ବର୍ବରତା: ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଗୁପ୍ତାଙ୍ଗରେ ଭର୍ତ୍ତି କଲା ରଡ୍‌

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଛାତିକୁ ଥରାଇ ଦେବା ଭଳି ଘଟଣା ଘଟିଛି। ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତ ଜଣଙ୍କ ରଡ୍‌ ଭର୍ତ୍ତି କରି ଦେଇଛି। ମହିଳାଙ୍କୁ ଘଟଣା ପରେ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଏହାକୁ ନେଇ ସମଗ୍ର ଦେଶରେ ଅସନ୍ତୋଷର ନିଆଁ ଉଠିବା ଆରମ୍ଭ ହୋଇଛି। ସୋଶାଲ ମିଡିଆରେ ଲକ୍ଷଲକ୍ଷ ଲୋକ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ […]

stop-Rape

stop-Rape

Hemant Lenka
  • Published: Friday, 10 September 2021
  • Updated: 10 September 2021, 05:55 PM IST

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଛାତିକୁ ଥରାଇ ଦେବା ଭଳି ଘଟଣା ଘଟିଛି। ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତ ଜଣଙ୍କ ରଡ୍‌ ଭର୍ତ୍ତି କରି ଦେଇଛି। ମହିଳାଙ୍କୁ ଘଟଣା ପରେ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ଏହାକୁ ନେଇ ସମଗ୍ର ଦେଶରେ ଅସନ୍ତୋଷର ନିଆଁ ଉଠିବା ଆରମ୍ଭ ହୋଇଛି। ସୋଶାଲ ମିଡିଆରେ ଲକ୍ଷଲକ୍ଷ ଲୋକ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇର ସକିନାକା ଅଞ୍ଚଳରେ ଏପରି ଘଟଣା ଘଟିଛି। ଏଠାରେ ଜଣେ ୩୨ ବର୍ଷୀୟ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିବା ପରେ ରଡ୍‌ରେ ମାଡ଼ ମାରିଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ରଡ୍‌ ଭର୍ତ୍ତି କରିଦେଇଥିଲା।

ପୁଲିସ୍‌ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ହେଲେ ଘଟଣାରେ ଆଉ କିଛି ଲୋକ ସାମିଲ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି। ସକିନାକର ଖାଇରାନି ରାସ୍ତାରେ ଏହି ଘଟଣା ଘଟିଥିବାରୁ ଡିସିପି ଓ ଅତିରିକ୍ତ କମିଶନର ସେଠାକୁ ଯାଇ ଯାଞ୍ଚ କରିଛନ୍ତି।

ପୁଲିସ୍‌ କହିଛି ଯେ ମୁଖ୍ୟ କଣ୍ଟ୍ରୋଲ ରୁମକୁ ରାତି ପ୍ରାୟ ୩.୩୦ରେ ଗୋଟିଏ ଫୋନ କଲ୍ ଆସିଥିଲେ। ଜଣେ ମହିଳା ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଫୋନ ଯୋଗେ ସୂଚନା ମିଳିବାରୁ ଗୋଟିଏ ପୁଲିସ୍‌ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା।

ଅଚେତ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଘାତକପୋରାରେ ଥିବା ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ଅବସ୍ଥା ଏବେ ବି ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ପୁଲିସ ୩୭୬ ଓ ୩୦୭ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story