ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ୟେଦ୍ଦ୍ୟୁରପ୍ପା!

ବେଙ୍ଗାଲୁରୁ: ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପୁଣିଥରେ ଜଣେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ। ପୂର୍ବରୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଏବେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ପଦ ଛାଡ଼ିବାକୁ ଯାଉଥିବା ସୂଚନା ମିଳିଛି। ଦୀର୍ଘଦିନ ହେଲା ୟେଦ୍ଦ୍ୟୁରପ୍ପା ପଦ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ ସେ ଖଣ୍ଡନ କରି ଆସୁଥିଲେ। ଆଜି କିନ୍ତୁ ୟେଦ୍ଦ୍ୟୁରପ୍ପା ପଦ ଛାଡ଼ିବେ ବୋଲି ସଙ୍କେତ ଦେଇଛନ୍ତି। ଜୁଲାଇ ୨୬ ତାରିଖରେ […]

yediyurappa

yediyurappa

Hemant Lenka
  • Published: Thursday, 22 July 2021
  • Updated: 22 July 2021, 04:34 PM IST

Sports

Latest News

ବେଙ୍ଗାଲୁରୁ: ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପୁଣିଥରେ ଜଣେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ। ପୂର୍ବରୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଏବେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ପଦ ଛାଡ଼ିବାକୁ ଯାଉଥିବା ସୂଚନା ମିଳିଛି।

ଦୀର୍ଘଦିନ ହେଲା ୟେଦ୍ଦ୍ୟୁରପ୍ପା ପଦ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ ସେ ଖଣ୍ଡନ କରି ଆସୁଥିଲେ। ଆଜି କିନ୍ତୁ ୟେଦ୍ଦ୍ୟୁରପ୍ପା ପଦ ଛାଡ଼ିବେ ବୋଲି ସଙ୍କେତ ଦେଇଛନ୍ତି। ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକାରେ ବିଜେପି ସରକାରକୁ ୨ ବର୍ଷ ପୂରିବ। ଏଥିପାଇଁ ବିଧାୟକ ଦଳ ବୈଠକ ବସିବାର ଅଛି। ଏହି ସମୟରେ ୟେଦ୍ଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏହାପରେ ଆଉ ଜଣେ ନେତା ନୂଆ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ।

ଆଜି ୟେଦ୍ଦ୍ୟୁରପ୍ପା କହିଛନ୍ତି, “କେନ୍ଦ୍ରୀୟ ବିଜେପି ନେତାମାନେ ମୋତେ ଯାହା କହିବେ, ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ। ସେମାନେ ଯଦି ମୋତେ ଇସ୍ତଫା ଦେବାକୁ କହିବେ, ତା’ହେଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବି। ମୁଁ ମୋର ସମର୍ଥକମାନଙ୍କୁ କହିବାକୁ ଚାହୁଁଛି ଯେ ନିଷ୍ପତ୍ତି ଯାହା ବି ହେଲେ, ଏହାକୁ ବିରୋଧ କରି ବିକ୍ଷୋଭ କରିବାର କୌଣସି କାରଣ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ମୋ ପ୍ରତି ସ୍ୱତନ୍ତ୍ର ଭଲ ପାଇବା ଓ ବିଶ୍ୱାସ ରହିଛି। ଜୁଲାଇ ୨୫ରେ ମୁଁ ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ପାଇବି। ଜୁଲାଇ ୨୬ରୁ ମୁଁ ମୋର ନୂଆ ଦାୟିତ୍ୱ ସମ୍ଭାଳିବି।”

ସେ ଆହୁରି କହିଛନ୍ତି, ଆପଣମାନେ ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ଆମ ଦଳରେ ୭୫ ବର୍ଷ ବୟସ ଅତିକ୍ରମ କରିଥିବା ଲୋକଙ୍କୁ କୌଣସି ପଦପଦବୀ ମିଳେନି। କିନ୍ତୁ ମୋ କାମକୁ ସମ୍ମାନ ଜଣାଇ କେନ୍ଦ୍ରୀୟ ନେତାମାନେ ମୋତେ ୭୮ ବର୍ଷ ଅତିକ୍ରମ କରିବା ପରେ ମଧ୍ୟ ଦାୟିତ୍ୱ ଦେଇଛନ୍ତି।

ଜୁଲାଇ ୨୬ରେ ଆମ ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହାପରେ ମୁଁ ନୂଆ ଦାୟିତ୍ୱର ସହ କାମ ଆରମ୍ଭ କରିଛି। ୨୦୨୩ରେ ପୁଣି ଦଳକୁ କ୍ଷମତାକୁ ଆଣିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଏ ଦିଗରେ ମୁଁ କାମ କରିବି ବୋଲି ୟେଦ୍ଦ୍ୟୁରପ୍ପା କହିଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକାରେ ପ୍ରଥମେ କଂଗ୍ରେସ-ଜେଡିଏସ୍‌ ସରକାର ଗଠନ କରିଥିଲେ। ହେଲେ ୨୦୧୯ ଜୁଲାଇରେ ସରକାର ଭାଙ୍ଗି ଯିବାରୁ ବିଜେପି କ୍ଷମତା ଦଖଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos