ସ୍ୱାମୀଙ୍କ ପାଖକୁ ଫେରିବାରୁ ମହିଳାଙ୍କୁ ଉଲଗ୍ନ କରି ପିଟିଲା ପୂର୍ବତନ ପ୍ରେମିକ

ଭୋପାଲ: ମଧ୍ୟପ୍ରଦେଶର ଝାବୁଆରେ ଅଭାବନୀୟ ଘଟଣା ଘଟିଛି। କିଛି ଲୋକ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ପ୍ରବଳ ମାଡ଼ ମାରିଛନ୍ତି। ମହିଳା ଜଣଙ୍କ ସ୍ୱାମୀଙ୍କ ପାଖକୁ ଫେରି ଆସିବାରୁ ଏଥିରେ ରାଗି ଯାଇ ପୂର୍ବତନ ପ୍ରେମିକ ଓ ଆଉ କିଛି ଲୋକ ଏପରି କାଣ୍ଡ ଘଟାଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ଆଦିବାସୀ ସଂପ୍ରଦାୟର ଓ ଦିନ ମଜୁରିଆ ଭାବେ କାମ […]

Village

Village

Hemant Lenka
  • Published: Friday, 12 August 2022
  • Updated: 12 August 2022, 10:07 AM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର ଝାବୁଆରେ ଅଭାବନୀୟ ଘଟଣା ଘଟିଛି। କିଛି ଲୋକ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ପ୍ରବଳ ମାଡ଼ ମାରିଛନ୍ତି। ମହିଳା ଜଣଙ୍କ ସ୍ୱାମୀଙ୍କ ପାଖକୁ ଫେରି ଆସିବାରୁ ଏଥିରେ ରାଗି ଯାଇ ପୂର୍ବତନ ପ୍ରେମିକ ଓ ଆଉ କିଛି ଲୋକ ଏପରି କାଣ୍ଡ ଘଟାଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ଆଦିବାସୀ ସଂପ୍ରଦାୟର ଓ ଦିନ ମଜୁରିଆ ଭାବେ କାମ କରନ୍ତି ବୋଲି ପୁଲିସ୍‌ କହିଛି।

ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ରୂପାରେଲ ଗାଁରେ ରହୁଥିଲେ। ହେଲେ ସେ କିଛି ମାସ ତଳେ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ମୁକେଶଙ୍କ ପାଖରେ ରହିବା ଆରମ୍ଭ କରିଥିଲେ। ମହିଳା ଜଣଙ୍କ ମୁକେଶ ପାଖରେ ଥିବା ବେଳେ ତାଙ୍କୁ ସେ ମାଡ଼ ମାରୁଥିଲେ। ଏହାକୁ ସହ୍ୟ କରି ନ ପାରି ବୁଧବାର ଦିନ ମହିଳା ଜଣଙ୍କ ପୁଣି ତାଙ୍କ ସ୍ୱାମୀ ପାଖକୁ ଫେରି ଆସିଥିଲେ।

ଏହା ପ୍ରେମିକ ମୁକେଶଙ୍କୁ ବ୍ୟଥିତ କରିଥିଲା। ସେ ଗୁରୁବାର କିଛି ଲୋକଙ୍କୁ ଧରି ମହିଳାଙ୍କ ସ୍ୱାମୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ମୁକେଶ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ତାଙ୍କ ସ୍ୱାମୀ ବିରୋଧ କରିଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ। ଶେଷରେ କଥା ହାତାହାତି ସ୍ଥିତିରେ ପହଞ୍ଚିଥିଲା। ମହିଳା ଓ ତାଙ୍କ ସ୍ୱାମୀଙ୍କୁ ମୁକେଶ ଆଣ୍ଡ କୋ ପ୍ରବଳ ମାଡ଼ ମାରିଥିଲେ।

ଏଥିସହ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ନିର୍ଯାତନା ଦେଇଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ମୁକେଶ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କ ଲୁଗା ଖୋଲିବା ସହ ତାଙ୍କୁ ଲୁହା ରଡରେ ପିଟୁଥିବା ଦୃଶ୍ୟ ରହିଛି। କିଛି ଲୋକ ଏହାର ଭିଡିଓ ରେକର୍ଡ କରୁଥିବା ବେଳେ ଆଉ କିଛି ଲୋକ ମହିଳାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ଖବର ପାଇ ପୁଲିସ୍‌ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଥିସହ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପେଟଲଭାଦ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଝାବୁଆ ଏସ୍‌ପି ଅରବିନ୍ଦ ତିୱାରୀ କହିଛନ୍ତି, “ମହିଳା ଜଣଙ୍କ ମୁକେଶ ପାଖରେ ଥିବା ବେଳେ ତାଙ୍କୁ ସେ ମାଡ଼ ମାରୁଥିଲା। ଏହାକୁ ସହ୍ୟ କରି ନ ପାରି ସେ ପୁଣି ତାଙ୍କ ସ୍ୱାମୀ ପାଖକୁ ଫେରି ଆସିଥିଲେ। ସ୍ୱାମୀ ଜଣଙ୍କ ମଧ୍ୟ ମହିଳାଙ୍କ ସବୁ ଦୋଷକୁ କ୍ଷମା କରି ତାଙ୍କୁ ଗ୍ରହଣ କରି ନେଇଥିଲେ।

ହେଲେ ମୁକେଶ ପୁଣିଥରେ ମହିଳାଙ୍କ ପାଖକୁ ଯାଇ ଏପରି କାଣ୍ଡ ଘଟାଇଛନ୍ତି। ମୁକେଶ ସର୍ବସମ୍ମୁଖରେ ମହିଳାଙ୍କୁ ଉଲଗ୍ନ କରିବା ସହ ଗୋଟିଏ ଲୁହା ରଡ୍‌ରେ ମାଡ଼ ମାରିଛନ୍ତି। ୫ ଜଣଙ୍କ ନାଁରେ ମାମଲା ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story