ଜାୟଡସ କାଡିଲା ଟିକା ମଗାଇଲେ ସରକାର, ଜାଣନ୍ତୁ ଡୋଜ ପିଛା ଦାମ କେତେ

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ହୋଇଥିବା ବିଶ୍ୱର ପ୍ରଥମ ଡିଏନ୍‌ଏ ଭିତ୍ତିକ କରୋନା ଟିକା ଜାଇକୋଭ-ଡିର ଆଉ ୧ କୋଟି ଡୋଜ୍‌ ପାଇଁ ଅର୍ଡର ଦେଇଛନ୍ତି ଭାରତ ସରକାର। ଏଥିପାଇଁ ସରକାର ଟିକା ପ୍ରସ୍ତୁତ କରିଥିବା କମ୍ପାନୀକୁ ଡୋଜ୍‌ ପିଛା ୨୬୫ ଟଙ୍କା ଦେବେ। ଏହାବାଦ ଛୁଞ୍ଚିହୀନ ଆପ୍ଲିକେଟର ପାଇଁ ଆଉ ୯୩ ଟଙ୍କା ଲାଗିବ। ଏହା ଉପରେ ପୁଣି ଜିଏସ୍‌ଟି ଲାଗିବ। ଜାଇକୋଭ-ଡିର ୩ଟି ଡୋଜ୍‌ ଜଣେ ବ୍ୟକ୍ତି ନେବେ। ତେଣୁ ଜାଇକୋଭ-ଡି ପାଇଁ ମୋଟ ୧୧୨୮ […]

zydus

zydus

Hemant Lenka
  • Published: Monday, 08 November 2021
  • Updated: 08 November 2021, 09:28 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ହୋଇଥିବା ବିଶ୍ୱର ପ୍ରଥମ ଡିଏନ୍‌ଏ ଭିତ୍ତିକ କରୋନା ଟିକା ଜାଇକୋଭ-ଡିର ଆଉ ୧ କୋଟି ଡୋଜ୍‌ ପାଇଁ ଅର୍ଡର ଦେଇଛନ୍ତି ଭାରତ ସରକାର। ଏଥିପାଇଁ ସରକାର ଟିକା ପ୍ରସ୍ତୁତ କରିଥିବା କମ୍ପାନୀକୁ ଡୋଜ୍‌ ପିଛା ୨୬୫ ଟଙ୍କା ଦେବେ। ଏହାବାଦ ଛୁଞ୍ଚିହୀନ ଆପ୍ଲିକେଟର ପାଇଁ ଆଉ ୯୩ ଟଙ୍କା ଲାଗିବ।

ଏହା ଉପରେ ପୁଣି ଜିଏସ୍‌ଟି ଲାଗିବ। ଜାଇକୋଭ-ଡିର ୩ଟି ଡୋଜ୍‌ ଜଣେ ବ୍ୟକ୍ତି ନେବେ। ତେଣୁ ଜାଇକୋଭ-ଡି ପାଇଁ ମୋଟ ୧୧୨୮ ଟଙ୍କା ଖର୍ଚ୍ଚ ହେବ। ଏହାର ଅର୍ଥ ଜାୟଡସ କାଡିଲାର ଦାମ କୋଭାକ୍ସିନ ଓ କୋଭିସିଲ୍ଡ ତୁଳନାରେ ଦୁଇ ଗୁଣା ଅଧିକ। କମ୍ପାନୀ ସରକାରଙ୍କ ସହ ଆଲୋଚନା କରିବା ପରେ ଟିକାର ଦାମ ଧାର୍ଯ୍ୟ କରିଛି।

ଦର ଧାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ଜାୟଡସ କାଡିଲାର ଏମଡି ଡା ଶର୍ଭିଲ ପଟେଲ କହିଛନ୍ତି, “ଆମେ ସରକାରଙ୍କ ଟିକାକରଣ ପ୍ରକ୍ରିୟାକୁ ଜାଇକୋଭ-ଡି ଦ୍ୱାରା ସହଯୋଗ କରିବାକୁ ଯାଉଥିବାରୁ ବହୁତ ଖୁସି। ଛୁଞ୍ଚିହୀନ ଆପ୍ଲିକେଟର ଯୋଗୁ ଅନେକ ଲୋକ ଟିକା ନେବାକୁ ଆଗ୍ରହ ଦେଖାଇପାରିବେ। ବିଶେଷ କରି ଏହି ଟିକାର ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ। ଏଥିରେ ଛୁଞ୍ଚି ବ୍ୟବହାର ହେଉ ନଥିବାରୁ ସମସ୍ତେ ଡୋଜ୍‌ ନେବାକୁ ଆସିବେ।”

ଅଗଷ୍ଟ ୨୦ରେ ଭାରତ ସରକାର ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏହାକୁ ୧୨ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହାର ଅର୍ଥ ଭାରତରେ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କ ପାଇଁ ଜାଇକୋଭ-ଡି ପ୍ରଥମ କରୋନା ଟିକା।

ସେହିପରି ବିଶ୍ୱର ପ୍ରଥମ ଡିଏନ୍‌ଏ ଭିତ୍ତିକ କରୋନା ଟିକା ହେଉଛି ଜାଇକୋଭ-ଡି। ଏହା ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି କରାଯାଇଛି। ଗୋଟିଏ ଡୋଜ୍ ନେବାର ୨୮ ଦିନରେ ଆଉ ଗୋଟିଏ ଡୋଜ୍ ଓ ୫୬ ଦିନ ପରେ ତୃତୀୟ ଡୋଜ୍ ନେବାକୁ ପଡ଼ିବ। ଟିକା ଡିଏନଏ ଭିତ୍ତିକ ହୋଇଥିବାରୁ ଭାଇରସର ସବୁ ପ୍ରକାରର ଷ୍ଟ୍ରେନ ସହ ଲଢ଼େଇ କରିବ। ୨୫ ଡିଗ୍ରୀ ସେଲସିୟସରେ ଜାଇକୋଭ-ଡିକୁ ୩ ମାସ ଯାଏ ସୁରକ୍ଷିତ କରି ରଖିହେବ।

ସରକାର ଏବେ କୋଭାକ୍ସିନ ଟିକାକୁ କମ୍ପାନୀ ଠାରୁ ୧୫୭.୫୦ ଟଙ୍କା ଓ କୋଭିସିଲ୍ଡକୁ ୨୨୫.୭୫ ଟଙ୍କାରେ କିଣୁଛନ୍ତି। ଭାରତ ସରକାର ଏହାକୁ କିଣି ଲୋକଙ୍କୁ ମାଗଣାରେ ଦେଉଛନ୍ତି। ହେଲେ ଘରୋଇ ହସ୍ପିଟାଲରେ କୋଭାକ୍ସିନର ଦାମ ୧୪୧୦ ଟଙ୍କା ଓ କୋଭିସିଲ୍ଡ ୭୦୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story