ନିଜକୁ ଯୌନ ଶୋଷଣରୁ ରକ୍ଷା କରିବାକୁ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ମାରିଦେଲେ ମହିଳା

ଚେନ୍ନାଇ: ଯୌନ ଶୋଷଣରୁ ନିଜକୁ ରକ୍ଷା କରିବା ପାଇଁ ଚମର ପଦକ୍ଷେପ ନେଇଛନ୍ତି ଜଣେ ୨୧ ବର୍ଷୀୟ ମହିଳା। ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ମହିଳା ଜଣଙ୍କ ପଥରରେ ଛେଚି ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ମହିଳାଙ୍କୁ ଗିରଫ କରିଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ବିନା କୌଣସି ଚାର୍ଜରେ ଛାଡ଼ି ଦେଇଛି। ଘଟଣାଟି ତାମିଲନାଡୁର ଚେନ୍ନାଇ ଅନ୍ତର୍ଗତ ମିନଜୁର ଅଞ୍ଚଳରେ ଘଟିଛି। ମହିଳା ଜଣଙ୍କ ଗୋଟିଏ କ୍ଷେତରେ […]

Woman

Woman

Hemant Lenka
  • Published: Friday, 16 July 2021
  • Updated: 16 July 2021, 04:46 PM IST

ଚେନ୍ନାଇ: ଯୌନ ଶୋଷଣରୁ ନିଜକୁ ରକ୍ଷା କରିବା ପାଇଁ ଚମର ପଦକ୍ଷେପ ନେଇଛନ୍ତି ଜଣେ ୨୧ ବର୍ଷୀୟ ମହିଳା। ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ମହିଳା ଜଣଙ୍କ ପଥରରେ ଛେଚି ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ମହିଳାଙ୍କୁ ଗିରଫ କରିଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ବିନା କୌଣସି ଚାର୍ଜରେ ଛାଡ଼ି ଦେଇଛି।

ଘଟଣାଟି ତାମିଲନାଡୁର ଚେନ୍ନାଇ ଅନ୍ତର୍ଗତ ମିନଜୁର ଅଞ୍ଚଳରେ ଘଟିଛି। ମହିଳା ଜଣଙ୍କ ଗୋଟିଏ କ୍ଷେତରେ କାମ କରୁଥିବା ବେଳେ ୪୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ସେଠାରେ ପହଞ୍ଚିଥିଲେ। ଏହାପରେ ସେ ମହିଳା ଜଣଙ୍କୁ ଗୋଟିଏ ସ୍ଥାନକୁ ଘୋଷାଡ଼ି ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ।

ନିଜକୁ ରକ୍ଷା କରିବା ପାଇଁ ମହିଳା ଜଣଙ୍କ ଉକ୍ତ ବ୍ୟକ୍ତିଙ୍କୁ ଧକ୍କା ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ମହିଳା ଜଣଙ୍କ ତାଙ୍କୁ ପଥରରେ ଛେଚି ଦେଇଥିଲେ। ବ୍ୟକ୍ତି ଜଣଙ୍କ ଅଚେତ ହୋଇଯିବାରୁ ଉକ୍ତ ମହିଳା ତାଙ୍କୁ ରାସ୍ତା କଡ଼କୁ ଘୋଷାଡ଼ି ନେଇ ଫୋପଡ଼ି ଦେଇଥିଲେ।

ଏହି ଫାର୍ମରେ ମହିଳାଙ୍କ ସ୍ୱାମୀ ମଧ୍ୟ କାର୍ଯ୍ୟ କରନ୍ତି। ମହିଳା ଜଣଙ୍କ ତାଙ୍କୁ ସବୁ କଥା କହିବା ପରେ ସେ ଓ ଆଉ କିଛି ଲୋକ ରାସ୍ତା କଡ଼ରେ ପଡ଼ିଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲେ। ସେତେବେଳେକୁ ଉକ୍ତ ସ୍ଥାନରେ ଅନ୍ୟ ଲୋକମାନେ ମଧ୍ୟ ରୁଣ୍ଡ ହୋଇ ସାରିଥିଲେ।

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଅଚେତ ହୋଇ ପଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ପରେ ପୁଲିସ୍‌ ମହିଳାଙ୍କୁ ଗିରଫ କରିଥିଲା।

ହେଲେ ପୂରା ଘଟଣାର ଯାଞ୍ଚ କରିବା ପରେ ନିଜର ସୁରକ୍ଷା ପାଇଁ ମହିଳା ଜଣଙ୍କ ଏପରି ପଦକ୍ଷେପ ଗ୍ରହଣ କରିଥିବାରୁ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos