ଚାଇନା ନିୟନ୍ତ୍ରଣରେ ଏବେ ବି ଫିଙ୍ଗର ୪, ଭାରତ ନିୟନ୍ତ୍ରଣରେ ପାଙ୍ଗୋଙ୍ଗ ସୋ

ନୂଆଦିଲ୍ଲୀ: ଚାଇନାର ସବୁ ପ୍ରକାରର ହରକତକୁ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ ରହିଛି। ବିଶେଷ କରି ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣପୂର୍ବ ପାଙ୍ଗୋଙ୍ଗ ସୋ କୂଳ ଭାରତ ଦଖଲରେ ରହିଛି। କିନ୍ତୁ ପିଙ୍ଗର ୪ ଅଞ୍ଚଳ ସଂପୂର୍ଣ୍ଣ ଭାବେ ଚାଇନା ନିୟନ୍ତ୍ରଣରେ ଥିବାରୁ ଭାରତର ଚିନ୍ତା ବଢ଼ିଛି।

ଚାଇନା ପିଙ୍ଗର ୪ର ଉଚ୍ଚସ୍ଥାନରେ ରହିଥିବାରୁ ଭାରତ ମଧ୍ୟ ଅନ୍ୟ ଅଞ୍ଚଳଗୁଡ଼ିକୁ ଦଖଲକୁ ନେଇ ବେଜିଂ ଉପରେ ଚାପ ପକାଇବାରେ ଲାଗିଛି। ଭାରତ ରଣନୀତି ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରୁଥିବା ଉଚ୍ଚ ସ୍ଥାନଗୁଡ଼ିକ ଦଖଲ କରିଥିବାରୁ ପରବର୍ତ୍ତୀ ସମୟରେ ଏହା ନୂଆଦିଲ୍ଲୀକୁ ସହାୟକ ହେବ। କାରଣ ବୁଝାମଣା ବେଳେ ଯଦି ପିଙ୍ଗର ୪ ପାହାଡ଼ିଆ ଅଞ୍ଚଳକୁ ବେଜିଂ ପଛଘୁଞ୍ଚା ଦେବାକୁ ନାରାଜ ହେବ, ତା’ହେଲେ ଭାରତ ଅନ୍ୟ ଉଚ୍ଚ ସ୍ଥାନରେ ନିଜର ଦବଦବା ଜାହିରି କରିପାରିବ।

ଅନ୍ୟପଙ୍ଗରେ ପାଙ୍ଗୋଙ୍ଗ ସୋ ହ୍ରଦର ଅପରପକ୍ଷରେ ଥିବା ଅଞ୍ଚଳ ଏବେ ଭାରତ ଓ ଚାଇନା ପାଇଁ ଗୁରୁତ୍ୱବହନ କରୁଛି। ହେଲେ ଭାରତୀୟ ସେନା ବର୍ତ୍ତମାନ ଯେଉଁ ଅଞ୍ଚଳରେ ରହିଛନ୍ତି, ତା’ହା ନୂଆଦିଲ୍ଲୀର ପଲ୍ଲାକୁ ଆହୁରି ମଜଭୁତ କରିଦେଇଛି। ଭାରତୀୟ ସେନା ଉଚ୍ଚସ୍ଥାନକୁ ଦଖଲ କରି ନେଇଥିବାରୁ ଚାଇନା ନିୟନ୍ତ୍ରଣରେ ଥିବା Moldo Garrison and the Spangur Gapରେ ବି ନିଜର ଦବଦବା ଦେଖାଇ ପାରିବ। ଉଭୟ ଭାରତ ଓ ଚାଇନା ପୂର୍ବରୁ ଏହି ଉଚ୍ଚ ସ୍ଥାନକୁ ନିଜର ବୋଲି ଦାବି କରିଥିଲେ।

Spangur Gapକୁ ଉଚ୍ଚ ସ୍ଥାନରୁ ଦଖଲ କରିବା ବେଶ ଗୁରୁତ୍ୱପୂର୍ଣ୍ଣ। ଆମେ ପିଙ୍ଗର ୪ ନିକଟରେ ଥିବା କିଛି ଉଚ୍ଚ ସ୍ଥାନକୁ ମଧ୍ୟ ଦଖଲ କରି ନେଇଥିବା ଜଣେ ଭାରତୀୟ ଅଧିକାରୀ କହିଛନ୍ତି। Rechin Laକୁ ଭାରତ ନିଜ କବଜାରେ ରଖିଛି। ଏହାକୁ ଅନେକ ଥର ଚାଇନା ବିରୋଧ କରିବାର ନଜିର ରହିଛି।

ଆହୁରି ପଢ଼ନ୍ତୁ

ଏଫଟିଆଇଆଇର ସଭାପତି ନେଲେ ଫିଲ୍ମ ନିର୍ମାତା ଶେଖର କପୁର

ରିୟାଙ୍କୁ ଆଜି ବି ମିଳିଲାନି ଜାମିନ

ଚାଇନାର ନୂଆ ଚାଲକୁ ଜୋରଦାର ବିରୋଧ କଲା ଭାରତ, କହିଲା ୧୯୫୯ କଥା ମାନିବୁନି

ଦୁର୍ଗାଙ୍କ ବେଶରେ ଫଟୋ ଉଠାଇବାରୁ ନୁସରତଙ୍କୁ ଧମକ

ଗିଲଗିଟ-ବାଲଟିସ୍ତାନରେ ନିର୍ବାଚନ କରିବ ପାକିସ୍ତାନ, ଭାରତର ବିରୋଧ

ଗଣଦୁଷ୍କର୍ମ ପରେ ମହିଳାଙ୍କ ଜିଭ କାଟିବା ମାମଲା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପୀଡ଼ିତା

ସୁଶାନ୍ତଙ୍କ ଏଭଳି ଭିଡିଓ ଶେୟାର କଲେ ଫ୍ୟାନ୍, ଅଙ୍କିତା କହିଲେ ଡିଲିଟ୍ କର

ଆଉ ଜଣେ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

କରୋନା ଡରରେ କନ୍ୟାଙ୍କୁ ଏମିତି ଲଗାଗଲା ହଳଦୀ

ନୂଆ କୃଷି ଆଇନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କଳାଧନ ସମ୍ପର୍କରେ ଦେଲେ ବୟାନ

ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ଡେଇଁଲା, ଦିନକରେ ୭୦ ହଜାର ଆକ୍ରାନ୍ତ

ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!