ସ୍ୱାମୀ ସହ ଝଗଡ଼ା ପରେ ୩ ପିଲାଙ୍କୁ ମାରିଦେଲା ମା’

ବାରାଣସୀ: ସ୍ୱାମୀଙ୍କ ସହ ପାଟିତୁଣ୍ଡ ହେବାରୁ ଅଭାବନୀୟ କାଣ୍ଡ ଘଟାଇଛନ୍ତି ଜଣେ ମହିଳା। ସେ ସ୍ୱାମୀଙ୍କ ସହ ଝଗଡ଼ା ପରେ ନିଜର ୩ ପିଲାଙ୍କୁ ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଧଧାନି ବାହନମଲ ରାୟ ଗାଁରେ ସୋମବାର ଏହି ଘଟଣା ଘଟିଛି। ବିଷକ୍ରିୟା ଯୋଗୁ ସମସ୍ତ ୩ ପିଲାଙ୍କ ମୃତ୍ୟୁ ଘଟିଛି। ନିଜ ପିଲାଙ୍କୁ ହତ୍ୟା କରିଥିବା ମହିଳାଙ୍କ ନାଁ ସୁନୀତା ଯାଦବ। ଗାଜିପୁର ଏସପି ରୋହନ ପି ବୋତ୍ରେ କହିଛନ୍ତି, “ହତ୍ୟା ଘଟଣାରେ ଆମେ ସୁନୀତା […]

Police

Police

Hemant Lenka
  • Published: Tuesday, 16 August 2022
  • Updated: 16 August 2022, 03:28 PM IST

ବାରାଣସୀ: ସ୍ୱାମୀଙ୍କ ସହ ପାଟିତୁଣ୍ଡ ହେବାରୁ ଅଭାବନୀୟ କାଣ୍ଡ ଘଟାଇଛନ୍ତି ଜଣେ ମହିଳା। ସେ ସ୍ୱାମୀଙ୍କ ସହ ଝଗଡ଼ା ପରେ ନିଜର ୩ ପିଲାଙ୍କୁ ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଧଧାନି ବାହନମଲ ରାୟ ଗାଁରେ ସୋମବାର ଏହି ଘଟଣା ଘଟିଛି। ବିଷକ୍ରିୟା ଯୋଗୁ ସମସ୍ତ ୩ ପିଲାଙ୍କ ମୃତ୍ୟୁ ଘଟିଛି। ନିଜ ପିଲାଙ୍କୁ ହତ୍ୟା କରିଥିବା ମହିଳାଙ୍କ ନାଁ ସୁନୀତା ଯାଦବ।

ଗାଜିପୁର ଏସପି ରୋହନ ପି ବୋତ୍ରେ କହିଛନ୍ତି, “ହତ୍ୟା ଘଟଣାରେ ଆମେ ସୁନୀତା ଯାଦବଙ୍କୁ ଗିରଫ କରିଛୁ। ତାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି। ସେ ତାଙ୍କର ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ୩ ପିଲାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସ୍ୱାମୀଙ୍କ ସହ ଝଗଡ଼ା ପରେ ସୁନୀତା ନିଜର ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ।”

ସୁନୀତା ଯାଦବ ସୟିତବନ୍ଧ ଅଞ୍ଚଳର ବଳେଶ୍ୱର ଯାଦବଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ପୁଅଙ୍କ ସମେତ ୩ ପିଲା ଥିଲା। ସୁନୀତା ନିଜ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଧଧାନି ବାହନମଲ ରାୟ ଗାଁକୁ ଯାଇଥିଲେ। ଅଗଷ୍ଟ ୧୩ରେ ସେ ଭାଇମାନଙ୍କ ପାଖରେ ରହି ସ୍ୱାମୀ ବଳେଶ୍ୱରଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଉଭଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

ଏଥିରେ ରାଗି ଯାଇ ସୁନୀତା ସୋମବାର ନିଜର ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକ ସମସ୍ତଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ପୁଲିସ୍‌ ସୁନୀତାଙ୍କୁ ଜେରା କରିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos