୭ ମାସ ହେବ କୋମାରେ ଅଛନ୍ତି, କୋଳକୁ ଆସିଲା ନୂଆ ଅତିଥି

ନୂଆଦିଲ୍ଲୀ: ୭ ମାସ ହେବ କୋମାରେ ଅଛନ୍ତି । ଚେତା ବି ଫେରି ନାହିଁ।  ଅଙ୍ଗପ୍ରତ୍ୟଙ୍ଗ ଅଚଳ ଅଛି। ଉଠି ପାରି ନାହାନ୍ତୁକି ବସି ପାରୁନାହାନ୍ତି। ଏଭଳି ଏକ ଦାରୁଣ ଯନ୍ତ୍ରଣା ଦେଇ ଗତି କରିକରୁଥିବା ବେଳେ ତାଙ୍କ କୋଳକୁ ଆସିଛି ନୂଆ ଅତିଥି। ସେ ଏକ ନବଯାତ ଶିଶୁର ମା’ ହୋଇଛନ୍ତି।  ଦୁଃଖର ପାହାଡ଼ ମଧ୍ୟରେ ଖୁସିର ଫୁଲଟିଏ ଫୁଟିଛି।  ଅନ୍ଧକାରମୟ ମଧ୍ୟରେ ନୂଆ ଆଶାର ଦୀପଟିଏ ପ୍ରଜ୍ଜଳିତ ହୋଇଛି।  ଦୁର୍ଘଟଣାରେ ସାଙ୍ଘାତିକ ମସ୍ତିଷ୍କ ଆଘାତ […]

New born baby

New born baby

Tapas Behera
  • Published: Sunday, 30 October 2022
  • Updated: 30 October 2022, 04:01 PM IST

Sports

Latest News

ନୂଆଦିଲ୍ଲୀ: ୭ ମାସ ହେବ କୋମାରେ ଅଛନ୍ତି । ଚେତା ବି ଫେରି ନାହିଁ।  ଅଙ୍ଗପ୍ରତ୍ୟଙ୍ଗ ଅଚଳ ଅଛି। ଉଠି ପାରି ନାହାନ୍ତୁକି ବସି ପାରୁନାହାନ୍ତି। ଏଭଳି ଏକ ଦାରୁଣ ଯନ୍ତ୍ରଣା ଦେଇ ଗତି କରିକରୁଥିବା ବେଳେ ତାଙ୍କ କୋଳକୁ ଆସିଛି ନୂଆ ଅତିଥି। ସେ ଏକ ନବଯାତ ଶିଶୁର ମା’ ହୋଇଛନ୍ତି।  ଦୁଃଖର ପାହାଡ଼ ମଧ୍ୟରେ ଖୁସିର ଫୁଲଟିଏ ଫୁଟିଛି।  ଅନ୍ଧକାରମୟ ମଧ୍ୟରେ ନୂଆ ଆଶାର ଦୀପଟିଏ ପ୍ରଜ୍ଜଳିତ ହୋଇଛି।  ଦୁର୍ଘଟଣାରେ ସାଙ୍ଘାତିକ ମସ୍ତିଷ୍କ ଆଘାତ ପାଇ ୭ ମାସ ହେବ ‘ଏମ୍‌ସ୍‌’ର ‘ଟ୍ରମା ସେଣ୍ଟର୍‌’ରେ ‘କୋମା’ ଅବସ୍ଥାରେ ଥିବା ଜଣେ ମହିଳା ଗତ ସପ୍ତାହରେ ଗୋଟାଏ ସୁସ୍ଥ ସନ୍ତାନ ଜନ୍ମ କରିଛନ୍ତି। ଗତ ଏପ୍ରିଲ୍‌ ପହିଲାରେ ଉକ୍ତ ୨୩ ବର୍ଷୀୟ ମହିଳାଙ୍କୁ ‘ଏମ୍‌ସ୍‌’କୁ ଅଣାଯାଇଥିଲା। ଦୁର୍ଘଟଣା ସମୟରେ ସଫିନା ନାମ୍ନୀ ଉକ୍ତ ମହିଳା ୪୦ ଦିନର ଗର୍ଭବତୀ ଥିଲେ । ବୁଲନ୍ଦସହର୍‌ରେ ପ୍ରାଥମିକ ଉପଚାର ପରେ ତାଙ୍କୁ ଏମ୍‌ସ୍‌ ଟ୍ରମା ସେଣ୍ଟର୍‌’କୁ ରେଫର୍‌ କରାଯାଇଥିଲା। ସେଠାରେ ଭର୍ତ୍ତି ହେବା ସମୟରୁ ସଫିନାଙ୍କର ଚାରିଥର ‘ନ୍ୟୁରୋଲୋଜିକାଲ୍‌’ ଅସ୍ତ୍ରୋପଚାର କରାଗଲାଣି।

ଅକ୍ଟୋବର ୨୨ ତାରିଖ ଦିନ ସେ ସ୍ୱାଭାବିକ ଭାବେ ପିଲା ଜନ୍ମ କରିଛନ୍ତି। ଗର୍ଭସ୍ଥ ସନ୍ତାନଟି ସୁସ୍ଥ ଥିବା କୁହାଯାଉଛି। ଏବେ ମଧ୍ୟ ସେ ମହିଳା ଚେତା ଶୂନ୍ୟ ଅବସ୍ଥାରେ ଅଛନ୍ତି। ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଦୀପକ ଗୁପ୍ତାଙ୍କ କହିବା ଅନୁସାରେ, ସଫିନାଙ୍କ ଚେତା ଫେରିବାର ୧୦ରୁ ୧୫ ପ୍ରତିଣତ ସମ୍ଭାବନା ଅଛି।

ସେ ଅଚେତନ ଥିବାରୁ ଗର୍ଭନଷ୍ଟ କରି ଦିଆଯିବ ନା, ଛାଡ଼ି ଦିଆଯିବ- ଏ ବିଷୟରେ ଗର୍ଭଧାରଣର ୩ ମାସରେ ଅନେକ ବିତର୍କ କରାଯାଇଥିଲା। କିନ୍ତୁ, ‘ଅଲ୍‌ଟ୍ରାସାଉଣ୍ଡ୍‌ ସ୍କାନ୍‌’ରେ ଭ୍ରୂଣରେ କୌଣସି ଅସୁବିଧା ପରିଲକ୍ଷିତ ନ ହେବାରୁ ଗର୍ଭ ରଖିବା ପାଇଁ ଡାକ୍ତରୀ ଟିମ୍‌ ତାଙ୍କ ପରିବାର‌ ଲୋକଙ୍କୁ କହିଥିଲେ ବୋଲି ଡାକ୍ତର ଗୁପ୍ତା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମାଆର ଅବସ୍ଥା ଦୃଷ୍ଟିରୁ ଗର୍ଭ ନଷ୍ଟ କରାଯିବ କି ନାହିଁ ସେ ନିଷ୍ପତ୍ତି ତାହା ତାଙ୍କ ପରିବାର ଲୋକଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ତେବେ ଏଥିରେ ଅସହମତି ହୋଇଥିଲେ ପରିବାର ଲୋକେ। ଏହା ଗୋଟାଏ ଅତି ଅସାଧାରଣ ଘଟଣା। ‘ଏମ୍‌ସ୍’ରେ ଦୀର୍ଘ ୨୨ ବର୍ଷର ଚାକିରି କାଳରେ ମୋ ପାଖକୁ ଏଭଳି କେସ୍‌ ଆସିନାହିଁ ବୋଲି ଗୁପ୍ତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos