଜଣ ଲୋକ ଗଣଦୁଷ୍କର୍ମ କରିବା ସହ ନିଆଁରେ ପୋଡ଼ିଥିବା ଖବର ପାଇବା ପରେ ତୁରନ୍ତ ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା।

ମହିଳା ଜଣଙ୍କ ସିଧାଉଲି ସ୍ଥିତ ତାଙ୍କ ବାପାଙ୍କ ଘରୁ ମିଶରିଖରେ ଥିବା ଶାଶୁ ଘରକୁ ଯାଉଥିଲେ। ଏହି ସମୟରେ ୫୫ ବର୍ଷୀୟ ରିକ୍ସା ଚାଳକଙ୍କୁ ସେ ଲିଫ୍ଟ ମାଗିଥିଲେ। ଏହାର ସୁଯୋଗ ନେଇ ରିକ୍ସା ଚାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ରିକ୍ସା ଚାଳକର ପୁଅ ମଧ୍ୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲା।

ଗଣଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରିବା ପାଇଁ ସେମାନେ ତାଙ୍କୁ ଜୀଅନ୍ତା ଜାଳି ଦେବାକୁ ଚେଷ୍ଟା କରିଥିଲେ। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୀତାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ଶରୀରର ୩୦% ଅଂଶ ପୋଡ଼ି ଯାଇଛି। ତଥାପି ବି ସେ ବିପଦ ମୁକ୍ତ ଥିବା ଏସ୍‌ପି ଆରପି ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos