ବିଚାରପତିଙ୍କ ପାଖକୁ କଣ୍ଡୋମ ପଠାଇଲେ ମହିଳା, ଜାଣନ୍ତୁ କାରଣ

ମୁମ୍ବାଇ: ଅହମବାଦର ଜଣେ ମହିଳା ୧୫୦ଟି କଣ୍ଡୋମ ବମ୍ବେ ହାଇକୋର୍ଟଙ୍କ ଅତିରିକ୍ତ ବିଚାରପତି ଜଷ୍ଟିସ ପୁଷ୍ପା ଭି ଗାନେଡିୱାଲାଙ୍କ ପାଖକୁ ପଠାଇଥିବା କହିଛନ୍ତି। ପକସୋ ଆଇନ ଅଧୀନରେ ଜଷ୍ଟିସ ଗାନେଡିୱାଲା ଯୌନ ନିର୍ଯାତନା ମାମଲାରେ ବିବାଦୀୟ ରାୟ ଦେଇଥିବାରୁ ଏହାକୁ ବିରୋଧ କରି ମହିଳା ଜଣଙ୍କ ଏଭଳି ପଦକ୍ଷେପ ନେଇଛନ୍ତି। କଣ୍ଡୋମ ପଠାଇଥିବା ମହିଳା ଜଣଙ୍କ ହେଉଛନ୍ତି ଦେବଶ୍ରୀ ତ୍ରିବେଦୀ। ସେ ନିଜକୁ ଜଣେ ରାଜନୀତିକ ସମୀକ୍ଷକ ବୋଲି କହିଛନ୍ତି। ସେ ଏ ସମ୍ପର୍କରେ ସୂଚନା ଦେଇ […]

Bombay

Bombay

Hemant Lenka
  • Published: Wednesday, 17 February 2021
  • Updated: 17 February 2021, 08:56 PM IST

Sports

Latest News

ମୁମ୍ବାଇ: ଅହମବାଦର ଜଣେ ମହିଳା ୧୫୦ଟି କଣ୍ଡୋମ ବମ୍ବେ ହାଇକୋର୍ଟଙ୍କ ଅତିରିକ୍ତ ବିଚାରପତି ଜଷ୍ଟିସ ପୁଷ୍ପା ଭି ଗାନେଡିୱାଲାଙ୍କ ପାଖକୁ ପଠାଇଥିବା କହିଛନ୍ତି। ପକସୋ ଆଇନ ଅଧୀନରେ ଜଷ୍ଟିସ ଗାନେଡିୱାଲା ଯୌନ ନିର୍ଯାତନା ମାମଲାରେ ବିବାଦୀୟ ରାୟ ଦେଇଥିବାରୁ ଏହାକୁ ବିରୋଧ କରି ମହିଳା ଜଣଙ୍କ ଏଭଳି ପଦକ୍ଷେପ ନେଇଛନ୍ତି।

କଣ୍ଡୋମ ପଠାଇଥିବା ମହିଳା ଜଣଙ୍କ ହେଉଛନ୍ତି ଦେବଶ୍ରୀ ତ୍ରିବେଦୀ। ସେ ନିଜକୁ ଜଣେ ରାଜନୀତିକ ସମୀକ୍ଷକ ବୋଲି କହିଛନ୍ତି। ସେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “୧୨ଟି ସ୍ଥାନକୁ ମୁଁ କଣ୍ଡୋମ ପ୍ୟାକେଟ ପଠାଇଛି। ଏହା ମଧ୍ୟରେ ଜଷ୍ଟିସ ଗାନେଡିୱାଲାଙ୍କ ଚ୍ୟାମ୍ବର, ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ରେଜିଷ୍ଟ୍ରାର ଓ ମୁମ୍ବାଇରେ ଥିବା ପ୍ରିନ୍ସିପାଲ ସିଟ୍‌ର ଠିକଣା ରହିଛି। ମୁଁ କେବେ ହେଲେ ଅନ୍ୟାୟକୁ ସହ୍ୟ କରିପାରିବି ନାହିଁ। ଜଣେ ନାବାଳିକା ଜଷ୍ଟିସ ଗାନେଡିୱାଲାଙ୍କ ପାଇଁ ନ୍ୟାୟ ପାଇଲା ନାହିଁ। ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ।”

ଶ୍ରୀମତୀ ତ୍ରିବେଦୀ ଏଠାରେ ଜାନୁଆରୀ ୧୯ରେ ଜଷ୍ଟିସ ଗାନେଡିୱାଲା ଦେଇଥିବା ରାୟ ସମ୍ପର୍କରେ କହିଛନ୍ତି। ନାବଳିକା ଯୌନ ନିର୍ଯାତନା ମାମଲାରେ ସେ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ନାବାଳିକାଙ୍କ ପୋଷାକ ନଖୋଲି ଓ ଶରୀରକୁ ସିଧା ସ୍ପର୍ଶ ନ କରି କେବଳ ପୋଷାକ ଉପରେ ହସ୍ତ ସଂଚାଳନ କରିବା ଯୌନ ନିର୍ଯାତନା ନୁହେଁ। ଏହାକୁ ନେଇ ବେଶ ବିବାଦ ହୋଇଥିଲା ଓ ସୁପ୍ରିମକୋର୍ଟ ଏହା ଉପରେ ରୋକ ମଧ୍ୟ ଲଗାଇଥିଲେ।

ତ୍ରିବେଦୀ ଏହି ରାୟକୁ ବିରୋଧ କରି ଫେବୃଆରୀ ୯ରେ କଣ୍ଡୋମ ପ୍ୟାକେଟଗୁଡ଼ିକୁ ଜଷ୍ଟିସ ଗାନେଡିୱାଲଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି। ଏହା ମଧ୍ୟରୁ କିଛି ପ୍ୟାକେଟ୍‌ ଠିକଣା ସ୍ଥାନରେ ପହଞ୍ଚି ସାରିଥିବା ମଧ୍ୟ ସେ କହିଛନ୍ତି। ତ୍ରିବେଦୀ ଆହୁରି କହିଛନ୍ତି, “ଜଣେ ମହିଳା ହିସାବରେ ମୁଁ କିଛି ଭୁଲ କରିଛି ବୋଲି ଭାବୁନାହିଁ। ମୋର ଦୋଷ ବି କିଛି ନାହିଁ। ମହିଳାମାନେ ସେମାନଙ୍କ ଅଧିକାର ପାଇଁ ଛିଡ଼ା ହେବା ଦରକାର। ଜଷ୍ଟିସ ଗାନେଡିୱାଲା ଯେଉଁ ରାୟ ଦେଇଛନ୍ତି, ତା’କୁ ଆଧାର କରି ପୁରୁଷମାନେ ବେଶ ଅନାୟସରେ ପୋଷାକ ଉପରେ ଯୌନ ନିର୍ଯାତନା କରିପାରିବେ।”

ଅନ୍ୟପକ୍ଷରେ ନାଗପୁର ବେଞ୍ଚ ରେଜିଷ୍ଟ୍ରାରରେ ଏଭଳି କୌଣସି ପ୍ୟାକେଟ ପହଞ୍ଚି ନଥିବା ଜଣାପଡ଼ିଛି। ସେହିପରି ନାଗପୁର ବାର୍‌ ଆସୋସିଏସନର ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି, ଏହା ସଂପୂର୍ଣ୍ଣ ଭାବେ ଅଦାଲତ ଅବମାନନା ମାମଲା। ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜଷ୍ଟିସ ଗାନେଡିୱାଲାଙ୍କୁ ସୁପ୍ରିମକୋର୍ଟଙ୍କ ୩ ଜଣିଆ କଲେଜିୟମ ବମ୍ବେ ହାଇକୋର୍ଟଙ୍କ ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ। ତେବେ ଉକ୍ତ ରାୟ ଆଧାରରେ ସୁପ୍ରିମକୋର୍ଟ କଲେଜିୟମ ଆଇନ ମନ୍ତ୍ରଣାଳୟକୁ କରିଥିବା ସୁପାରିସକୁ ପ୍ରତ୍ୟାହାର କରିନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story