ଲେଖିକାଙ୍କୁ ୫ ଷ୍ଟାର ହୋଟେଲରେ ଦୁଷ୍କର୍ମ, ଚୁପ ରହିବାକୁ ଡି’ ଗ୍ୟାଙ୍ଗର ଚାପ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଜୁହୁରୁ ଆସିଛି ବଡ଼ ଖବର। ଜଣେ ୩୫ ବର୍ଷୀୟ ମହିଳା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଜଣେ ଲେଖିକା। ତାଙ୍କୁ ଗୋଟିଏ ୫ ଷ୍ଟାର ହୋଟେଲ ମଧ୍ୟରେ ଜଣେ ୭୫ ବର୍ଷୀୟ ବ୍ୟବସାୟୀ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ କହିଛି ଯେ ମୁମ୍ବାଇର ଜୁହୁ ଅଞ୍ଚଳରେ […]

Police

Police

Hemant Lenka
  • Published: Thursday, 16 June 2022
  • Updated: 16 June 2022, 05:43 PM IST

Sports

Latest News

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଜୁହୁରୁ ଆସିଛି ବଡ଼ ଖବର। ଜଣେ ୩୫ ବର୍ଷୀୟ ମହିଳା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଜଣେ ଲେଖିକା। ତାଙ୍କୁ ଗୋଟିଏ ୫ ଷ୍ଟାର ହୋଟେଲ ମଧ୍ୟରେ ଜଣେ ୭୫ ବର୍ଷୀୟ ବ୍ୟବସାୟୀ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ କହିଛି ଯେ ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ଗୋଟିଏ ୫ ଷ୍ଟାର ହୋଟେଲ ମଧ୍ୟରେ ଏପରି ଘଟଣା ଘଟିଥିବା ପୀଡ଼ିତା ଜଣଙ୍କ କହିଛନ୍ତି। ତାଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ପୀଡ଼ିତାଙ୍କ କହିବାର କଥା ଯେ ଅଭିଯୁକ୍ତ ବ୍ୟବସାୟୀ ଜଣଙ୍କ ତାଙ୍କୁ ଜୁହୁ ଠାରେ ଥିବା ଗୋଟିଏ ୫ ଷ୍ଟାର ହୋଟେଲ ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଉ ଇବ୍ରାହିମର ଡି-ଗ୍ୟାଙ୍ଗର ନାଁ ନେଇ ବ୍ୟବସାୟୀ ଜଣଙ୍କ ତାଙ୍କୁ ଚୁପ ରହିବାକୁ ଧମକ ଦେଉଥିଲେ।

ଏଥିସହ ଦାଉଦର ନାଁ ନେଇ ସେ ତାଙ୍କୁ ଭୟଭୀତ କରୁଥିଲେ। ଯଦି ସେ ପୁଲିସ୍‌କୁ କିଛି ବି କହିବେ, ତା’ହେଲେ ତାଙ୍କୁ ଡି-ଗ୍ୟାଙ୍ଗ ହତ୍ୟା କରିଦେବ ବୋଲି ସେ ମହିଳା ଜଣଙ୍କୁ କହି ତାଙ୍କର ଫାଇଦା ଉଠାଉଥିଲେ। କିନ୍ତୁ ଏବେ ସବୁ କିଛି ସୀମା ପାର କରିଯିବାରୁ ପୀଡ଼ିତା ଜଣଙ୍କ ମୁମ୍ବାଇରେ ଥିବା ଅମ୍ବୋଲି ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ବ୍ୟବସାୟୀ ଜଣଙ୍କ ଦାଦର ଅଞ୍ଚଳରେ ରୁହନ୍ତି। ଏହାବାଦ ସେ ମହିଳାଙ୍କ ଠାରୁ ୨ କୋଟି ଟଙ୍କାର ଋଣ ନେଇଥିଲେ। କିନ୍ତୁ ଆଉ ଫେରାଇ ନାହାନ୍ତି।

ମହିଳା ଜଣଙ୍କ ଏହାର ପ୍ରତିବାଦ କରିବାରୁ ସେ ଦାଉଦ ଓ ଡି ଗ୍ୟାଙ୍ଗର ନାଁ ନେଇ ତାଙ୍କୁ ଧମକାଉଥିଲେ। ସେ ମହିଳାଙ୍କୁ କହିଥିଲେ ଯେ ଦାଉଦ ହେଉଛି ତାଙ୍କ ସାଙ୍ଗ ଓ ହାଜି ମସ୍ତାନୀ ହେଉଛି ତାଙ୍କ ପତ୍ନୀଙ୍କ ଭଉଣୀର ସ୍ୱାମୀ। ତେଣୁ ସେ ଯଦି ପୁଲିସ୍‌ରେ ଋଣ କିମ୍ବା ଦୁଷ୍କର୍ମ କଥା କହିବେ, ତା’ହେଲେ ଡି ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କୁ ଜୀବନରୁ ମାରିଦେବେ। ଏପରି କି ମହିଳାଙ୍କୁ ନିକଟରେ ଡି ଗ୍ୟାଙ୍ଗ ନାଁରେ ଗୋଟିଏ ଫୋନ କଲ ମଧ୍ୟ ଆସିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ବର୍ତ୍ତମାନ ଘଟଣାର ତଦନ୍ତ ଦାୟିତ୍ୱ ଅମ୍ବୋଲି ପୁଲିସ୍ ବଦଳରେ ଏମଆଇଡିସି ପୁଲିସ୍କୁ ହସ୍ତାନ୍ତର କରାଯାଇଛି। ଏମଆଇଡିସି ମହିଳାଙ୍କ ଦାବିର ଯାଞ୍ଚ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos