କୁକୁର ନାଁ ସୋନୁ ରଖିବାରୁ ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ପଡ଼ୋଶୀ

ଭାବନଗର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଗୁଜରାଟର ଗୋଟିଏ ଗାଁରେ ଘଟିଛି। ଜଣେ ମହିଳା ତାଙ୍କ କୁକୁର ଛୁଆର ନାଁ ସୋନୁ ରଖିବାରୁ ଏଥିରେ ପଡ଼ୋଶୀ କ୍ଷୁବ୍ଧ ହୋଇଛନ୍ତି। ଏଥିସହ ପଡ଼ୋଶୀ ଜଣଙ୍କ ମହିଳାଙ୍କ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏବେ ନିଆଁରେ ପୋଡ଼ି ହୋଇ ଯାଇଥିବା ମହିଳା ଜଣଙ୍କ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣଙ୍କ କୁକୁରର ନାଁ ସୋନୁ ରଖିଥିଲେ। ଏହା ପଡ଼ୋଶୀଙ୍କ ପତ୍ନୀଙ୍କ ଡାକ ନାଁ ହୋଇଥିବାରୁ […]

dog

dog

Hemant Lenka
  • Published: Tuesday, 21 December 2021
  • Updated: 21 December 2021, 08:31 PM IST

Sports

Latest News

ଭାବନଗର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଗୁଜରାଟର ଗୋଟିଏ ଗାଁରେ ଘଟିଛି। ଜଣେ ମହିଳା ତାଙ୍କ କୁକୁର ଛୁଆର ନାଁ ସୋନୁ ରଖିବାରୁ ଏଥିରେ ପଡ଼ୋଶୀ କ୍ଷୁବ୍ଧ ହୋଇଛନ୍ତି। ଏଥିସହ ପଡ଼ୋଶୀ ଜଣଙ୍କ ମହିଳାଙ୍କ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଛନ୍ତି।

ଏବେ ନିଆଁରେ ପୋଡ଼ି ହୋଇ ଯାଇଥିବା ମହିଳା ଜଣଙ୍କ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣଙ୍କ କୁକୁରର ନାଁ ସୋନୁ ରଖିଥିଲେ। ଏହା ପଡ଼ୋଶୀଙ୍କ ପତ୍ନୀଙ୍କ ଡାକ ନାଁ ହୋଇଥିବାରୁ ଏତେ ବଡ଼ କାଣ୍ଡ ଘଟିଛି।

ପୁଲିସ୍ କହିଛି ଯେ ନିଆଁରେ ପୋଡ଼ି ହୋଇଯାଇଥିବା ମହିଳା ଜଣଙ୍କ ହେଉଛନ୍ତି ୩୫ ବର୍ଷୀୟ ନୀତାବେନ ସରଭାଇୟା। ବର୍ତ୍ତମାନ ସେ ଭାବନଗରର ଗୋଟିଏ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୋମବାର ମଧ୍ୟାହ୍ନରେ ନୀତାବେନଙ୍କ ସ୍ୱାମୀ ଓ ଦୁଇ ପିଲା ବାହାରକୁ ଯାଇଥିଲେ।

ସେ ନିଜର ସାନ ପୁଅଙ୍କ ସହ ଘରେ ରହିଥିଲେ। ଏହି ସମୟରେ ପଡ଼ୋଶୀ ଭାବେ ରହୁଥିବା ସୁରଭାଇ ଭାରୱାଡ ଓ ଅନ୍ୟ ୫ ଜଣ ଲୋକ ତାଙ୍କ ଘର ଭିତରକୁ ଧସେଇ ପଶିଥିଲେ। ସେମାନେ କୁକୁରର ନାଁ ସୋନୁ କାହିଁକି ରଖିଲ ବୋଲି ପ୍ରଶ୍ନ କରି ନୀତାବେନଙ୍କ ସହ ପାଟିତୁଣ୍ଡ କରିଥିଲେ।

ସୁରଭାଇଙ୍କ ପତ୍ନୀଙ୍କ ନାଁ ସୋନୁ। ତେଣୁ ସେ କୁକୁର ନାଁ ସୋନୁ ରଖାଯାଇଥିବାରୁ ଆପତ୍ତି ଉଠାଇଥିଲେ। ନୀତାବେନ ଜାଣିଶୁଣି କୁକୁରର ନାଁ ସୋନୁ ରଖିଥିବା ସୁରଭାଇ ଅଭିଯୋଗ କରିଥିଲେ। ଏପରି ସେ ନୀତାବେନଙ୍କୁ ଦୁର୍ବ୍ୟବହାର କରିଥିଲେ। କିନ୍ତୁ ନୀତାବେନ ଏହାକୁ ଅଣଦେଖା କରି ରୋଷେଇ ଘର ଭିତରକୁ ଚାଲି ଯାଇଥିଲେ।

ତାଙ୍କ ପଛପଛେ ୩ ଜଣ ବ୍ୟକ୍ତି ରୋଷେଇ ଘରକୁ ମଧ୍ୟ ଯାଇଥିଲେ। ଏତିକି ବେଳେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ନୀତାବେନଙ୍କ ଉପରେ କିରାସିନ ଢାଳିବା ସହ ଦିଆସିଲ ମାରି ଦେଇଥିଲେ। ନିଆଁ ଲାଗିଯିବାରୁ ନୀତାବେନ ଚିତ୍କାର କରିଥିଲେ। ଏହା ଶୁଣି ଅନ୍ୟ ପଡ଼ୋଶୀମାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ।

ତାଙ୍କ ସ୍ୱାମୀ ମଧ୍ୟ ପହଞ୍ଚି ନିଜର କୋଟ୍‌ ଦ୍ୱାରା ନିଆଁକୁ ଲିଭାଇ ଥିଲେ। ତେବେ ସେତେବେଳେକୁ ଆକ୍ରମଣକାରୀ ସୁରଭାଇ ଓ ଅନ୍ୟମାନେ ଚମ୍ପଟ ମାରି ସାରିଥିଲେ। ନୀତାବେନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯିବା ସହ ପୁଲିସ୍‌କୁ ଖବର ଦିଆଯାଇଥିଲା।

ପୁଲିସ୍‌ ନୀତାବେନଙ୍କ ବୟାନ ରେକର୍ଡ କରିବା ସହ ମାମଲା ରୁଜୁ କରିଛି। କିନ୍ତୁ ଏଯାଏ କେହି ବି ଗିରଫ ହୋଇ ନାହାନ୍ତି।

ପୂର୍ବରୁ ମଧ୍ୟ ସୁରଭାଇ ଓ ନୀତାବେନଙ୍କ ପରିବାର ମଧ୍ୟରେ ପାଣି ଯୋଗାଣକୁ ନେଇ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଆପୋଷ ବୁଝାମଣା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story