ଚାଇନାକୁ ବିଶ୍ୱାସ କରିପାରୁନି ଭାରତ, ଆଲୋଚନା ପରେ ଆର୍ମି ଦେଲା ବଡ଼ ବୟାନ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ଏଲଏସି ବିବାଦର ସମାଧାନ ପାଇଁ ମଙ୍ଗଳବାର ଦୀର୍ଘ ୧୫ ଘଣ୍ଟା କାଳ ବୈଠକ ବସିଥିଲା। ବୈଠକ ବେଳେ ଉଭୟ ଦେଶ ଏଲଏସିରେ ଡିସଏନଗେଜମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି। ହେଲେ ଚାଇନାର ପ୍ରତିଶ୍ରୁତିକୁ ଭାରତ ବିଶ୍ୱାସ କରିପାରୁନାହିଁ।

ଚାଇନା ଡିସଏନଗେଜମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଭାରତୀୟ ସେନା ନିୟମିତ ଏହା ଉପରେ ନଜର ରଖିବ ବୋଲି ଆଜି କହିଛି। ଆର୍ମି ପକ୍ଷରୁ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ଡିସଏନଗେଜମେଣ୍ଟର ସ୍ଥିତାବସ୍ଥା ଉପରେ ଉଭୟ ଭାରତ ଓ ଚାଇନାର ବରିଷ୍ଠ କମାଣ୍ଡରମାନେ ତର୍ଜମା କରିଛନ୍ତି।

ଆଗକୁ ସଂପୂର୍ଣ୍ଣ ଭାବେ ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ଆଲୋଚନା ହୋଇଛି। ଦୁଇ ଦେଶର କମାଣ୍ଡର ଦୀର୍ଘ ୧୫ ଘଣ୍ଟା ଧରି ଛିଶୁଲରେ ଆଲୋଚନା କରିଥିଲେ। ବୈଠକ ବେଳେ ପ୍ରଥମ ପର୍ଯ୍ୟାୟ ଡିସଏନଗେଜମେଣ୍ଟକୁ କେତେ ଦୂର କାର୍ଯ୍ୟକାରୀ କରାଯାଇଛି, ସେକଥାକୁ ତର୍ଜମା କରାଯାଇଛି।

ଦୁଇ ଦେଶ ସଂପୂର୍ଣ୍ଣ ଭାବେ ଡିସଏନଗେଜମେଣ୍ଟ କରିବାକୁ ପ୍ରତିଶ୍ରୁତିବଦ୍ଧ। ବୈଠକ ବେଳେ ପୂରା ସ୍ଥିତାବସ୍ଥା ବଜାୟୀ ରଖିବା ପାଇଁ ଭାରତ ଖୋଲାଖୋଲି ଭାବେ ଚାଇନାକୁ ଶୁଣାଇ ଦେଇଛି। ତେବେ ଚାଇନା ଉପରେ ଭରସା ନଥିବାରୁ ନିୟମିତ ଭାବେ ପୂରା ସ୍ଥିତ ଉପରେ ନଜର ରଖାଯିବ ଓ ଉଭୟ ଦେଶ ପୂର୍ବ ଭଳି ସୀମାନ୍ତରେ ପ୍ୟାଟ୍ରୋଲିଂ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ମୁମ୍ବାଇ ସ୍ୱପ୍ନ ପୂରଣ ପାଇଁ ୪୫ ହଜାର ଟଙ୍କାରେ ଛୁଆକୁ ବିକ୍ରି କଲା ମା’

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା, ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ

‘ସଡ଼କ-୨’କୁ ୫୦ ଲକ୍ଷରୁ ଅଧିକ ଡିସ୍‌ଲାଇକ୍‌

୨୦୨୦ରେ ଏହି ସବୁ ଯୋଜନା ରଖିଥିଲେ ସୁଶାନ୍ତ !

ଭାଇରାଲ୍‌ ହେଉଛି ଆମୀର ଖାନ୍‌ଙ୍କ ଭିଡିଓ

୨୦ ମିନିଟ୍‌ରେ ୩ ମାସର ବର୍ଷା: ମୁଖ୍ୟ ରାସ୍ତାରେ ଭାସିଲା ଗାଡ଼ି, ଭାଙ୍ଗିଲା ଘର

ଲଦାଖରେ ମୁତୟନ ହେଲା ଦୁଇଟି ଲଢ଼ୁଆ ହେଲିକପ୍ଟର

ଭାରତରେ କମ୍ପାନୀ ଖୋଲି ବେଆଇନ କାମରେ ଲିପ୍ତ ଥିବା ଚାଇନିଜ ନାଗରିକ ଗିରଫ

ଯୁବରାଜ କହିଲେ, ସଞ୍ଜୟ ଆପଣ ଜଣେ ଫାଇଟର୍‌