ଚାଇନା ସୀମାରେ ଭାରତକୁ ସୁରକ୍ଷା ଦେବ ‘ଭାରତ‘

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଆଜି ସେନାକୁ ବଡ଼ ଶକ୍ତି ମିଳିଛି। ଆଜି ଡିଆରଡିଓ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ଡ୍ରୋନକୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଇଛି। ଏହି ଡ୍ରୋନର ନାଁ ‘ଭାରତ’। ଅର୍ଥାତ ଭାରତର ସୁରକ୍ଷା ‘ଭାରତ’ ହିଁ କରିବ।

ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଏହି ଡ୍ରୋନ ‘ଭାରତ’ ମୁତୟନ ହେବ। ଚାଇନାର ସମସ୍ତ କାର୍ଯ୍ୟକଳାପ ଉପରେ ଭାରତ ତୀକ୍ଷ୍ଣ ନଜର ରଖିବ। ଭାରତୀୟ ସେନାକୁ ଆକ୍ୟୁରେଟ ସର୍ଭେଲାନ୍ସ ପାଇଁ ଉନ୍ନତଧରଣର ଡ୍ରୋନର ଆବଶ୍ୟକ ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଡିଆରଡିଓର ଚଣ୍ଡିଗଡ଼ ଲ୍ୟାବ ପକ୍ଷରୁ ‘ଭାରତ’ ନାଁରେ ଡ୍ରୋନ ନିର୍ମାଣ କରାଯାଇଛି।

ଡ୍ରୋନ ଦ୍ୱାରା ରିୟଲ ଟାଇମ ତଥ୍ୟ ହାସଲ କରାଯାଇପାରିବ। ଘନ ଅନ୍ଧକାର ଓ ଥଣ୍ଡା ପାଗରେ ବି ଏହା ଶତ୍ରୁପକ୍ଷ ଉପରେ ନଜର ରଖିବ। ଘଞ୍ଚ ଜଙ୍ଗଲ ମଧ୍ୟରେ ବି ଏହା ଶତ୍ରୁ ପକ୍ଷରୁ ସବୁ ହରକତକୁ ଚିହ୍ନଟ କରିପାରିବ। ହେଲେ ଶତ୍ରୁ ପକ୍ଷର ରାଡାରରେ ଏହି ‘ଭାରତ’ ଡ୍ରୋନ ନଜର ଆସିବ ନାହିଁ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ମାତ୍ର ୨୨୫ ଟଙ୍କାରେ ମିଳିବ କରୋନା ଟିକା

ଆଖି ବୁଜିଲେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

କୃଷି ଆଇନ ନେଇ ସୋନିଆଙ୍କୁ ସୀତାରମଣଙ୍କ ଟାର୍ଗେଟ୍

ବିରୋଧ ସତ୍ତ୍ୱେ ଆସନ୍ତାକାଲି ପାରିତ ହୋଇପାରେ ବିଶ୍ୱବିଦ୍ୟାଳୟ ବିଲ୍ !

ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କରୋନା

ନିର୍ବାଚନୀ ସଭାକୁ ଅନୁମତି, ଡୋର୍ କ୍ୟାମ୍ପେନିଂରେ ସର୍ବାଧିକ ୫ ଜଣ

କାଲି ବାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ: ଆଡଭାନୀଙ୍କର ହେବ ଫୈସଲା

ଆରୋଗ୍ୟ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଆଗରେ ରହିଛି ଖୋର୍ଦ୍ଧା

ବୟସ୍କ ଓ ଦିବ୍ୟାଙ୍ଗ ଦେବେ ପୋଷ୍ଟାଲ ବାଲାଟରେ ଭୋଟ୍‌

ବିଧାନସଭା ଆସିଲେନି ମୁଖ୍ୟମନ୍ତ୍ରୀ, ଗୃହରେ ଉପସ୍ଥାପିତ ହେଲା ୭ଟି ବିଲ୍‌

ଭୁବନେଶ୍ୱରରୁ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ କେସ

‘କରୋନା ପଜିଟିଭ୍‌ ସେବାୟତ ଶ୍ରୀମନ୍ଦିର ଗଲେ କାର୍ଯ୍ୟାନୁଷ୍ଠାନ’