ପୁଅକୁ କେନ୍ଦ୍ରରେ ଦାୟିତ୍ୱ ମିଳିଲେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ୟେଦ୍ଦ୍ୟୁରପ୍ପା!

ବେଙ୍ଗାଲୁରୁ: କର୍ଣ୍ଣାଟକା ବିଜେପିରେ ସୃଷ୍ଟି ହୋଇଥିବା ବିବାଦରେ ନୂଆ ଟ୍ୱିଷ୍ଟ ଆସିଛି। ସରକାରୀ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପାଙ୍କୁ ବିରୋଧ କରୁଥିବାରୁ ଏହା ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବିବାଦର ସମାଧାନ କରିବାକୁ ବିଜେପି ନେତୃବୃନ୍ଦ ୟେଦ୍ଦ୍ୟୁପ୍ପାଙ୍କୁ ଇସ୍ତଫା ଦେବାକୁ ମଧ୍ୟ କହିଛନ୍ତି। ଶୁକ୍ରବାର ୟେଦ୍ଦ୍ୟୁରପ୍ପା ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ଥିବା କହିଛନ୍ତି। ହେଲେ ଇସ୍ତଫା ଦେବା ପୂର୍ବରୁ ସେ […]

yeddu

yeddu

Hemant Lenka
  • Published: Saturday, 17 July 2021
  • Updated: 17 July 2021, 03:42 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକା ବିଜେପିରେ ସୃଷ୍ଟି ହୋଇଥିବା ବିବାଦରେ ନୂଆ ଟ୍ୱିଷ୍ଟ ଆସିଛି। ସରକାରୀ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପାଙ୍କୁ ବିରୋଧ କରୁଥିବାରୁ ଏହା ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବିବାଦର ସମାଧାନ କରିବାକୁ ବିଜେପି ନେତୃବୃନ୍ଦ ୟେଦ୍ଦ୍ୟୁପ୍ପାଙ୍କୁ ଇସ୍ତଫା ଦେବାକୁ ମଧ୍ୟ କହିଛନ୍ତି।

ଶୁକ୍ରବାର ୟେଦ୍ଦ୍ୟୁରପ୍ପା ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ଥିବା କହିଛନ୍ତି। ହେଲେ ଇସ୍ତଫା ଦେବା ପୂର୍ବରୁ ସେ ନିଜ ପୁଅ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଗରେ ଲବି କରିଛନ୍ତି। ଯଦି ତାଙ୍କ ପୁଅ ବିଜେୟନ୍ଦ୍ରଙ୍କୁ କେନ୍ଦ୍ରରେ କୌଣସି ଦାୟିତ୍ୱ ମିଳିବ, ତା’ହେଲେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବେ ବୋଲି କହିଛନ୍ତି।

ସୂତ୍ର ଅନୁସାରେ, ୟେଦ୍ଦ୍ୟୁରପ୍ପା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ଯେ ସେ ତାଙ୍କର ସବୁ ନିର୍ଦ୍ଦେଶକୁ ପାଳନ କରିବାକୁ ରାଜି। ଏପରି କି ସେ କହିଲେ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଦେବେ। ହେଲେ ଏହାପୂର୍ବରୁ ସେ ରଖିଥିବା ସର୍ତ୍ତଗୁଡ଼ିକ ପୂରଣ ହେବା ଦରକାର। କେନ୍ଦ୍ର ସରକାରରେ ତାଙ୍କ ପୁଅକୁ ଯଦି ବିଜେପି ସାମିଲ କରିବ ଓ ଗୁରୁ ଦାୟିତ୍ୱ ଦେବ, ତା’ହେଲେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ। ଏଥିସହ ମୋଦିଙ୍କ ସବୁ ନିର୍ଦ୍ଦେଶକୁ ପାଳନ କରିବେ ବୋଲି କହିଛନ୍ତି। ସେ ଦଳର ହାଇକମାଣ୍ଡଙ୍କୁ ମଧ୍ୟ କହିଛନ୍ତି ଯେ “ୟେଦ୍ଦ୍ୟୁରପ୍ପା ସବୁ ବେଳେ ବିଜେପି ଆଦର୍ଶରେ ପୂର୍ବଭଳି କାମ କରିବ।”

ଶୁକ୍ରବାର ମୋଦିଙ୍କୁ ଭେଟିଥିବା ୟେଦ୍ଦ୍ୟୁରପ୍ପା ଶନିବାର ତାଙ୍କ ପୁଅଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସମୟରେ ମଧ୍ୟ ସେ ସମାନ କଥା ଦୋହରାଇଥିବା ଜଣାପଡ଼ିଛି। ହେଲେ ଗଣମାଧ୍ୟମ ଆଗରେ ୟେଦ୍ଦ୍ୟୁରପ୍ପା ଅଲଗା କଥା କହିଛନ୍ତି।

ସେ କହିଛନ୍ତି, “କର୍ଣ୍ଣାଟକାରେ ଦଳର ବିକାଶ ସମ୍ପର୍କରେ ଆଲୋଚନା ହୋଇଛି। ସେ ମୋତେ ବିଜେପି କେମିତି ପୁଣି ରାଜ୍ୟରେ କ୍ଷମତା ବଜାୟୀ ରଖିବ, ତା’ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଏକଥା ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ। ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଏହାର ଦାୟିତ୍ୱ ମୋତେ ବିଜେପି ଅଧ୍ୟକ୍ଷ ଦେଇଛନ୍ତି।”

ୟେଦ୍ଦ୍ୟୁରପ୍ପା ଏହି ସମୟରେ ଇସ୍ତଫା ଦେଉଥିବା ଖବରକୁ ମିଛ ବୋଲି କହିଛନ୍ତି। ଏହାପରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story