ପେଗାସସ୍‌ର ତଦନ୍ତ ପାଇଁ ଯଶବନ୍ତ ସିହ୍ନାଙ୍କ ପିଟିସନ

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦା ରିପୋର୍ଟକୁ ନେଇ ସାରା ଦେଶରେ ହଟଚମଟ ଲାଗି ରହିଥିବା ବେଳେ ଏହାର ତଦନ୍ତ ଦାବିରେ ଗୋଟିଏ ପରେ ଗୋଟିଏ ପିଟିସନ ସୁପ୍ରିମକୋର୍ଟରେ ଦାଏର ହେବାରେ ଲାଗିଛି। ପୂର୍ବରୁ ପେଗାସସ୍‌ ରିପୋର୍ଟର ତଦନ୍ତ ଦାବିରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ବେଳେ ଆଜି ଏଥିରେ ଯୋଡ଼ି ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା। ସେ ଆଜି ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ଆଜି ସୁପ୍ରିମକୋର୍ଟ ମଧ୍ୟ […]

Y-sinha

Y-sinha

Hemant Lenka
  • Published: Thursday, 05 August 2021
  • Updated: 05 August 2021, 06:37 PM IST

Sports

Latest News

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦା ରିପୋର୍ଟକୁ ନେଇ ସାରା ଦେଶରେ ହଟଚମଟ ଲାଗି ରହିଥିବା ବେଳେ ଏହାର ତଦନ୍ତ ଦାବିରେ ଗୋଟିଏ ପରେ ଗୋଟିଏ ପିଟିସନ ସୁପ୍ରିମକୋର୍ଟରେ ଦାଏର ହେବାରେ ଲାଗିଛି। ପୂର୍ବରୁ ପେଗାସସ୍‌ ରିପୋର୍ଟର ତଦନ୍ତ ଦାବିରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ବେଳେ ଆଜି ଏଥିରେ ଯୋଡ଼ି ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା।

ସେ ଆଜି ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ଆଜି ସୁପ୍ରିମକୋର୍ଟ ମଧ୍ୟ ପେଗାସସ୍‌ ରିପୋର୍ଟର ତଦନ୍ତ ପାଇଁ ହୋଇଥିବା ଆବେଦନ ଗୁଡ଼ିକର ଶୁଣାଣି ଆରମ୍ଭ କରିଛନ୍ତି। ଯଦି ନ୍ୟୁଜ ରିପୋର୍ଟରେ ବାହାରିଥିବା ଅଭିଯୋଗ ସତ, ତା’ହେଲେ ଏହା ସାଂଘାତିକ ବିଷୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ପେଗାସସ୍‌ ଦ୍ୱାରା ଦେଶର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ନମ୍ବର ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ଥିବା ଜଣାପଡ଼ିଛି। ତେଣୁ ପୂରା ଘଟଣାର ତଦନ୍ତ କୋର୍ଟ ଦ୍ୱାରା କରିବାକୁ ଶ୍ରୀ ସିହ୍ନା ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଏଥିସହ ଗୁଇନ୍ଦାଗିରି ସଂକ୍ରାନ୍ତ ଅଭିଯୋଗ ଉପରେ ନଜର ରଖିବାକୁ ଗୋଟିଏ ବ୍ୟବସ୍ଥା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ଇସ୍ରାଏଲର ଏନଏସ୍ଓ ପ୍ରସ୍ତୁତ କରିଥିବା ପେଗାସସ୍ ସ୍ପାଇୱେୟାର ଉପରେ ବିଶ୍ୱର ୧୭ଟି ମିଡିଆ ହାଉସ ଅନୁସନ୍ଧାନ କରୁଥିଲେ। ଏହି ୧୭ ମିଡିଆ ହାଉସ ମଧ୍ୟରେ ଭାରତର ଦି ୱେୟାର ମଧ୍ୟ ରହିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି।

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହି ରିପୋର୍ଟ ସାର୍ବଜନୀନ ହେବାରୁ ଏହାକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି। ବିରୋଧୀ ଘଟଣାର ତଦନ୍ତ ଦାବି କରିବା ସହ ସଂସଦରେ ପୂରା ଘଟଣା ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି। ହେଲେ ସରକାର ଏହାକୁ ଏକ ଗୁରୁତ୍ୱହୀନ ପ୍ରସଙ୍ଗ କହି ଆଲୋଚନାକୁ ଏଡ଼ାଇ ଚାଲିଛନ୍ତି।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ଦାବି କରି ଏଡିଟର୍ସ ଗିଲ୍ଡ, ବରିଷ୍ଠ ସାମ୍ବାଦିକ ଏନ ରାମ, ଶଶି କୁମାର, ସିପିଏମ ସାଂସଦ ଜନ ବ୍ରିଟ୍ଟାସ ଓ ଆଇନଜୀବୀ ଏମଏଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ସରକାର ପେଗାସସର ଲାଇସେନ୍ସ ରଖିଛନ୍ତି କି ନାହିଁ, ତା’ର ତଥ୍ୟ ସାର୍ବଜନୀନ କରନ୍ତୁ ବୋଲି ଦାବି କରିଛନ୍ତି।

ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ଥିବା ୪ ଜଣ ସାମ୍ବାଦିକ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହାର ବ୍ୟବହାରକୁ ବେଆଇନ ଓ ଅସାମ୍ବିଧାନିକ ଘୋଷଣା କରିବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos