ପଦ ଛାଡ଼ିବେ କି ୟେଦ୍ଦ୍ୟୁରପ୍ପା? ବିଧାୟକ ଓ କର୍ମଚାରୀଙ୍କୁ ଦେବେ ଭୋଜି

ବେଙ୍ଗାଲୁରୁ: ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ପଦ ଛାଡ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତା’ହା ଏବେ ଆହୁରି ତୀବ୍ର ହୋଇଛି। ଜୁଲାଇ ୨୫ ତାରିଖରେ ସେ ନିଜର ବରିଷ୍ଠ ଅଧିକାରୀ ଓ ସଚିବାଳୟ କର୍ମଚାରୀଙ୍କ ପାଇଁ ଗୋଟିଏ ଭୋଜିର ଆୟୋଜନ କରିବାକୁ ଯାଉଛନ୍ତି। ସେ ପଦ ଛାଡ଼ିବା ପୂର୍ବରୁ ତାଙ୍କ ସହ କାମ କରୁଥିବା ସରକାରୀ ବାବୁମାନଙ୍କୁ ଏପରି ଭୋଜି ଜରିଆରେ ବିଦାୟ ଜଣାଇବାକୁ ଚାହୁଁଥିବା କୁହାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ […]

BJP

BJP

Hemant Lenka
  • Published: Tuesday, 20 July 2021
  • Updated: 20 July 2021, 03:50 PM IST

Sports

Latest News

ବେଙ୍ଗାଲୁରୁ: ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ପଦ ଛାଡ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତା’ହା ଏବେ ଆହୁରି ତୀବ୍ର ହୋଇଛି। ଜୁଲାଇ ୨୫ ତାରିଖରେ ସେ ନିଜର ବରିଷ୍ଠ ଅଧିକାରୀ ଓ ସଚିବାଳୟ କର୍ମଚାରୀଙ୍କ ପାଇଁ ଗୋଟିଏ ଭୋଜିର ଆୟୋଜନ କରିବାକୁ ଯାଉଛନ୍ତି।

ସେ ପଦ ଛାଡ଼ିବା ପୂର୍ବରୁ ତାଙ୍କ ସହ କାମ କରୁଥିବା ସରକାରୀ ବାବୁମାନଙ୍କୁ ଏପରି ଭୋଜି ଜରିଆରେ ବିଦାୟ ଜଣାଇବାକୁ ଚାହୁଁଥିବା କୁହାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଭୋଜିର ଗୋଟିଏ ଦିନ ପରେ ବିଜେପି ବିଧାୟକ ଦଳ ବୈଠକ ବସିବ। ତେଣୁ ଏହି ବୈଠକରେ ହିଁ କର୍ଣ୍ଣାଟକାର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହେବେ ବୋଲି ଜଣାପଡ଼ିଛି।

ୟେଦ୍ଦ୍ୟୁରପ୍ପାଙ୍କ ଅଫିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବିଧାୟକ ଦଳ ବୈଠକ ପରେ ବିଜେପି ସଦସ୍ୟମାନଙ୍କ ମଧ୍ୟ ଗୋଟିଏ ଭୋଜି ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାପୂର୍ବରୁ ବିଧାନସଭାରେ ଗୋଟିଏ ଫଟୋ ଉଠା କାର୍ଯ୍ୟକ୍ରମ ମଧ୍ୟ ରହିଛି। ୨୫ ତାରିଖ ଭୋଜି ପୂର୍ବରୁ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପା ଜୁଲାଇ ୨୩ ଓ ୨୪ରେ ନିଜ ଜନ୍ମସ୍ଥାନ ଶିବମୋଗା ଗସ୍ତ କରିବେ। ଏହି ସମୟରେ ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବାର ଯୋଜନା ରହିଛି।

ଏସବୁ ଯୋଜନାକୁ ଦେଖି ରାଜନୀତିକ ପଣ୍ଡିତମାନେ ୟେଦ୍ଦ୍ୟୁରପ୍ପା ପଦ ଛାଡ଼ିବା ଏକ ପ୍ରକାରର ନିଶ୍ଚିତ ବୋଲି ମତ ଦେଇଛନ୍ତି। ଗତ ସପ୍ତାହରେ ସେ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ।

ଦଳୀୟ ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଜେପି ନେତୃବୃନ୍ଦ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିଥିଲେ। ତେବେ କେନ୍ଦ୍ରରେ ତାଙ୍କ ପୁଅକୁ ଗୁରୁ ଦାୟିତ୍ୱ ମିଳିଲେ, ସେ ପଦ ଛାଡ଼ିବେ ବୋଲି ସର୍ତ୍ତ ରଖିଥିଲେ। ସମ୍ଭବତଃ ଏହି ସର୍ତ୍ତ ପୂରଣ ହେବାକୁ ଯାଉଥିବାରୁ ୟେଦ୍ଦ୍ୟୁରପ୍ପା ମଧ୍ୟ ପଦ ଛାଡ଼ିବାକୁ ରାଜି ହୋଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos